Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଏସଟିଏଫ ଚଢ଼ାଉ: ଚିତ୍ତାବାଘ ଛାଲ ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଗତକାଲି ଏସଟିଏଫ ଚଢ଼ାଉ କରି ବେଆଇନ ଚିତ୍ତାବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତ ଜଣକ ହେଲେ ପଦ୍ମପୁର ଗ୍ରାମର ରତ୍ନାକର ସାହୁ। ରତ୍ନାକରଙ୍କ ଘରେ ଏସଟିଏଫ ଚଢ଼ାଉ କରି ତାଙ୍କ ପାଖରୁ ଏକ ଚିତ୍ତା ବାଘ ଛାଲ ଜବତ କରିଛି।

ତେବେ ରତ୍ନାକର ବେଆଇନ ଭାବେ ବନ୍ୟଜନ୍ତୁ ଶିକାରୀଙ୍କ ଠାରୁ ଉକ୍ତ ଛାଲ କିଣି ବେପାର ଉଦ୍ଦେଶ୍ୟରେ ରଖିଥିବା ଜଣାପଡିଛି। ଏସଂକ୍ରାନ୍ତରେ ଏସଟିଏଫ ଥାନା କେସ ନମ୍ବର ୩୮/୨୧ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି। ତେବେ ଜବତ ଚିତ୍ତାବାଘ ଚମଡାକୁ ଦେହରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ରାସାୟନିକ ପରୀକ୍ଷା ନିମନ୍ତେ ଏସଟିଏଫ ପଠାଇବ ବୋଲି ଜଣାପଡିଛି।

ଉକ୍ତ ଚଢ଼ାଉରେ ଏସଟିଏଫ ଇନ୍ସପେକ୍ଟର ଜିତୁ ମୋହନ ବେସ୍ରା, ଏଏସଆଇ ଶରତ ବେହେରା, ଦୁଷ୍ମନ୍ତ ମହାନ୍ତି ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।