Categories
ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁରେ ବିଜେଡିର କର୍ମୀ ସମ୍ମିଳନୀ, ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ

ବାଲୁଗାଁ ( ସୀତାରାମ ଅଗ୍ରୱାଲ):-ବୁଧବାର ପୂର୍ବାହ୍ନରେ ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଶତାଧିକ କର୍ମୀଙ୍କୁ ନେଇ ରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ବିକାଶମୂଳକ ଯୋଜନା ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳର ଉର୍ଣ୍ଣତି ସାଙ୍ଗକୁ ପ୍ରତିଟି ଜନସାଧାରଣ ଉପକୃତ ହୋଇପାରିଛନ୍ତି।ଯାହାକି ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଭାବେ ମୁଖ୍ୟମନ୍ତ୍ରୀ କରାଇବା ସହ ବିଧାୟକ ପ୍ରାର୍ଥି ରଘୁନାଥ ସାହୁ ଏବଂ ସାଂସଦ ପ୍ରାର୍ଥି ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଉପସ୍ଥିତ କର୍ମୀମାନେ ସଂକଳ୍ପ ନେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଏନଏସି ବିଜେଡି ସଭାପତି ଜୟନ୍ତ ସ୍ବାଇଁ,ଏନଏସି ଯୁବ ଛାତ୍ର ବିଜେଡି ସଭାପତି ଶଶିକାନ୍ତ ପାଇକରାୟ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠୀ, ମମତା ପଣ୍ଡା, ସୁଜାତା ପଣ୍ଡା, ଅନିତା ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ,ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟଙ୍କ ସମେତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ଶତାଧିକ କର୍ମୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ ନିର୍ବାଚନ ଖବର

ଚିଲିକା ବିଜେଡିର ଛାତ୍ର ଓ ଯୁବ ସମାବେଶ, ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ନିବେଦନ

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡିର ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶରେ ଶତାଧିକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ କର୍ମକର୍ତ୍ତା ମାନେ ଯୋଡି ଶଙ୍ଖ ଜ଼ିନ୍ଦାବାଦ, ଜୟ ବିଜେଡି ନାରାରେ ବିଶାଳ ବାଇକ ଶୋଭାଯାତ୍ରା କରି ବାଲୁଗାଁ ରାମପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହି ସମାବେଶରେ ପୁରୀ ଲୋକସଭା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଯୋଗ ଦେଇ ବିଜେଡି ଯୁବବର୍ଗ, ଛାତ୍ର ସମାଜ ଓ ସମସ୍ତ କର୍ମୀଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା,ପ୍ରତିଟି କ୍ଷେତ୍ରରେ ରାଜ୍ୟର ବିକାଶ ଦିଗରେ ବିଜେଡି ସୁପ୍ରିମୋଙ୍କ ଉଦ୍ୟମ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ଉଭୟ ପ୍ରାର୍ଥୀ। ଯୁବପିଢ଼ିଙ୍କ ପାଇଁ ପ୍ରତି କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା,କ୍ରୀଡ଼ାର ବିକାଶ କରିବାସହ ଉଚ୍ଚ ଶିକ୍ଷା ନିମନ୍ତେ ଛାତ୍ରବୃତ୍ତି ପ୍ରଦାନ କରି ନିଜର ମହନୀୟତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକି ନୂତନ ତଥା ଯୁବ ପିଢ଼ି ଭୋଟର ବିଜେଡିକୁ ବିପୁଳ ମାତ୍ରାରେ ବିଜୟ କରିବାସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ଆମମାନଙ୍କର ମୁଳ ଲକ୍ଷ୍ୟ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ସାହୁ କହିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଣପୁର ଏନଏସି ଅଧ୍ୟକ୍ଷ ,ବିଜେଡି ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାର,ପୂର୍ବତନ ଚିଲିକା ବ୍ଲକ ଅଧ୍ୟକ୍ଷ ଉତ୍ପଳ ପାଇକରାୟ,ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ ପ୍ରଧାନ,ସନ୍ତୋଷ ପାଇକରାୟ,ଚିଲିକା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଆଲୋକ ନାୟକ, ବାଣପୁର ବ୍ଲକ ସଭାପତି କୈଳାସ ମହାପାତ୍ର, ଚିଲିକା ଛାତ୍ର ବିଜେଡି ସଭାପତି ବିକ୍ରମ ବିଶୋଇ, ବାଣପୁର ବ୍ଲକ ଛାତ୍ର ବିଜେଡି ସଭାପତି ରଞ୍ଜିତ ବେହେରା, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଭାସ ସୁନ୍ଦରାୟ, ରାଜ୍ୟ ସାଧାରଣ ସମ୍ପାଦକ ଜଗତ ବଲ୍ଲଭ ମହାରଥାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଗୁରୁବାର ଦିନ ନୀତିନ ଗଡକରୀ

ଭୁବନେଶ୍ବର: ଆସନ୍ତାକାଲି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସନ୍ତାକାଲି ଓଡିଶା ଆସୁଛନ୍ତି। ରାଜନାଥ ସିଂ ବୁଧବାର ଦିନ ଭବାନୀପାଟଣା ଏବଂ ରାୟଗଡାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ବୁଧବାର ଦିନ ନବରଂଗପୁରରେ ଉଦବୋଧନ ଦେବେ।

ଏହାପରେ ଆସନ୍ତା 9 ତାରିଖରେ ଓଡିଶା ପ୍ରଚାରରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୁରୀ ଏବଂ କୃଷ୍ଣପ୍ରସାଦରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେବେ। ସେହିଦିନ ମଧ୍ୟ ଓଡିଶା ପ୍ରଚାରରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପରବର୍ତ୍ତି ସମୟରେ ହେମାମାଳିନୀ ମଧ୍ୟ ପ୍ରଚାରରେ ଆସିବେ। ତେବେ 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିକୁ ପାଣ୍ଡିଆନଙ୍କ ବାରମ୍ବାର ଆକ୍ରମଣ, ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କର

ଭୁବନେଶ୍ବର: ଆଜି ବିଜୁଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ ମାରାଥନ ପ୍ରଚାର ଓ ରୋଡ ସୋ ଆରମ୍ଭ କରିଛନ୍ତି। ଉଭୟ ସ୍ଥାନରେ ରାସ୍ତାର ଦୁଇପାର୍ଶ୍ୱରେ ଉପସ୍ଥିତ ଜନସାଧାରଣ ଶ୍ରୀ ପାଣ୍ଡିଆନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦେଇଥିଲେ। ଆରମ୍ଭରେ ଗୋପାଳପୁରର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରକୁ ଯାଇ ଶ୍ରୀ ପାଣ୍ଡିଆନ ବାବାଙ୍କ ଦର୍ଶନ କଲେ ଓ ଆଶୀର୍ବାଦ ନେଇଥିଲେ।

ଖଲ୍ଲିକୋଟରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଥମେ ଖଲ୍ଲିକୋଟର ଦିବଙ୍ଗତ ରାଣୀମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ରାଣୀମା ଆମ ସମସ୍ତଙ୍କ ହୃଦୟରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ ରାଣୀମା’ଙ୍କୁ ବହୁତ ସମ୍ମାନ କରନ୍ତି, ରାଣୀମା ମୋ ପାଇଁ ଓ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲେ, ଖଲ୍ଲିକୋଟର ବିକାଶ ପାଇଁ ରାଣୀମା’ଙ୍କ ଅବଦାନ ଅତୁଳନୀୟ ଥିଲା।

ପରେ ସଭାରେ ବିରୋଧୀଦଳ ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଥିଲେ ଯେ କିଛିଲୋକ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ବିଜେପିକୁ ଯଦି ପଚାରିବେ ତୁମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଉତ୍ତର ଦେଇପାରିବେ ନାହିଁ, ଦମ୍‍ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ, ଦେଖିବେ ୧୦ ପ୍ରତିଶତ ଭୋଟ ବି ପାଇବେ ନାହିଁ ।

ସେ ଆହୁରି ମଧ୍ୟ କହିଥିଲେ ଦଶବର୍ଷ ହେଲା ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବାପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦଳର ମଧ୍ୟ ତାଙ୍କ ଉପରେ ଆସ୍ଥା ନାହିଁ, ତା’ହେଲେ ଲୋକ କେମିତି ଆସ୍ଥା ରଖିବେ ? ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କହୁଛନ୍ତି ଯେ ଜୁନ ୪ରେ ଗଣତି ସରିବା ପରେ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ନା ବିଜେପିର ହାଇକମାଣ୍ଡ ? ବିଜେପି ଯଦି ଶାସନକୁ ଆସେ, ତାହେଲେ ଓଡ଼ିଶା 24 ବର୍ଷ ପଛକୁ ପଳେଇବ। ଆଗରୁ କଂଗ୍ରେସ ଦଳ ବି ଥିଲା, ବନ୍ୟା, ବାତ୍ୟା ସବୁଥିରେ କେନ୍ଦ୍ରକୁ ପଚାରିବେ, ତେଣୁ ସେତେବେଳେ କିଛି କାମ ହୋଇପାରେନି। ମହାବାତ୍ୟା ସମୟରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ବିପୁଳ ଧନ ଜୀବନ କ୍ଷୟ କ୍ଷତି ଘଟିଥିଲା।

ଜାତୀୟ ଦଳମାନେ ହାଇକମାଣ୍ଡ ଉପରେ ନିର୍ଭରଶୀଳ, ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ମୁଖ୍ୟମନ୍ତ୍ରୀ ହେଲେ, ସେମାନେ ଓଡ଼ିଶାବାସୀଙ୍କ ପ୍ରତି ନୁହେଁ, ବରଂ ହାଇକମାଣ୍ଡ ପ୍ରତି ଉତ୍ତରଦାୟୀ ରହିବେ, ସେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲରେ ଚାଲିବେ, କିନ୍ତୁ ଆମ ନବୀନବାବୁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ତାଙ୍କ ରିମୋଟ ୪.୫୦ କୋଟି ଓଡ଼ିଶାବାସୀଙ୍କ ପାଖରେ ଅଛି। ଓଡ଼ିଶାର ବିକାଶ ଉପରେ ବିରୋଧୀଙ୍କ ମନ୍ତବ୍ୟ ଉପରେ ଟିପପ୍‍ଣୀ ଦେଇ କହିଥିଲେ ଯେ, ଓଡ଼ିଶା ବିକାଶ ଓ ରୂପାନ୍ତର ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଯାଉଛି କିନ୍ତୁ ବିରୋଧୀଙ୍କୁ ଦେଖାଯାଉନାହିଁ।

ମୁଖ୍ୟମନ୍ତ୍ରୀଙ୍କୁ ଆପଣ କେତେମାତ୍ରାରେ ଭଲ ପାଆନ୍ତି, ଏତେ ସକାଳୁ ଏତେ ବଡ଼ ସମାବେଶ ଦେଖି ଜଣାପଡ଼ୁଛି, ଆପଣଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ହସ ଫୁଟେ। ଉପସ୍ଥିତ ଜନତାଙ୍କୁ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଆପଣମାନେ ଭଲ ପାଉଛନ୍ତି କି ? ପ୍ରତ୍ୟୁତ୍ତରରେ ସମବେତ ଜନତା ଉଚ୍ଛ୍ୱସିତ ସ୍ୱରରେ ଜଣାଇଲେ ସମ୍ମତି, ‘ହଁ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ। ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି, ୫ ବର୍ଷରେ ଥରେ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଆପଣମାନଙ୍କର ଗୋଟିଏ ଗୋଟିଏ ଭୋଟ ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଶକ୍ତି ଦେବ।

ଲୋକଙ୍କୁ ବିକାଶର ହିସାବ ଦେଇ ସେ କହିଥିଲେ ଯେ ହିଞ୍ଜିଳି-ଶେରଗଡ଼ର ଜଗନ୍ନାଥ ମନ୍ଦିର, ତାରାତାରିଣୀ, ସ୍ୱପ୍ନେଶ୍ୱର ଓ ଉଦୟନାଥ ମନ୍ଦିରର ଉନ୍ନତି ପାଇଁ ୧.୩୦ କୋଟି ଟଙ୍କା, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସମ୍ପ୍ରସାରଣ ପାଇଁ ୧୭୦ କୋଟି ଟଙ୍କା, ଏହି ପ୍ରକଳ୍ପ ଜରିଆରେ ୭୦୦୦ ଏକର ଜମିକୁ ଜଳସେଚନ ସୁବିଧା ମିଳିବ। ସେହିପରି ଶେରଗଡ଼ ଓ ପଥରପୁଙ୍ଗୀ ମେଗାଲିଫ୍ଟ ପାଇଁ ୬୦ କୋଟି ଟଙ୍କା, ୪୫ ଗୋଟି କ୍ଷୁଦ୍ର ଜଳସେଚନର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ରେ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି।

ଶେରଗଡ଼ କଲେଜକୁ କଟକ, ଭୁବନେଶ୍ୱରର ଅଗ୍ରଣୀ କଲେଜ ସହିତ ମୁଖ୍ୟମନ୍ତ୍ରୀ ସମକକ୍ଷ କରିଛନ୍ତି, ଆହୁରି ମଧ୍ୟ ଉଦୟପ୍ରତାପ ହାୟର ସେକେଣ୍ଡାରି ସ୍କୁଲ ଓ ଡିଗ୍ରୀ କଲେଜର ରୁପାନ୍ତରଣ କରିଛନ୍ତି, ପିତ୍ତଳ ହାୟର ସେକେଣ୍ଡାରି ସ୍କୁଲର ରୁପାନ୍ତରଣ ପାଇଁ ୫୦ ଲକ୍ଷ ଟଙ୍କା, କାଞ୍ଜିଆମା ହାଇସ୍କୁଲ, ପିତ୍ତଳ ଗାର୍ଲସ୍‍ ହାଇସ୍କୁଲ, ନରେନ୍ଦ୍ରପୁର ହାଇସ୍କୁଲ, ରାମଚନ୍ଦ୍ରପୁର ହାଇସ୍କୁଲ ଏବଂ ବ୍ରାହ୍ମଣସାହୀ ହାଇସ୍କୁଲର ରୁପାନ୍ତରଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଇତ୍ୟାଦି ପିତ୍ତଳର ସ୍କୁଲ, କଲେଜ, ମନ୍ଦିର ଆଦି ଅନେକ ଅନୁଷ୍ଠାନର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ୧୦୦ ଟଙ୍କା, ୩୦୦ ଟଙ୍କା, ୫୦୦ ଟଙ୍କା ଭତ୍ତା ଥିଲା ଏବେ ମଧୁବାବୁ ପେନ୍‍ସନ୍‍ ରେ ଓଡ଼ିଶାର ୫୦ ଲକ୍ଷ ପରିବାର ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରୁ ଜେଡିପି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲୁଗାଁ ( ସୀତାରାମ ଅଗ୍ରୱାଲ) :-ସୋମବାର ପୂର୍ବାହ୍ନରେ ଚିଲିକା ନିର୍ବାଚନମଣ୍ଡଳୀ ଜେଡିପି ବିଧାୟକ ପ୍ରାର୍ଥୀ ସେକ କୌଶର ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରସ୍ତାବକ ଓ ସମର୍ଥକଙ୍କ ଦସ୍ତଖତ ପରେ ନିଜର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ତେବେ ଚଳିତ ନିର୍ବାଚନରେ ଜନସାଧାରଣଙ୍କ ସେବା ଓ ଅଞ୍ଚଳର ବିକାଶ ଦିଗରେ ଉଦ୍ୟମ ଜାରି ରଖିବାସହ ସୁଖଦୁଃଖରେ ଲୋକଙ୍କ ଅତି ନିକଟତର ହୋଇ ସହାୟତାର ହାତ ବଢ଼ାଇବା ପାଇଁ ସଂକଳ୍ପ ନେଇଥିବା ସେକ କୌଶର ଜିତିବେ ବୋଲି ଆଶା କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ବର: ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ କେଉଁଝର ଘଷିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବରିଷ୍ଠ ନେତା ସୌମ୍ୟରଂଜନ ପଟ୍ଟନାୟକ। ସେ ତାଙ୍କ ସମର୍ଥକଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ସେ ଘଟଗାଁ ମା ତାରିଣୀଙ୍କ ଆର୍ଶିବାଦ ନେଇ ସେଠାରୁ ଏକ ବଡ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇଥିଲେ।

ନାମଙ୍କନ ଦାଖଲ ପରେ ସେ କହିଛନ୍ତି ଯେ, ଏଥର କୌଣସି ଦଳୀୟ ବନ୍ଧନ ନୁହେଁ ସ୍ବାଧୀନ ଚେତାରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କଲି ବୋଲି ସୌମ୍ୟ କହିଛନ୍ତି। ବର୍ତ୍ତମାନ ଘଷିପୁରା ବାସୀ ପରିବର୍ତ୍ତନ ଚାହୁଁଥିବାରୁ ମୁଁ ଏହି ନିର୍ବାଚନ ରଣାଙ୍ଗନାରେ ପ୍ରାର୍ଥୀ ହେଲି। ଗତଥର ସେ ବିଜେଡି ଟିକେଟରେ ଖଣ୍ଡପଡା ଆସନରୁ ଜିତି ବିଧାୟକ ଅଛନ୍ତି। ହେଲେ ପରବର୍ତ୍ତି ସମୟରେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ।

ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବ ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୋଦିଙ୍କ ତେରଚ୍ଛା ବାଣ, ଓଡିଶାରେ ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ, ବାହାରର କେହି ନୁହେଁ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ପ୍ରଚାରରେ ଆସି ବିଜେଡି ସରକାର ଉପରେ ବେଶ ବର୍ଷିଛନ୍ତି। ସେ ବ୍ରହ୍ମପୁରରେ ଓଡିଶାରେ ଡବଲ ଇଂଜିନି ହେବ ବୋଲି କହିଥିଲେ। ଏପରିକି ବିଜେପି ଆସନ୍ତା ଜୁନ 10 ତାରିଖରେ ଓଡିଶାରେ ସରକାର ପାଇଁ ଶପଥ ନେବ ବୋଲି ଘୋଷଣା ମଧ୍ୟ କରିଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ସେହିପରି ନବରଙ୍ଗପୁରରେ ମୋଦି ମଧ୍ୟ ଅନୁରୂପ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ବିଜେପିର ଜଣେ ଓଡିଆ ଓଡିଶାର ମୁଖ୍ୟମନ୍ତ୍ରୀ ହେବ। କୌଣସି ବାହାର ବ୍ୟକ୍ତି ନୁହେଁ। ସେ କହିଛନ୍ତି ଯେ, ଓଡିଶା ଜଣେ ଓଡିଆ ଝିଅ ରାଷ୍ଟ୍ରପତି ହୋଇଛନ୍ତି। ସେହିପରି ଓଡିଶାର ଜଣେ ଓଡିଆ ପୁଅ ହେଉ କିମ୍ବା ଝିଅ. ସେ ଆପଣଙ୍କର ମୁଖ୍ୟମନ୍ତ୍ରୀ ହେବ। ପ୍ରଧାନମନ୍ତ୍ରୀ ପରୋକ୍ଷରେ କାର୍ତ୍ତିର ପାଣ୍ଡିଆନଙ୍କୁ ଇଙ୍ଗିତ କରି କହିଲେ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଦମ୍ଭ ଦେଖାଇଲେ ମୋଦୀ, କହିଲେ ଓଡିଶାରେ ଜୁନ ୧୦ ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରର କନିଷାଠାରେ ନିଜର ଦମ୍ଭ ଦେଖାଇଛନ୍ତି। ସେ ସେଠାରେ ଘୋଷଣା କରିଛନ୍ତି ଯେ, ଜୁନ୍ ୪ ତାରିଖ ହେଉଛି ବିଜେଡିର ଏକ୍ସପାୟର ତାରିଖ। ସେହିଦିନ ଭୋଟ ଗଣତି ପରେ ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ପସ୍ତ ହେବ।

ସେ ଆହୁରି କହିଛନ୍ତି ଯେ, ଓଡିଶାରେ ବିଜେପି ସରକାର ଗଠନ କରିବ। ସେଥିପାଇଁ ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥି କିଏ ହେବ ଘୋଷଣା କରାଯିବ। ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ଗ୍ରହଣ କରିବ। ଓଡିଶାରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବ୍ରହ୍ମପୁରରେ ମୋଦୀଙ୍କ ଏହି ଭାଷଣ ସେଠାରେ ଉପସ୍ଥିତ କର୍ମିମାନଙ୍କୁ ବେଶ ଉତ୍ସାହିତ କରିଥିଲା। କାରଣ ପୂର୍ବରୁ ଓଡିଶା ନେତାମାନେ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି କହୁଥିଲେ ମଧ୍ୟ ତାହାକୁ କେହି ଗୁରୁତ୍ବ ଦେଉ ନ ଥିଲେ। ହେଲେ ଖୋଦ ପ୍ରଧାନମନ୍ତ୍ରୀ ଓଡିଶାରେ ବିଜେପି ଶାସନ କରିବା ଏବଂ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ତାରିଖ ଘୋଷଣା କରିବା ନେଇ କର୍ମୀ ଓ ନେତା ମହଲରେ ବେଶ ଉତ୍ସାହ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଆଜି ବ୍ରହ୍ମପୁର ପ୍ରଚାରରେ ପାଇଁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗେ ଦେଇ ପ୍ରଥମେ ଜୟ ଜଗନ୍ନାଥ କହି ତାଙ୍କର ଭାଷଣ ଆରମ୍ଭ କରିଥିଲେ। ଏହାପରେ ସେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଓଡିଶାରେ ବିଜେଡି ସରକାର କେନ୍ଦ୍ରର ଯୋଜନାକୁ ଠିକରେ କାର୍ଯ୍ୟକାରୀ କରୁ ନାହାଁନ୍ତି। ଓଡିଶାର ଲୋକେ କେନ୍ଦ୍ରର ଆୟୁଶ୍ମାନ ଭାରତ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, କେନ୍ଦ୍ରରୁ କୋଟିକୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ରାଜ୍ୟରେ ଠିକରେ ଖର୍ଚ୍ଚ ହୋଇପାରୁ ନାହିଁ। ସେଥିପାଇଁ ଓଡିଶାର ଉନ୍ନତି ପାଇଁ ଏଠାରେ ଡବଲ ଇଂଜିନ ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓଡିଶାର ଖଣିଜ ସଂପଦରେ ଭରପୁର ଏକ ଧନି ରାଜ୍ୟ, ହେଲେ ଏହି ରାଜ୍ୟର ଲୋକେ ଗରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଜନସମାବେଶରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ଆସ୍କା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କ ସହିତ ଏହି ଦୁଇ ଲୋକସଭା ଅଧିନରେ ଥିବା ବିଧାନସଭାର ସମସ୍ତ ବିଜେପି ପ୍ରାର୍ଥୀ ଯୋଗଦେଇଥିଲେ। ଏଥିସହିତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାପରେ ମୋଦି ନବରଂଗପୁର ଯାତ୍ରା କରିଛିନ୍ତି। ସେଠାରେ ସେ ଜନସମାବେଶ ଉଦବୋଧନ ଦେବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ସ୍ବାଗତ କରାଯାଇଥିଲା। ସେଠାରୁ ସେ ରାଜଭବନ ଆସିବା ରାସ୍ତାରେ ଲୋକଙ୍କୁ ପଦ୍ମ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ। ସେ ରବିବାରରେ ଭୁବନେଶ୍ବର ରାଜଭବନରେ ରାତ୍ରୀ ଯାପନ କରିବା ପରେ ଆଜି ବ୍ରହ୍ମପୁର ଏବଂ ନବରଗଂପୁର ପ୍ରଚାରରେ ଯିବେ।

ମୋଦୀ ଆଜି ରାଜଭବନରୁ ବାହାରି ପ୍ରଥମେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହାପରେ ସେ ବିମାନବନ୍ଦର ଯାଇ ସେଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ବ୍ରହ୍ମପୁର ପ୍ରଚାରରେ ଯିବେ। ସେଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳିର କନିଷା ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବେ। ସେଠାରେ ବ୍ରହ୍ମପୁର ଏବଂ ଆସ୍କା ଲୋକସଭା ଓ ଏହାର ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏହାପରେ ନବରଂଗପୁରରେ ଆୟୋଜିତ ପ୍ରଚାର କାର୍ଯ୍ୟରେ ମୋଦୀ ଯୋଗ ଦେଇ ଭୁବନେଶ୍ବର ଫେରିଆସି ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋର୍ଦ୍ଧା ବିଧାନସଭା ପାଇଁ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ

ଭୁବନେଶ୍ବର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ସରିଛି। କେବଳ ଆସନ୍ତା 13 ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ସରିଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନ ସଭାରେ ନିର୍ବାଚନ ହେବ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବହୁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଲେଣି। ଆସନ୍ତାକାଲି ଶେଷ ତାରିଖ ଥିବାରୁ ବାକି ରହିଯାଇଥିବା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହି ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସୋନାଲୀ ସାହୁ। ସେ ସକାଳ 10ଟାରୁ ଖୋର୍ଦ୍ଧାର ଜାନକୀ ବଲ୍ଲବ ପଟ୍ଟନାୟକ ପାର୍କରୁ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଦାଖଲ କରିବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀ କଲେ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାର କରି ରାଜନୀତିର ପରିଭାଷାକୁ ମାର୍ଜିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ଭିତରେ ଅଭୂତପୂର୍ବ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେମାନେ ସମସ୍ତେ ବିଭୋର ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଶାନ୍ତ, ସରଳ ‘ପ୍ରଶ୍ନୋତ୍ତର’ ପ୍ରଚାର ଷ୍ଟାଇଲ ଲୋକଙ୍କ ଭିତରେ ବେଶ ଆଦୃତି ଲାଭ କରିଥିଲା। ରାଜ୍ୟ ସରକାରଙ୍କ ସବୁ ପ୍ରମୁଖ ଯୋଜନାର ନା ଧରି ମୁଖ୍ୟମନ୍ତ୍ରୀ ପଚାରିଲେ ଏ ସବୁ ଭଲ କାମ କରୁଛି ତ? ମୁଖ୍ୟମନ୍ତ୍ରୀ ପ୍ରଥମେ ଖରା ଓ ଗରମରେ ଲୋକମାନେ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ, ତାପରେ ପଚାରିଥିଲେ ‘ଆପଣମାନେ ଭଲ ଅଛନ୍ତି ତ?’। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ କାମ କରୁଛି ତ?’। ମମତା ଯୋଜନା, ଲକ୍ଷ୍ମୀ ବସ୍‌, ମଧୁବାବୁ ପେନ୍‌ସନ୍‌, କାଳିଆ ଯୋଜନା, ମିଶନ ଶକ୍ତି ଆଦି ସବୁ ଯୋଜନା ଭଲ କାମ କରୁଛି ତ?

ସବୁର ଉତ୍ତର ଥିଲା ‘ହଁ’ ।

ଶେଷରେ ସେ ପଚାରିଥିଲେ ‘ନବୀନ ପଟ୍ଟନାୟକ ଭଲ ତ?’ ଏହାପରେ ସମବେତ ଜନତା ବିପୁଳ ଉତ୍ସାହରେ ଠିଆ ହୋଇ ‘ହଁ’ ଶବ୍ଦ ଧ୍ୱନି ସହିତ କରତାଳି ଦେଇଥିଲେ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ବିଜେପି ଦଳର ଯଦି ସତ୍‌ ସାହସ ଅଛି, ତାହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଘୋଷଣା କରନ୍ତୁ । ସେ ପୁଣି କହିଥିଲେ ଯେ ଯଦି କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରନ୍ତି, ତାହେଲେ ୧୦ ପ୍ରତିଶତ ସିଟ୍‌ ମଧ୍ୟ ପାଇବେ ନାହିଁ।

ବିଜେପି ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ଯେ ବର୍ଷକୁ ୨ କୋଟି ଚାକିରୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ଦେଇଥିଲେ। ଦଶ ବର୍ଷରେ ୨୦ କୋଟି ନିଯୁକ୍ତି ମିଳିବା କଥା । ସେହି ହିସାବରେ ଓଡିଶାରେ ୮୦ ଲକ୍ଷ ଚାକିରୀ ମିଳିବା କଥା। କୁଆଡେ ଗଲା ସେ ଚାକିରୀ ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ। ସେ କହିଥିଲେ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଓଡିଶାରେ ବେକାରୀ ସମସ୍ୟା ସବୁଠୁ କମ୍‌ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡିଶାରେ ବେକାରୀ କମ୍।

ରାୟଗଡାରେ ଲୋକସଭା ପ୍ରାର୍ଥୀ ଶ୍ରୀମତୀ କୌଶଲ୍ୟା ହିକକା କହିଥିଲେ ଯେ ନବୀନ ବାବୁ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। 5T ଗ୍ୟାରେଣ୍ଟି ହେଉଛି ସବଠୁ ବଡ ଗ୍ୟାରେଣ୍ଟି। ସେ କହିଥିଲେ ଯେ ନବୀନ ପଟ୍ଟନାୟକ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଅଛନ୍ତି ଏବଂ ଓଡିଶାବାସୀ ତାଙ୍କ ହୃଦୟରେ ଅଛନ୍ତି।

ପାରଳାଖେମୁଣ୍ଡିରେ ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଓଡିଶାର ସବୁ ପରିବାର ପାଖରେ ପହଞ୍ଚିଛି। ବିରୋଧୀ ଦଳ ଯଦି କ୍ଷମତାକୁ ଆସେ ତାହେଲେ ଏସବୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରାମ ବନ୍ଦ କରିଦେବେ। ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ନୂଆ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ।

ରାୟଗଡାରେ ବିଧାୟକ ପ୍ରାର୍ଥୀ ଅନସୂୟା ମାଝୀ, ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା, ଗୁଣୁପୁରରେ ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗୋ ଏବଂ ପାରଳାଖେମୁଣ୍ଡିରେ ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଓ ମୋହନାରେ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗୋ BJD ସପକ୍ଷରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Breaking News: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କଣ ଅଛି କାର୍ଯ୍ୟକ୍ରମ

ଭୁବନେଶ୍ବର: କିଛି ଜଣା ନ ଥିଲା ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ଓଡିଶା ଆସିବେ ବୋଲି ଜଣାପଡିଛି।ସେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ପ୍ରଚାର କରିବେ ବୋଲି ଜଣାପଡିଛି। ପୂର୍ବରେ ସେ 6 ତାରିଖରେ ଆସିବେ ବୋଲି କୁହାଯାଇଥିଲା। ତେବେ ସେଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ରାତିରେ ମୋଦୀ ଓଡିଶାରେ ପହଞ୍ଚିବେ।

ଓଡିଶା ବିଜେପି କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ରବିବାର ରାତି 9 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ଏକ ରୋଡ ସୋର ଯୋଜନା କରାଯାଉଛି ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ରାତ୍ରୀରେ ଓଡିଶା ରାଜଭବନରେ ରହିବେ। ସେ ସକାଳୁ ବ୍ରହ୍ମପୁର ଏବଂ ନବରଂଗପୁରରେ ପ୍ରଚାର କରିବାକୁ ଯିବେ।

ଏହାପରେ ସେ ପୁଣି 10 ଏବଂ 11 ତାରିଖରେ ଓଡିଶା ପ୍ରଚାରରେ ଆସିବେ। 10 ତାରିଖରେ ମୋଦୀ ଭୁବନେଶ୍ବରରେ ଏକ ରୋଡ ସୋ କରିବେ। ଏହାପରେ ସେ ବଲାଙ୍ଗିରରେ ଏକ ଜନସମାବେଶକୁ ଉଦବୋଧନ ଦେବେ ବୋଲି ଜଣାପଡିଛି। ଏହି ଖବର ଆସିବା ପରେ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଶାଳ ଜନସମୁଦ୍ର ମଧ୍ୟରେ କୋରାପୁଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ପ୍ରଚାର

ଭୁବନେଶ୍ବର: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି ନିଆରା ଶୈଳୀରେ କୋରାପୁଟର ଓଏମ୍‌ପି ପଡିଆରେ ନିର୍ବାଚନ ପ୍ରଚାର କରିଛନ୍ତି।

ପ୍ରଚାରରେ ଲମ୍ବା ଲମ୍ବା ଭାଷଣ ନ ଥିଲା, କି କାହାକୁ କଟୁ ସମାଲୋଚନା ନ ଥିଲା । ବ୍ୟକ୍ତିଗତ ଆରୋପ ଓ ଆକ୍ଷେପର ପ୍ରଶ୍ନ ଉଠୁ ନ ଥିଲା । ଏହା ହେଉଛି ନବୀନଙ୍କ USP. କଥା କମ୍‌, କାମ ବେଶି ହେଉଛି ତାଙ୍କର ନିଜସ୍ବ ଷ୍ଟାଇଲ। ଆଜି ସେହି ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ମାତ୍ର ଗୋଟିଏ ମିନିଟ୍‌ରେ ତାଙ୍କର ପ୍ରଚାର ଶେଷ କରିଥିଲେ। ଲୋକଙ୍କୁ କାମର ହିସାବ ଦେଲେ ଓ ମତାମତ ଲୋଡିଲେ।

ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୭ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରତି ପ୍ରଶ୍ନରେ ଜନତାଙ୍କ ଉତ୍ତର ହଁ ବହୁତ ଭଲ ଚାଲିଛିରେ ସଭାସ୍ଥଳୀ ପ୍ରତିଧ୍ବନିତ ହୋଇଥିଲା । ସମସ୍ତେ ବହୁତ ଖୁସି ଓ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେମାନଙ୍କର ଆନନ୍ଦ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ଏ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ମୃଦୁ ସମାଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମାନେ ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ ।

ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ ପଚାରିଥିଲେ କୋରାପୁଟ ମେଡିକାଲ କଲେଜ କିଏ କରିଛି । ଗୁପ୍ତେଶ୍ବର ମନ୍ଦିର ରୂପାନ୍ତର କିଏ କରିଛି। କୋରାପୁଟ ଜଗନ୍ନାଥ ମନ୍ଦିରର ରୂପାନ୍ତର କିଏ କରିଛି । କୋରାପୁଟରେ ଚର୍ଚ୍ଚର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ ।

ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା କହିଥିଲେ ଯେ ବିଜୁ ବାବୁ ମା’ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାକୁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନ ହୋଇ ସବୁ ବର୍ଗର ସଶକ୍ତି କରଣ କରୁଛି ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥୀ ପ୍ରଭୁ ଜାନି, ପଟାଙ୍ଗୀ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, ଜୟପୁର ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ ଓ କୋରାପୁଟ ବିଧାନସଭା ପ୍ରାର୍ଥୀ ରଘୁରାମ ପଡ଼ାଲ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡି ବିଜେଡ଼ିରେ ଯୋଗ ଦେଲେ ଫିଲ୍ମ ଅଭିନେତ୍ରୀ ଜିନା ସାମଲ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ନିର୍ବାଚନମଣ୍ଡଳୀର ତଥା ଓଡିଶାର ପ୍ରତିଷ୍ଠିତ ଫିଲ୍ମ ଓ ସିରିୟଲ ଅଭିନେତ୍ରୀ ଜିନା ସାମଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଜିନା ସାମଲଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଜିନା ସାମଲଙ୍କ ଯୋଗଦାନ ଫଳରେ ବିଶେଷକରି ଭୋଗରାଇ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଜିନା ସାମଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,  ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି।

ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମିଶନ ଶକ୍ତି ସଚିବ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ, ଶାଳିନୀ ପଣ୍ଡିତଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦବଦଳ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ମିଶନଶକ୍ତି ସଚିବ ପଦରୁ ହଟିଛନ୍ତି ସୁଜାତା କାର୍ତ୍ତିକେୟନ। ତାଙ୍କୁ ଆଜି ସରକାର ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ନିର୍ବାଚନ କମିଶନର ସୁଜାତାଙ୍କୁ ଲୋକଙ୍କ ସହିତ ଜଡିତ ନ ଥିବା ବିଭାଗକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କୁ ମିସନଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ମଧ୍ୟ ସୁଜାତାଙ୍କ ପାଖରେ ଥିବା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ରହିବେ। ମିଶନଶକ୍ତିର ସଚିବ ଥିବା ସୁଜାତା କାର୍ତ୍ତିକେୟନ ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମପତ୍ନୀ। ସେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ରାୟଗଡା ଜନସମାବେଶରେ ଦେବେ ଯୋଗ

ଭୁବନେଶ୍ବର: ଆଜି ପୁଣିଥରେ ପ୍ରଚାରରେ ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ସେ ରାୟଗଡା ସମାବେଶରେ ଯୋଗ ଦେବେ। ସେଥିପାଇଁ ରାଜ୍ୟ କଂଗ୍ରେସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାହୁଳ ରାୟଗଡାର ବାରିଝୋଲାସ୍ଥିତ ଜିଆଏସଆର ଇଂଜିନିୟରିଂ କଲେଜ ପଡିଆରେ ସେ ଉଦବୋଧନ ଦେବେ।

ରାହୁଳ ଆଜି ସ୍ବତନ୍ତ୍ର ବିମାନରେ ମଧ୍ୟାହ୍ନ 12 ଟା ବେଳେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାୟଗଡାରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ରାହୁଳ ସେଠାରେ କୋରାପୁଟ ଏବଂ ନବରଂଗପୁରସ ବ୍ରହ୍ମପୁର ଏବଂ କଳାହାଣ୍ଡିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ। ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ବିଜେଡି ତରଫରୁ ମନ୍ମଥ ରାଉତରାୟ ଏବଂ ବିଜେପିରୁ ଅପରାଜିତା ଷଡଙ୍ଗୀ ନାମାଙ୍କନ ଦାଖଲ କରିଥିଲେ। ଉଭୟ ଏକ ବିଶାଳ ଶୋଭାଯାତ୍ରାରେ ଆସି ସେମାନେ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ତେବେ ପ୍ରାର୍ଥୀପତ୍ର ଦାଖଲ ବେଳେ ଉଭୟ ସମର୍ଥକ ମୁହାଁମୁହିଁ ହୋଇଯାଇ ଥିଲେ। ଏକା ସମୟରେ ଶୋଭାଯାତ୍ରା କରି ଜିଲ୍ଲାପାଳ ଅଫିସ ନିକଟରେ ଏକାଠି ହୋଇଥିଲେ। ଫଳରେ ଅପରାଜିତାଙ୍କ ସମର୍ଥକ ଜୋରରେ ଜୟ ଶ୍ରୀରାମ ବୋଲି ନାରାବାଜି ଦେବାକୁ ଲାଗିଲେ। ଏହାକୁ ଦେଖି ମନ୍ମଥଙ୍କ ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ ବୋଲି ନାରା ଦେବାକୁ ଆରମ୍ଭ କଲେ।

ମନ୍ମଥ ଏବଂ ଅପରାଜିତା ଭିତରେ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ସମର୍ଥକଙ୍କ ଏପରି ନାରାବାଜି ପୋଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଲା। ଉଭୟ ଗୋଷ୍ଠୀ ବେଶ କିଛି ସମୟ ଏପରି ନାରାବାଜି ଦେବା ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବ ବୋଲି ଆଶଙ୍କା ସୃଷ୍ଟି ହେଲା। ଏହାପରେ ବିଜେଡି ସମର୍ଥକ ଯୋଡି ଶଙ୍ଖ ଜିନ୍ଦାବାଦ କରିବା ବେଳେ ବିଜେପି ସମର୍ଥକ ଯୋଡି ପଦ୍ମ ଜିନ୍ଦାବାଦ କଲେ।

ସେଠାରେ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ଉଭୟ ଦଳର ଯେତେ ସମର୍ଥକ ଥିଲେ ସେଥିରେ ଏହାକୁ ନିୟନ୍ତ୍ରଣ କରିବା ପରି ଅବସ୍ଥା ନ ଥିଲା। ଖୋର୍ଦ୍ଧା ଏସପି ଏ ଖବର ଜାଣିବା ପରେ ତୁରନ୍ତ ଅଧିକ ଫୋର୍ସ ମଗାଇ ଉତ୍ତେଜନାକୁ ନିୟନ୍ତ୍ରଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନୀଳଗିରି ରାଜନୀତି ଘନେଇଲା, ସୁକାନ୍ତଙ୍କୁ ଟିକେଟ ମିଳିବା ପରେ ବିଜେଡି ଛାଡିଲେ ସନ୍ତୋଷ

ଭୁବନେଶ୍ବର: ନୀଳଗିରି ରାଜନୀତି ଏଥର ବେଶ ରୋଚକ ମୋଡ ନେଇଛି। କାରଣ ଏହି ଗୋଟିଏ ନିର୍ବାଚନ ମଣ୍ଡଳି ଯେଉଁଠି ଶେଷ ପର୍ଯ୍ୟନ୍ତ କୌଣସି ଦଳ ମଧ୍ୟ ପ୍ରାର୍ଥୀ ଦେଇ ନ ଥିଲେ। ବର୍ତ୍ତମାନ ବିଜେଡି ପ୍ରଥମେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ବିଧାୟକ ଥିବା ସୁକାନ୍ତ ନାୟକ ଦଳ ଛାଡି ବିଜେଡିରେ ମିଶିବା ପରେ ସେ ବର୍ତ୍ତମାନ ନୀଳଗିରି ପ୍ରାର୍ଥୀ ହୋଇଛନ୍ତି।

ହେଲେ ପୂର୍ବରୁ ସଂଗଠନ କରିଥିବା ସନ୍ତୋଷ ଖଟୁଆ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାପରେ ସେ

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରଘୁନାଥ ସାହୁ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଲିକା ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରଘୁନାଥ ସାହୁ। ସେ ତାଙ୍କ ସମର୍ଥକଙ୍କ ଦସ୍ତଖତ ପରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେଥିପାଇଁ ରଘୁନାଥ ଏକ ବିରାଟ ପଟୁଆରରେ ଖୋର୍ଦ୍ଧା ସହରରୁ ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ।

ରଘୁନାଥ ତାଙ୍କର ଶହଶହ ସମର୍ଥକ ଚିଲିକାରୁ ଖୋର୍ଦ୍ଧା ଆସି ଉପଜିଲ୍ଲାପାଳ ଅଫିସ ଅଭିମୁଖେ ଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସିର ନେତା ସହିତ ବହୁ ନିର୍ବାଚନତ ପ୍ରତିନିଧି ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜଣେ ଜିଲ୍ଲା ପରିଷଦ ସଭ୍ୟକୁ ନିଳମ୍ବନ କଲା ବିଜେଡି, ଜାଣନ୍ତୁ କିଏ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ବିଜେଡି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ହେଉଛନ୍ତି ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଜୋନ 28ର ସଭ୍ୟ କୈଳାଶ ପରିଡା।

ଏ ନେଇ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ କୈଳାଶ ପରିଡାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବ୍ରହ୍ମପୁର ଓ ନବରଂଗପୁରରେ କରିବେ ପ୍ରଚାର

ଭୁବନେଶ୍ବର: ଅମିତ ଶାହ ଓ ଜେପି ନଡ୍ଡା ପରେ ବର୍ତ୍ତମାନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା 6 ତାରିଖରେ ଓଡିଶା ଆସିବେ। ସେ ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ। ଏହାପରେ ସେଠାରୁ ସେ ନବରଂଗପୁର ଯିବେ ବୋଲି ଜଣାପଡିଛି।

ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଦଳ ତରଫରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଂଗପୁର ଲୋକସଭା ଏବଂ ଏହା ଅଧିନରେ ଥିବା ବିଧାନସଭା ପାଇଁ ସେ ପ୍ରଚାର କରିବେ।

ସେହିପରି ମୋଦି ଆସନ୍ତା 11 ତାରିଖରେ ପୁଣି ଓଡିଶା ଆସିବେ ବୋଲି ଜଣାପଡିଛି। ସେଦିନ ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ। ତେବେ ଏ ନେଇ ଦଳ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।