Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ବରର ସୂର୍ଯ୍ୟନଗରରେ ପୁଣି ଏକ କରୋନା ଆକ୍ରାନ୍ତ, ଓଡିଶାରେ ଆକ୍ରାନ୍ତ ସଂଖ୍ୟା 5କୁ ବୃଦ୍ଧି

ଭୁବନେଶ୍ବର, ଓଡିଶାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ବିଳମ୍ବିତ ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ରୋଗୀ ଜଣଙ୍କ ଘର ହେଉଛି ଭୁବନେଶ୍ବରର ସୂର୍ଯ୍ୟନଗର ଏବଂ ବୟସ 60 ବର୍ଷ। ସେ ବିଭିନ୍ନ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏମସ୍ ରୁ ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ପଜେଟିଭ ବୋଲି ଜଣାପଡିଛି। ଫଳରେ ଓଡିଶାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା 5କୁ ବୃଦ୍ଧି ପାଇଛି।

ତେବେ ଦ୍ବିତୀୟ କୋରନା ଆକ୍ରାନ୍ତ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କର ନମୂନା ନେଗେଟିଭ ଆସିଛି। ଫଳରେ ତାଙ୍କୁ ଆଜି ହସପିଟାଲରୁ ଘରକୁ ପଠାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ନଅ ଶହ ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ମାତ୍ର 5ଟି ନମୂନା ପଜେଟିଭ ବାହାରିଛି। ଗତକାଲି 6 ଶହ 10ଟି ନମୂନା ପରୀକ୍ଷା ପାଇଁ ଦିଆଯାଇଥିଲା। ସେଥିରେ ଆରଏମଆରସିରେ 226ଟି, ଏମସରେ 53 ଟି ଏବଂ ଏସସିବିରେ 11 ଟି ନମୂନା ପରୀକ୍ଷା କରାଯାଇ ଥିଲା। ଆଜି ସେହି ରିପୋର୍ଟ ଆସିବା ପରେ କେବଳ ଏମସର ଗୋଟିଏ ଛାଡିଦେଲେ ଅନ୍ୟଗୁଡିକ ନେଗେଟିଭ୍ ରହିଛି।