Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସର ଆରମ୍ଭ ହେଲା ମିଶନ ୨୦୨୪, ଭୁବନେଶ୍ବରରେ ହେବ ନବସଂକଳ୍ପ ଶିବିର

ଭୁବନେଶ୍ୱର: ଓଡିଶା କଂଗ୍ରେସରେ ନୂଆ ମଙ୍ଗୁଆଳ ଆସିବା ପରେ ଆରମ୍ଭ ହୋଇଯାଇଛି ମିଶନ ୨୦୨୪। ସେଥିପାଇଁ କଂଗ୍ରେସ ତରଫରୁ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ନିକଟରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିଲା ନବ ସଂକଳ୍ପ ଶିବିର। ସେହି ଶିବିରରେ ନିଷ୍ପତି ହୋଇଥିଲା ସବୁ ରାଜ୍ୟରେ ଏହିପରି କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଆସନ୍ତା ଜୁନ ୧ ତାରିଖ ବୁଧବାର ଓ ୨ ତାରିଖ ଗୁରୁବାର ଦୁଇଦିନ ବ୍ୟାପି ରାଜ୍ୟ କଂଗ୍ରେସ ଆରମ୍ଭ କରୁଛି ଶିବିର।

ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ୍ ସଭା ଗୃହରେ କରାଯିବ। ଏହି ଶିବିର ବୁଧବାର ସକାଳ ୯ ଟା ୩୦ ସମୟରେ ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି.ରୁଦ୍ର ରାଜୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବୁଧବାର ବୈଠକରେ ସମସ୍ତ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନର ସାଂସଦ ଓ ବିଧାୟକ ପ୍ରାର୍ଥୀ, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତା ଓ ପୂର୍ବତନ କର୍ମକର୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେବେ ।

ସେହିଭଳି ଗୁରୁବାର ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସଂପାଦକ (ଓଡ଼ିଶା), ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି । ସେଥିପାଇଁ ସମସ୍ତ ନେତୃବୃନ୍ଦଙ୍କୁ ପତ୍ରମାଧ୍ୟମରେ ଜଣାଇ ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୈଳ ଦରବୃଦ୍ଧି ପ୍ରତିବାଦ କରି ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କଲା କଂଗ୍ରେସ

ଭୁବନେଶ୍ୱର, ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି  ପ୍ରତିବାଦର ଆଜି ପ୍ରଦେଶ କଂଗ୍ରେସ ଦଳ ତରଫରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି  ସକାଳ ୭ ଟା ଠାରୁ ୧୧ ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦଳ ତରଫରୁ ରାଜଧାନୀରେ ୟୁନିଟ-୨ ମାର୍କେଟ ବିଲିଂଡି ପାଖ, ରାମମନ୍ଦିର , କଳ୍ପନା, ବାଣୀବିହାର, ରସୁଲଗଡ଼, ନଖରା, ସାମନ୍ତରାପୁର , ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ୟୁନିଟ-୮ ଡେଲଟା ଛକ ପାଖ ଏବଂ କଳିଙ୍ଗ ଷ୍ଟାଡିମ ଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ୧୦ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କୋଭିଡ ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି କହିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର, ଓଡ଼ିଶା ସରକ।ରଙ୍କର କୋଭିଡ ରୋଗୀଙ୍କ ପ।ଇଁ ସେବ।ର ପରିଚ।ଳନା ଅତି ନୈର।ଶ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି କ।ର୍ଯ୍ୟକ।ରୀ ସଭ।ପତି ପ୍ରଦୀପ ମ।ଝୀ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକ।ରଙ୍କ ସହ।ୟତ। ତୁଳନ।ରେ ପ୍ରଚ।ର ଅଧିକ ଏବଂ କୋଭିଡ ସେବ। ପରିଚାଳନ।ରେ ର।ଜ୍ୟ ସରକ।ର କେବଳ ପ୍ରଚ।ର ସର୍ବସ୍ୱ ହୋଇଛନ୍ତି ବୋଲି ମ।ଝୀ ଅଭିଯୋଗ କରିଛନ୍ତି।

ସଂକ୍ରମଣ ଅତି ଦ୍ରୁତ ଗତିରେ ଗାଁ ମୁହାଁ ହୋଇପଡ଼ିଛି । ର।ଜ୍ୟର ୫୭ ପ୍ରତିଶତ ଗ୍ର।ମାଞ୍ଚଳରେ ସଂକ୍ରମଣ ପଂହଚିଗଲ।ଣି। ମୁଖ୍ୟମନ୍ତ୍ରୀ ଏହି ପରିସ୍ଥିତିରେ ସରପଂଚ ମ।ନଙ୍କୁ ଜିଲ୍ଲ।ପ।ଳର ଦ।ୟିତ୍ୱ ଦେଇ ଏକ ପ୍ରହେଳିକା ସୃଷ୍ଟି କରିଛନ୍ତି । ଗତ କରୋନା ମହ।ମ।ରୀ ସମୟରେ ସରପଂଚମ।ନେ କେତେ ଅସହ।ୟ ଥିଲେ ଏବଂ କରୋନା ପୀଡ଼ିତଙ୍କ ପ।ଇଁ ସେମ।ନଙ୍କ ଦ୍ୱାରା କୃତ ବ୍ୟବସ୍ଥ। କେତେ ସଫଳ ହୋଇପ।ରିଥିଲ। ତ।ହ। ଓଡ଼ିଶ।ବ।ସୀ ଅଙ୍ଗେ ନିଭ।ଇଛନ୍ତି। ସରପଂଚମ।ନଙ୍କୁ ଖ।ଲି ସରକ।ରୀ ଘୋଷଣ। ମ।ଧ୍ୟମରେ ଜିଲ୍ଲ।ପ।ଳର କ୍ଷମତ। ଦିଆଯ।ଇଛି। ମ।ତ୍ର ସେମ।ନଙ୍କ ପ।ଖରେ ଏପରି ପ୍ରସ୍ତୁତି ନ।ହିଁ ।

ସରକ।ର ମଧ୍ୟ ସରପଂଚଙ୍କ କୋଭିଡ ସେବ।ର ତଦ।ରଖ ଏବଂ ପରିଚ।ଳନ। କରିବା ପ।ଇଁ ଉପଯୁକ୍ତ ବ୍ୟବସ୍ଥା କରି ନ।ହାଁନ୍ତି । ଗ୍ରାମାଞ୍ଚଳ ଗୁଡ଼ିକରେ ସଙ୍ଗରୋଧ ସେବା କେନ୍ଦ୍ର ହୋଇପ।ରିଲା ନ।ହିଁ। ଟେଷ୍ଟିଂ ବୃଦ୍ଧି ନୈରାଶଜନକ। ଏପ୍ରିଲ ୧୫ରୁ ମହ।ମାରୀ ଭୟାବହ ରୂପ ନେଉଥିବା ବେଳେ ଏବଂ ପଡ଼ୋଶୀ ର।ଜ୍ୟର ୧୦ ଟି ଜିଲ୍ଳ।ରେ ଅନିୟନ୍ତ୍ରିତ ହୋଇଥିଲା ବେଳେ ଏହ।କୁ ଗୁରୁତ୍ୱର ସହ ଗ୍ରହଣ କରିନ।ହାନ୍ତି।

ଆଜି ବଣ୍ଡା ଜନଜ।ତି ଏବଂ ସୁଦୁର ବଣ ଜଙ୍ଗଲରେ ବ।ସକରୁଥିବ। ଜନଜ।ତି କରୋନ। ଆକ୍ରାନ୍ତ ହୋଇଥିଲା ବେଳେ ସରକ।ର ଏଥିପ୍ରତି ଉପଯୁକ୍ତ ତତ୍ପରତା ପ୍ରଦର୍ଶନ କରିନ।ହାଁନ୍ତି । ବିଶେଷକରି ୮ଟି ହସପିଟ।ଲ ବୁଲି ଚିକିତ୍ସ। ସୁବିଧ। ପ।ଇପ।ରି ନ ଥିବ। ବ।ଲିପ।ଟଣ।ର ୨୫ବର୍ଷିଆ କୋଭିଡ ରୋଗୀ ସ୍ୱର୍ଣ୍ଣଲତା ପ।ଳର ମୃତ୍ୟୁ ଘଟଣ। ନବୀନ ସରକାର ବିଫଳତ। ଏବଂ ମ।ଆକୁ ସମ୍ମ।ନ ବଦଳରେ ମ।ତୃଜ।ତି ପ୍ରତି କେତେ ସମ୍ମ।ନ ତ।ହ। ଜଣ।ପଡ଼ୁଛି ।

କୌଣସି ମେଡିକ।ଲ ରୋଗୀଙ୍କୁ ଫେର।ଇ ପ।ରିବେ ନ।ହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବ। ସ୍ୱତେ ସ୍ୱର୍ଣ୍ଣଲତା ପ।ଲଙ୍କୁ ୮ଟି ହସପିଟ।ଲ ଫେର।ଇ ଦେବ। ଠିକ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ମ।ଝୀ । ମହିଳା ଜଣକ ଷ୍ଟେଟିଂ କରିବା ପ।ଇଁ ୮ ଘଂଟା ବୁଲିବ। ପରେ ଟେଷ୍ଠିଂ କରିବ। ୧୦ ମିନିଟ ପରେ ତ।ଙ୍କର ମୃତ୍ୟୁ ହୋଇଥିଲ।।

ଭୁବନେଶ୍ୱରର ପ।ଖ ଅଂଚଳରେ ଯଦି ଏହି ଅବସ୍ଥ। ତ।ହ।ହେଲେ ସମଗ୍ର ଓଡ଼ିଶ। ଗ୍ର।ମାଞ୍ଚଳରେ କିପିରି ସ୍ଥିତି ଥିବ ଏଥିରୁ ଅନୁମେୟ । ସ୍ୱର୍ଣ୍ଣଲତ। ପ।ଲଙ୍କୁ କ।ହିଁକି ଚିକିତ୍ସ। ମିଳିଲା ନ।ହିଁ । ବ।ଲିଅନ୍ତା ହସପିଟ।ଲ ଓ କ୍ୟ।ପିଟ।ଲ ହସପିଟ।ଲରେ କ।ହିଁକି ତ।ଙ୍କର ଟେଷ୍ଠିଂ କର।ଗଲ। ନ।ହିଁ । ସରକ।ରଙ୍କୁ ଠ।ରୁ ଉତ୍ତର ଆମେ ଦ।ବି ଚ।ହୁଁଛୁ ବୋଲି ଶ୍ରୀ ମ।ଝୀ କହିଥିଲେ।

ସେହିପରି ବିଧ।ୟକ ସୁରେଶ କୁମାର ର।ଉତର।ୟ ଯୋଗଦେଇ ସ୍ୱର୍ଣ୍ଣଲତ।ଙ୍କ ମୁତ୍ୟୁପରି ର।ଜ୍ୟରେ ବିଶେଷକରି ଭୁବନେଶ୍ୱର ଜଟଣୀ ଅଂଚଳରେ ଅନେକ ଗୁଡ଼ିଏ ରୋଗୀ ମୃତ୍ୟୁବରଣ କରୁଛନ୍ତି । ଯାହାର ହିସ।ବ ସରକ।ର ଲୁଚ।ଉଛନ୍ତି। ଏଥିପ।ଇଁ ସରକ।ରଙ୍କୁ ସମାଲୋଚନା କରିଥିଲେ ର।ଉତର।ୟ ।

ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡ।କିଲେ । ଆମେ ବିଧ।ୟକମ।ନେ ଯୋଗ ଦେଇଥିଲୁ। ମୁଖ୍ୟମନ୍ତ୍ରୀ ଘରେ ରହି ର।ଜ୍ୟରେ କୋଭିଡ ପରିଚ।ଳନ।କୁ ନେଇ ନିଜର ବକ୍ତବ୍ୟ ରଖିଥିଲେ କିନ୍ତୁ ଆମମ।ନଙ୍କୁ କିଛି କହିବ।କୁ ସୁଯୋଗ ଦେଲେ ନ।ହିଁ । ତେବେ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ର।ଜ୍ୟ ସରକ।ର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସଠିକ ରୂପରେ କୋଭିଡ ପରିଚ।ଳନ। କରନ୍ତୁ, ଆୟୁସିୟୁ ବେଡ ସଂଖ୍ୟ। ବଢ଼।ନ୍ତୁ, ଠିକରେ ଟେଷ୍ଟିଂ ପରୀକ୍ଷ।, ଟୀକା ଦେବା, ଆମ୍ବୁଲ।ନ୍ସ ସେବ। ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ।

ଅନ୍ୟମ।ନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲ। କଂଗ୍ରେସ ସଭ।ପତି ଶ୍ରୀ ବିଶ୍ୱଜିତ ଦ।ଶ ଯୋଗଦେଇ ର।ଜଧ।ନୀ ବ।ସୀଙ୍କୁ ଟୀକ।ଦ।ନ,କରୋନ। ରୋଗୀଙ୍କ ପରୀକ୍ଷ। ର।ଜଧ।ନୀରେ ଯେଉଁ ସ୍ୱ।ସ୍ଥ୍ୟ କେନ୍ଦ୍ର ମ।ନଙ୍କରେ କର।ଯ।ଉଛି ସେଥିରେ ମଧ୍ୟ ପ।ତର ଅନ୍ତର ହେଉଛି ବୋଲି ସେ ଅଭିଯୋଗ କରିଥିଲେ ।

ସେ କହିଥିଲେ ଯେ ପ୍ରତି ୱ।ର୍ଡରେ ଥିବା ସ୍ୱ।ସ୍ଥ୍ୟ କେନ୍ଦ୍ରରେ ର।ଜନୀତି କରଣ କର।ଯ।ଉଛି। ବିଜେଡ଼ିର ପ୍ରତିନିଧିମ।ନେ ନିଜ ଲୋକଙ୍କୁ ପ୍ରଥମେ ଟୀକ।କରଣ କରାଉଛନ୍ତି ଯ।ହ।କୁ ନେଇ ର।ଜଧ।ନୀ ବାସୀ ଅସନ୍ତୋଷ ପ୍ରକ।ଶ କରୁଛନ୍ତି। ଏହ।କୁ ଆମ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରୁଛି ଏବଂ ସରକ।ର କୋଭିଡ ପରିଚ।ଳନ। କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଦ।ବି କରୁଛି ନଚେତ କଂଗ୍ରେସ ଦଳ ଆନ୍ଦୋଳନ ପନ୍ଥ। ଗ୍ରହଣ କରିବ।କୁ ବ।ଧ୍ୟ ହେବ ବୋଲି କଂଗ୍ରେସ ଧମକ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କ ପିପିଲି ଘୋଷାଣାକୁ ନେଇ କଂଗ୍ରେସର ସମାଲୋଚନା, କହିଲେ ଏହିପରି

ଭୁବନେଶ୍ୱର, ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ ସଭା ଆୟୋଜନ କରିଛି। ଏଥିରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୬୭ କୋଟି ୬୮ ଲକ୍ଷ ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ଦଳ କହିଛି ଯେ, ଏହି ବୈଠକ ବିଜୁ ଜନତା ଦଳର ଏକ ହୀନ ରାଜନୈତିକ ପ୍ରୟାସ ।

‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ବିଗତ ଦିନରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୋଇଥିଲା ବିଜେପୁର, ପାଟକୁରା, ତିର୍ତୋଲ, ବାଲେଶ୍ୱରର ବିକାଶ ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେଠାରେ କ’ଣ ବିକାଶ ହୋଇଛି?

ଅନୁରୂପ ଭାବେ ପିପିଲିରେ ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ ସ୍ଲୋଗାନ ‘ପ୍ରଗତି ପଥେ ପିପିଲି’ ଦେଇଛନ୍ତି । ତା’ର ଅର୍ଥ ୨୧ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ପିପିଲିରେ କୌଣସି ପ୍ରଗତି କରିନାହିଁ । କଂଗ୍ରେସ ବିକାଶକୁ ବିରୋଧ କରୁନାହିଁ, ବିକାଶ ନାଁରେ ଭଣ୍ଡାମୀକୁ ବିରୋଧ କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି କାର‌୍ୟ୍ୟକ୍ରମ କେବଳ ନିର୍ବାଚନୀ ଧୂଆଁବାଣ । ମୁଖ୍ୟମନ୍ତ୍ରୀଙ୍କର ପିପିଲି ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କଲେ ଏଆଇସିିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସର ଏକ ଟିମ

ବାରିପଦା, ଏଆଇସିିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ । ଏହି ଟିମ୍‌ରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା ସଭାପତି ହେମନ୍ତ ଦାସ ଓ କଂଗ୍ରେସ କମିଟିର କର୍ମକତା ନେତୃମଣ୍ଡଳୀଙ୍କ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟି ଓ ବୈଶାଙ୍ଗୀ ବ୍ଲକର ବନ୍ୟାଂଚଳ ବୁଲି ଦେଖିଥିଲେ।

ପ୍ରଭାବିତ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଚାଷ ଜମିର କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିଥିଲେ। ତାପରେ ଦିନ ୧୨ଘଂଟା ସମରେ ଜିଲ୍ଲାପାଳ କାର‌୍ୟ୍ୟାଳୟରେ ଜିଲ୍ଲାପାଳ ନିତିକା ଭରଦ୍ୱାଜଙ୍କ ସାକ୍ଷାତ ଆଲୋଚନା କରିଥିଲେ । ଏହି ସମୟରେ ସହିତ ପ୍ରାକ୍ତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ମଧ୍ୟ ଆଲୋଚାନରେ ଭାଗନେଇଥିଲେ।

ତାପରେ ବାରିପଦା ସହର ତଳି ଅଂଚଳ ୱାଡ଼ ନଂ ୭,୮ ଓ ୯ ନମ୍ବର କେତେ ଅଂଚଳ ବୁଲି ଦେଖିବା ସହିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଜିଲ୍ଳା କଂଗ୍ରେସ କାର‌୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଉକ୍ତ ସମ୍ମିଳନୀରେ ଜୟଦେବ ଜେନା ମୟୁରଭଞ୍ଜ ଜିଲ୍ଳାରେ ବନ୍ୟାପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଅନୁଦାର ବଂଚିତ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ସେବା ଓ ଦ୍ରବ୍ୟକର ପ୍ରାପ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଠକିଛନ୍ତି: ଓଡିଶା କଂଗ୍ରେସ

ଭୁବନେଶ୍ବର: ଜିଏସଟି ଭରଣା ବାବଦ ଅର୍ଥ ଦେବାରେ ଓଡ଼ିଶାକୁ ପ୍ରବଞ୍ଚିତ କରାଯାଇଛି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ଅଭିଯୋଗ କରିଛନ୍ତି। ଭାଜପାକୁ ପ୍ରଶ୍ନ ପଚାରି କାନୁନଗୋ କହିଛନ୍ତି ଯେ, ଦୁଃଖ ଓ ପରିତାପର ସହିତ କହିବାକୁ ହେଉଛି ଯେ ଭାରତୀୟ ଜନତାପାର୍ଟି ଓ ତା’ର ନେତାମାନେ ସମସ୍ତ ରାଜ୍ୟବାସୀଙ୍କୁ ମୁର୍ଖ ବିବେଚନା କରି ଅନେକ ସମୟରେ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟମାନ ଦେବାରେ ଲାଗିଛନ୍ତି।
ସେବା ଓ ଦ୍ରବ୍ୟକର ବାବଦରେ କାନୁନ୍‍ଗୋ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଦେଉଥିବା ଅର୍ଥ କ’ଣ ରାଜ୍ୟକୁ ଦାନ ଓ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ନୁହେଁ ? ସେବା ଓ ଦ୍ରବ୍ୟ କର ଆଇନାନୁସାରେ ଏହି ନେତାମାନେ କ’ଣ ଜାଣନ୍ତି ନାହିଁ ଯେ ରାଜ୍ୟକୁ ୨୦୧୫-୧୬ ବର୍ଷକୁ ମୂଳବର୍ଷକରି ପ୍ରତିବର୍ଷ ୧୪% ବର୍ଦ୍ଧିତ ଟିକସ୍‍ ହାରରେ ରାଜ୍ୟମାନଙ୍କୁ ୨୦୨୧-୨୨ ମସିହା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ଅଛି? ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କେଉଁ ସ୍ୱାର୍ଥରେ କେଉଁ ସ୍ୱାଭିମାନରେ କେନ୍ଦ୍ର ସରକାରଙ୍କର ଅନୁଗୃହୀତ ଓ କାହା ସ୍ୱାର୍ଥରେ ଦାନୀ ପଣିଆକୁ ପ୍ରଶ୍ନ କରି ନାହାନ୍ତି ତାହା ତାଙ୍କୁ ଓ ତାଙ୍କ ଅଫିସରମାନଙ୍କୁ ଜଣା ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହା ଯାଇଛି।
୨୦୧୯-୨୦ ବର୍ଷପାଇଁ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ୬.୨୦୦ କୋଟି ଟଙ୍କା ଜି.ଏସ୍‍.ଟି ରାଜସ୍ୱ କ୍ଷତିପୂରଣ ପାଇବା କଥା। ରାଜ୍ୟ ପାଇଛି ମୋଟ୍‍ ୫୧୨୨କୋଟି ଟଙ୍କା।ଏକଥା କ’ଣ ଭାଜପା ନେତାମାନେ ହିସାବ କରି ନାହାନ୍ତି କାରଣ ଗତବର୍ଷ (୨୦୧୯-୨୦) ପାଇଁ ରାଜ୍ୟର ଜି.ଏସ୍‍.ଟି. ଆଦାୟ ୭.୮୬% ଥିଲା। ଅବଶିଷ୍ଟ ୬.୧୪% କେନ୍ଦ୍ର ଭରଣା କରିବା କଥା। ଏ ବାବଦରେ ରାଜ୍ୟ ପ୍ରାୟ ହଜାରେ କୋଟି ଟଙ୍କାର କ୍ଷତି ସହିଛି ବୋଲି କାନୁନଗୋ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଙ୍କୀର ଭଗବାନ ସ୍ବାଇଁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବୀ କଲା କଂଗ୍ରେସ

ଭୁବନେଶ୍ୱର, ବାଙ୍କୀ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କ୍ରାଇମବ୍ରାଂଚ ତଦନ୍ତ କରାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ସ୍ୱର୍ଗତ ଭଗବାନ ସ୍ୱାଇଁ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ୮-୯ଜଣଙ୍କ ନାମ କହୁ କହୁ ଛଟ ପଟ ହୋଇ ମରିଗଲେ । ଯାହାର ଭିଡ଼ିଓ ମଧ୍ୟ ରହିଅଛି । ପାରିପାର୍ଶ୍ବକ ସ୍ଥିତିରୁ ଜଣାଯାଏ ଏହି ହତ୍ୟାକାଣ୍ଡରେ ୧୮-୨୦ ଜଣ ସଂପୃକ୍ତ ଅଛନ୍ତି । ଏହା ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏକ ବଡ଼ଦୃଷ୍ଟାନ୍ତ ବୋଲି ନିରଂଜନ କହିଥିଲେ।

ଏଭଳି ଆକ୍ରୋଶମୁଳକ ପ୍ରତିହିଂସା ପରାୟଣ ଓ ହୀନରାଜନୈତିକ ଉଦ୍ଦେଶ୍ୟ ରଖି ନାରକୀୟ ହତ୍ୟା ଘଟଣାର ତୁରନ୍ତ ସତ୍ୟସତ୍ୟ ତଥ୍ୟର ପଦାର୍ଫାସ ରାଜ୍ୟବାସୀଙ୍କ ସମ୍ମୁଖରେ ନକଲେ କଂଗ୍ରେସ ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରାକ୍ତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନି ଦେଇଥିଲେ।

ଗତ ୧୭ ତାରିଖ ସଂନ୍ଧ୍ୟାରେ କଂଗ୍ରେସର ଏକ ଦଳ ସଭାପତିଙ୍କ ନେତୃତ୍ୟରେ ଯାଇଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଜଜେ୍ଞଶ୍ୱର ବାବୁ, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, କଂଗ୍ରେସ ନେତା ଜ୍ଞାନ ବେଉରା ଥିଲେ ।