ବାଙ୍କୀର ଭଗବାନ ସ୍ବାଇଁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବୀ କଲା କଂଗ୍ରେସ

Published: Feb 20, 2020, 11:59 pm IST

ଭୁବନେଶ୍ୱର, ବାଙ୍କୀ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କ୍ରାଇମବ୍ରାଂଚ ତଦନ୍ତ କରାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବୀ କରିଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ସ୍ୱର୍ଗତ ଭଗବାନ ସ୍ୱାଇଁ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ୮-୯ଜଣଙ୍କ ନାମ କହୁ କହୁ ଛଟ ପଟ ହୋଇ ମରିଗଲେ । ଯାହାର ଭିଡ଼ିଓ ମଧ୍ୟ ରହିଅଛି । ପାରିପାର୍ଶ୍ବକ ସ୍ଥିତିରୁ ଜଣାଯାଏ ଏହି ହତ୍ୟାକାଣ୍ଡରେ ୧୮-୨୦ ଜଣ ସଂପୃକ୍ତ ଅଛନ୍ତି । ଏହା ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଏକ ବଡ଼ଦୃଷ୍ଟାନ୍ତ ବୋଲି ନିରଂଜନ କହିଥିଲେ।

ଏଭଳି ଆକ୍ରୋଶମୁଳକ ପ୍ରତିହିଂସା ପରାୟଣ ଓ ହୀନରାଜନୈତିକ ଉଦ୍ଦେଶ୍ୟ ରଖି ନାରକୀୟ ହତ୍ୟା ଘଟଣାର ତୁରନ୍ତ ସତ୍ୟସତ୍ୟ ତଥ୍ୟର ପଦାର୍ଫାସ ରାଜ୍ୟବାସୀଙ୍କ ସମ୍ମୁଖରେ ନକଲେ କଂଗ୍ରେସ ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରାକ୍ତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନି ଦେଇଥିଲେ।

ଗତ ୧୭ ତାରିଖ ସଂନ୍ଧ୍ୟାରେ କଂଗ୍ରେସର ଏକ ଦଳ ସଭାପତିଙ୍କ ନେତୃତ୍ୟରେ ଯାଇଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଜଜେ୍ଞଶ୍ୱର ବାବୁ, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, କଂଗ୍ରେସ ନେତା ଜ୍ଞାନ ବେଉରା ଥିଲେ ।

Related posts