Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଗତବର୍ଷ ପ୍ରଭୃଙ୍କର ହୋଇଥିଲା ଏକ ଐତିହାସିକ ରଥଯାତ୍ରା, ଘଟିଥିଲା ଛଅଟି ଚମତ୍କାରିତା

ଭୁବନେଶ୍ବର, ଗତବର୍ଷ ଏହି ରଥଯାତ୍ରା ବେଳକୁ ବହୁ ବାଦବିବାଦ ପରେ ଶେଷରେ ରଥ ବଡ ଦାଣ୍ଡରେ ରଥ ଗଡିଥିଲା। ହେଲେ ସେତେବେଳେ ଜଗତର ନାଥ ଜଗନ୍ନାଥଙ୍କ ଏହି ଲୀଳାକୁ କେହି ବୁଝିପାରିଲେ ନାହିଁ। ବହୁ ନାଟ ଖେଳିବା ପରେ ଶେଷରେ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା। କେବଳ ସେତିକି କହିଲେ ହେବ ନାହିଁ, ବହୁ ଶୃଙ୍ଖଳିତ ଭାବେ ରଥଯାତ୍ରା ସଂପର୍ଣ୍ଣ ହୋଇଥିଲା।

ତେବେ ସୁପ୍ରିମକୋର୍ଟଙ୍କ କଟକଣା ପାଇଁ କୌଣସି ଭକ୍ତ ବଡଦାଣ୍ଡକୁ ଯାଇପାରିଲେ ନାହିଁ ସତ, ହେଲେ ଟେଲିଭିଜନ ମାଧ୍ୟମରେ ଜଗନ୍ନାଥଙ୍କ ଏହି ଲୀଳାକୁ ଦେଖି ନିଜ ମନକୁ ଶାନ୍ତ କରିଥିଲେ। ତେବେ ଗତବର୍ଷର ବିରଳ ରଥ ଯାତ୍ରା ବିଭିନ୍ନ କ୍ଷେତ୍ରକୁ ନେଇ ବେଶ୍ ଚମତ୍କାରିତା ମଧ୍ୟ ରହିଛି। ଗତବର୍ଷ ରଥଯାତ୍ରା ବେଳକୁ ଦେଖାଦେଇଥିଲା ଛଅଟି ଚମତ୍କାରିତା। ସେ ବିଷୟରେ ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ହେବେ।

1-ଗତବର୍ଷ ଯେତେବେଳ ସୁପ୍ରିମକୋର୍ଟ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଲେ ସେତେବେଳେ ସାରା ବିଶ୍ବର ଜଗନ୍ନାଥ ପ୍ରେମୀ ହତାଶ ହୋଇ ପଡିଥିଲେ। କୋର୍ଟଙ୍କ ରାୟ ଉପରେ ରିଭ୍ୟୁ ପିଟିସନ ଦାଖ କରାଯାଇପାରିବ କି ନାହିଁ ସେ ନେଇ ମଧ୍ୟ ସେତେବେଳେ ସନ୍ଦେହ ଉପୁଜିଲା। ହେଲେ କେତେକ ସଂସ୍ଥା ତଥା ଓକିଲଙ୍କ ପ୍ରଚେଷ୍ଠାରେ ପିଟିସନ ଦାଖଲ ହେଲା। ଏହି ପିଟସନ ସେତେବେଳେ କୋର୍ଟ ଗ୍ରହଣ କଲେ ନାହିଁ। କଣ ହେଲା କେଜାଣି ରବିବାର ଛୁଟି ଦିନରେ ଏହି ପିଟିସନ ଗ୍ରହଣ ହେଲା। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

2- ସେତେବେଳେ ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ ପକ୍ଷ ରଖିଥିଲେ ଯେ, ରଥଯାତ୍ରାରେ ପ୍ରାୟ 12 ଲକ୍ଷ ଭକ୍ତ ଏକାଠି ହୁଅନ୍ତୁ ତେଣୁ ରଥ ଯାତ୍ରା ବନ୍ଦ କରାଯାଉ। ହେଲେ ସେହି ରାଜ୍ୟ ସରକାର ହଠାତ୍ ରବିବାର ରାତିରେ ପ୍ରେସ ବିଜ୍ଞପ୍ତି ଦେଲେ ଯେ, କୋର୍ଟରେ ଅନୁକୂଳ ମତ ରଖିବେ। ଏହା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

3-ଗତବର୍ଷ ଏପରି ବାଦାନୁବାଦ ଭିତରେ ନିର୍ଦ୍ଧାରିତ ସମୟରେ ରଥଯାତ୍ରାର ସମସ୍ତ ରୀତିନୀତି ସଂପର୍ଣ୍ଣ ହେବା ଏକ ବଡ ଘଟଣା ଥିଲା। ପୂର୍ବରୁ ଯେଉଁ ସମୟ ନିର୍ଘଣ୍ଟ ଥିଲା, ସେହି ଅନୁସାରେ ଏଥର ସମସ୍ତ କାର୍ଯ୍ୟ କରାଯାଇଥିଲା। ଯେଉଁ ସେବକମାନେ ରୀତିନୀତି ବିଳମ୍ବ କରିବାରେ ଅଭ୍ୟାସ ରହିଛି ସେହିମାନେ ଠିକ୍ ସମୟରେ ରଥଯାତ୍ରା କରାଇବା ପ୍ରଭୁଙ୍କ ଏକ ଚମତ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

4- ଗତବର୍ଷ କୋଭିଡ19 ନିୟମ ଅନୁସାରେ ରଥଯାତ୍ରା କରାଯାଉ ବୋଲି କୋର୍ଟ ରାୟ ଦେଇଥିଲେ। କିନ୍ତୁ ସେବକମାନେ କେତେଦୂର ଏହାକୁ ପାଳନ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ହେଲେ ସେମାନେ କଟକଣାକୁ ସମ୍ମାନ ଦେଇ ମାସ୍କ ପିନ୍ଧି ସମସ୍ତ ରୀତିନୀତି ମଧ୍ୟ କରିଥିଲେ।

5- ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା ତିନି ରଥ ଉପରେ । ସେବକମାନେ ସାଧାରଣତଃ ରଥଟଣା ବେଳେ ରଥ ଉପରେ ବେଶ ଭିଡ ଜମାଇ ଥାଆନ୍ତି। ପ୍ରଭୁଙ୍କ ମୂର୍ତ୍ତିକୁ ସେମାନେ ଆଢୁଆଳ କରି ଦିଅନ୍ତି, ଯାହା ଫଳରେ ଠାକୁରଙ୍କୁ ଦେଖିବା ସମ୍ଭବପର ହୋଇ ନ ଥାଏ। ହେଲେ ଗତବର୍ଷ ରଥଯାତ୍ରାରେ ଦେଖା ଦେଇଥିଲା ଶୃଙ୍ଖଳିତ ପରଂପରା। ରଥ ପୁରା ଖାଲି ଖାଲି ଲାଗିଥିଲା। ରଥ ଉପରେ ଖୁବ କମ ସଂଖ୍ୟକ ଘଣ୍ଟୁଆ ଓ ସେବକ ଥିଲେ। ଫଳରେ ସାମାଜିକ ଦୂରତା ମାନିବା ଅସମ୍ଭବକୁ ସେବକମାନେ ଜଗନ୍ନାଥ କୃପାରୁ ସମ୍ଭବ କରାଇପାରିଥିଲେ।

6-ପ୍ରଶ୍ନ ଥିଲା ଭକ୍ତ ନାହାଁନ୍ତି ତ ଏତେ ବଡ ରଥକୁ ଟାଣିବ କିଏ। ସୀମିତ ସେବକମାନେ ଏହାକୁ ଟାଣି ପାରିବେ କି ନାହିଁ ସେ ନେଇ ଥିଲା ସନ୍ଦେହ। ହେଲେ ସୀମିତ ସେବକଙ୍କ ଭିତରେ ପ୍ରଭୁଙ୍କ ରଥ ଘଡଘଡ ହୋଇ ଗଡି ଚାଲିଥିଲା। ଯାହା ପ୍ରଭୁଙ୍କ ଲୀଳା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରଥଯାତ୍ରା ଇତିହାସରେ କେବେ ବି ବିନା ଭକ୍ତରେ ରଥଯାତ୍ରା ହେବାର ଦୃଷ୍ଟାନ୍ତ ନାହିଁ। ହେଲେ ଗତ ବର୍ଷ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା। ଶ୍ରୀଜଗନ୍ନାଥ ଇତିହାସରେ 2020 ବର୍ଷର ରଥଯାତ୍ରା ସବୁଦିନ ପାଇଁ ଏକ ଉଦାହରଣ ହୋଇ ରହିଗଲା। ସେହିପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ଜଗନ୍ନାଥଙ୍କ ଆର୍ଶିବାଦରେ ଏହି ମହାନ୍ ପରଂପରା ନିଶ୍ଚିତ ଶାନ୍ତିଶୃଙ୍ଖଳାରେ ହେବ ବୋଲି ମନ୍ଦିର ପ୍ରଶାସନ ଆଶା ରଖିଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ରଥଯାତ୍ରା ହେବାର ସୃଷ୍ଟି ହେଲା ସମ୍ଭାବନା, ଏଥର କୋର୍ଟରେ ଅନୁକୂଳ ମତ ରଖିବେ ରାଜ୍ୟ ସରକାର

ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ କଥା ଆଇନି ବିଭାଗ ତରଫରୁ କୁହାଯାଇଛି। ପୁରୀ ଗଜପତି ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାଗାବେଗକୁ ଧ୍ୟାନ ରଖି ସରକାର ପଦକ୍ଷେପ ନିଅନ୍ତୁ। ସେହି ଚିଠି ପାଇବା ପରେ ଆଇନି ବିଭାଗ ତର୍ଜମା କରି 7ଟି ପଏଣ୍ଟ ଥିବା ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛନ୍ତି।

ଏହି ପ୍ରେସ ବିଜ୍ଞପ୍ତିରେ ସରକାର କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେଉଁ ରଥଯାତ୍ରା ହେଉଛି ସେଥିରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ସେଥିପାଇଁ କୋଭିଡ19 ସମୟରେ ତାହା କରିବା ସମ୍ଭବ ନୁହେଁ। ହେଲେ ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ସମସ୍ତ ପ୍ରକାରର ଅନୂକୁଳ ମତପୋଷଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହିତ ଗଜପତି ଉଲ୍ଲେଖ କରିଥିବା ବିନା ଭକ୍ତରେ ପୁରୀ ରଥଯାତ୍ରା କରିବା ପ୍ରସଂଗରେ ରାଜ୍ୟ ସରକାର ମଧ୍ୟ ସହମତ ବୋଲି ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏହି ମତ ପରେ ପୁରୀ ରଥଯାତ୍ରା ନିଶ୍ଚିତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।