Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ରଥଯାତ୍ରା ହେବାର ସୃଷ୍ଟି ହେଲା ସମ୍ଭାବନା, ଏଥର କୋର୍ଟରେ ଅନୁକୂଳ ମତ ରଖିବେ ରାଜ୍ୟ ସରକାର

ଭୁବନେଶ୍ବର,ବିଭିନ୍ନ ମହଲରେ ପ୍ରବଳ ସମାଲୋଚନା ଓ ଚାପ ପରେ ଶେଷରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ। ରଥଯାତ୍ରା ରିଟପିଟସନର ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ତାଙ୍କର ଅନୁକୂଳ ଆଭିମୁଖ୍ୟ ରଖିବେ। ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏ କଥା ଆଇନି ବିଭାଗ ତରଫରୁ କୁହାଯାଇଛି। ପୁରୀ ଗଜପତି ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାଗାବେଗକୁ ଧ୍ୟାନ ରଖି ସରକାର ପଦକ୍ଷେପ ନିଅନ୍ତୁ। ସେହି ଚିଠି ପାଇବା ପରେ ଆଇନି ବିଭାଗ ତର୍ଜମା କରି 7ଟି ପଏଣ୍ଟ ଥିବା ଏକ ପ୍ରେସ ବିଜ୍ଞପ୍ତି ଜାରୀ କରିଛନ୍ତି।

ଏହି ପ୍ରେସ ବିଜ୍ଞପ୍ତିରେ ସରକାର କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେଉଁ ରଥଯାତ୍ରା ହେଉଛି ସେଥିରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ସେଥିପାଇଁ କୋଭିଡ19 ସମୟରେ ତାହା କରିବା ସମ୍ଭବ ନୁହେଁ। ହେଲେ ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ସମସ୍ତ ପ୍ରକାରର ଅନୂକୁଳ ମତପୋଷଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହିତ ଗଜପତି ଉଲ୍ଲେଖ କରିଥିବା ବିନା ଭକ୍ତରେ ପୁରୀ ରଥଯାତ୍ରା କରିବା ପ୍ରସଂଗରେ ରାଜ୍ୟ ସରକାର ମଧ୍ୟ ସହମତ ବୋଲି ଉଲ୍ଲେଖ କରାଯାଇଛି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏହି ମତ ପରେ ପୁରୀ ରଥଯାତ୍ରା ନିଶ୍ଚିତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।