Categories
ଆଜିର ଖବର ରାଜ୍ୟ ଖବର

ଚତୁର୍ଥ ପର୍ଯ୍ୟାୟ ବାଣିଜ୍ୟିକ ନିଲାମୀ ଅଧୀନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି 

ଭୁବନେଶ୍ଵର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚାରିଟି ରାଜ୍ୟର ୫ଟି କୋଇଲା ଖଣିର ବାଣିଜ୍ୟିକ ନିଲାମ କରାଯାଇଛି। ଏଥିରେ ଓଡ଼ିଶାର ଦୁଇଟି କୋଇଲା ଖଣି- ଉତ୍କଳ ବି-୧ ଏବଂ ବି-୨ ରହିଛି। ଏହି ଦୁଇଟି ଖଣିକୁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍‌ ନିଲାମ ସୂତ୍ରରେ ନେଇଛି। ଦୁଇଟି ଖଣିର ପିଆରସି କ୍ଷମତା ବା ସର୍ବାଧିକ କୋଇଲା ଉତ୍ପାଦନ କ୍ଷମତା ବାର୍ଷିକ ୮.୦୦୦ ନିୟୁତ ଟନ୍‌ ହୋଇଥିବା ବେଳେ ଏଥିରେ ମୋଟ୍‌ ୩୪୭.୦୮ ନିୟୁତ ଟନ୍‌ ଭୂଗର୍ଭ କୋଇଲା ଗଚ୍ଛିତ ହୋଇ ରହିଛି। ଖଣିର ପିଆରସି କ୍ଷମତାକୁ ଆଧାର କରି ଏହି ଦୁଇଟି ଖଣିରୁ ବାର୍ଷିକ ୧୧୦୭.୦୫ କୋଟି ଟଙ୍କାର ରାଜସ୍ୱ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି। ଦୁଇଟି ଖଣିରେ ୧୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୦ ହଜାର ୮୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାର ଦୁଇଟି ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କୋଇଲା ଖଣିର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି।

କୋଇଲା ମନ୍ତ୍ରଣାଳୟ ଦ୍ଵାରା ଇ-ନିଲାମୀ ପ୍ରକ୍ରିୟାରେ ଏସବୁ କୋଇଲା ଖଣିର ବାଣିଜ୍ୟିକ ନିଲାମୀ ସମ୍ପାଦନ କରାଯାଇଛି। କୋଇଲା ଖଣି ଗୁଡ଼ିକର ବାଣିଜ୍ୟିକ ନିଲାମୀ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଟେଣ୍ଡର ଆହ୍ଵାନକାରୀ ନୋଟିସ (ଏନଆଇଟି) ଜାରି କରାଯାଇଥିଲା। କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) –ସିଏମ (ଏସପି) ଆଇନ, ୨୦୧୫ ଅଧୀନରେ ନିଲାମୀର ୧୪ତମ ପର୍ଯ୍ୟାୟ ଏବଂ ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) –ଏମଏମଡିଆର ଆଇନ, ୧୯୫୭ ଅଧୀନରେ ଏସବୁ କୋଇଲା ଖଣିର ନିଲାମୀ ନିମନ୍ତେ ଡିସେମ୍ବର ୧୬, ୨୦୨୧ରେ ଏନଆଇଟି ଜାରି କରାଯାଇଥିଲା। ଏମଏସଟିସି ପ୍ଲାଟଫର୍ମ ଜରିଆରେ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧, ୨୦୨୨ରେ ଅନୁଷ୍ଠିତ ଇ-ନିଲାମୀ ପ୍ରକ୍ରିୟାରେ ମୋଟ ପାଞ୍ଚଟି ସିଏମଏସପି କୋଇଲା ଖଣିକୁ ନିଲାମୀ ନିମନ୍ତେ ରଖାଯାଇଥିଲା।

ନିଲାମୀରେ ସାମିଲ ଥିବା ସମସ୍ତ ୫ଟି କୋଇଲା ଖଣି ସମ୍ପୂର୍ଣ୍ଣ ଭାବେ ଅନ୍ୱେଷଣ କରାଯାଇଥିବା କୋଇଲା ଖଣି ହୋଇଥିବା ବେଳେ ଏସବୁ ଖଣିର ଭୂଗର୍ଭ ଭଣ୍ଡାରରେ ମୋଟ୍‌ ୬୬୫.୦୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ଏଗୁଡ଼ିକର ପିଆରସି କ୍ଷମତା ବାର୍ଷିକ ୧୪.୭୫୬ ନିୟୁତ ଟନ୍‌ ରହିଛି।

ବାଣିଜ୍ୟିକ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଅଧୀନରେ ଏବେ ସୁଦ୍ଧା ମୋଟ୍‌ ୪୭ଟି କୋଇଲା ଖଣି ନିଲାମ ହୋଇସାରିଛି। ଏଥିରେ ଚତୁର୍ଥ ପର୍ଯ୍ୟାୟରେ ନିଲାମୀ ହୋଇଥିବା ଏହି ୫ଟି କୋଇଲା ଖଣି ମଧ୍ୟ ସାମିଲ ରହିଛି। ବର୍ତ୍ତମାନ ସୁଦ୍ଧା ନିଲାମ ହୋଇସାରିଥିବା କୋଇଲା ଖଣିଗୁଡ଼ିକର ସର୍ବମୋଟ୍‌ ପିଆରସି କ୍ଷମତା ବାର୍ଷିକ ୧୦୧.୪୦୪ ନିୟୁତ ଟନ୍‌ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟର ୮ ଟି ଜିଲ୍ଲାରେ ଚିହ୍ନଟ ହେଲେ ଆକ୍ରାନ୍ତ, ଚିକିତ୍ସାଧୀନ ଅଛନ୍ତି ୩୬୫ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୧ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨୨

ବାଲେଶ୍ଵର ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ- ୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୦୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୧୬୨ ଏବଂ ବର୍ତ୍ତମାନ ୩୬୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆ ଏସ୍‌ଏଚ୍‌ଏମ୍‌ରେ ଆରମ୍ଭ ହେଲା “ପଖାଳ ଉତ୍ସବ”

ଭୁବନେଶ୍ୱର: ଓଡିଶାର ପାରମ୍ପରିକ ଖାଦ୍ୟ ତଥା ଓଡ଼ିଆଙ୍କ ପ୍ରାଣ ‘ପଖାଳ’ର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍  ହୋଟେଲ୍ ମ୍ୟାନେଜମେଂଟ ଠାରେ ଏପ୍ରିଲ୍ ୧ ତାରିଖ ଦିନ “ପଖାଳ ଉତ୍ସବ” ଆରମ୍ଭ ହୋଇଛି। ୬ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପଖାଳ ଉତ୍ସବକୁ ସୋଆର ଉପସଭାପତି
ଶାଶ୍ୱତୀ ଦାସ ଶୁଭାରମ୍ଭ କରିଛନ୍ତି।

ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଉଦ୍ୟମ ଦ୍ୱାରା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହାକୁ ଆଦୃତ କରାଇବାର ଉଦ୍ଦେଶ୍ୟ ରହିଛି। ଉତ୍କଳ ଦିବସ ଅବସରରେ ଏହି ଉତ୍ସବର ଶୁଭାରମ୍ଭ କରି ଶ୍ରୀମତି ଦାସ ଏହାକୁ ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି।

ବିଶ୍ୱ ଦରବାରରେ ପଖାଳ ଓଡ଼ିଆଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ଏହା ଦ୍ୱାରା ଓଡ଼ିଆଙ୍କ ଅସ୍ମିତା ଅଧିକ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି।

ପଖାଳ ଉତ୍ସବ ପରିପ୍ରେକ୍ଷୀରେ ଗ୍ରାମାଂଚଳର ଛାପ ସୃଷ୍ଟି କରାଯିବା ସହ କୃତ୍ରିମ ପୋଖରୀ, କୂଅ, ବିଭିନ୍ନ ପ୍ରକାର ପରିବା ଚାଷ ଓ ଗ୍ରାମଦେବୀଙ୍କ ମୂର୍ତୀର ପୂଜାର୍ଚ୍ଚନା ଭଳି ଛାତ୍ରଛାତ୍ରୀମାନଙ୍କ ପ୍ରୟାସରେ ଏକ ପରିବେଶ ସୃଷ୍ଟି କରାଯାଇଥିବା ବେଳେ ଏହାକୁ ଶ୍ରୀମତି ଦାସ ପ୍ରଶଂସା କରିଛନ୍ତି।

ସେହିପରି ପଖାଳ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇ ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ଓଡ଼ିଆଙ୍କ ପ୍ରାଣ ହେଉଛି ପଖାଳ କଂସା। ପଖାଳ ଦ୍ୱାରା ଅଂଶୁଘାତ ଓ ଚର୍ମ ରୋଗ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଗରିବ ହୁଅନ୍ତୁ କି ଧନୀ ସବୁ ଓଡ଼ିଆଙ୍କର ପ୍ରିୟ ହେଉଛି ପଖାଳ। ୭ ବର୍ଷ ଧରି ପଖାଳ ଉତ୍ସବ ଏସ୍‌ଏଚ୍‌ଏମ୍‌ରେ ପାଳନ ହୋଇଆସୁଥିବା ବେଳେ ଗତ ୨ ବର୍ଷ ହେବ କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଗକୁ ଏହି ଉତ୍ସବ ମହୋତ୍ସବର ରୂପ ନେବ ବୋଲି ପ୍ରଫେସର ମିଶ୍ର ଆଶା ବ୍ୟକ୍ତ କରିଛନ୍ତି

ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯାଉଛି। ସେହିପରି ପଖାଳ ଭାତକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଖଇଙ୍ଗା ଶୁଖୁଆ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭରତା, ଗୋଟା କଲରା ଭଜା, କଖାରୁ ଫୁଲ ପିଠଉ, ଶାଗ ବଡି ଭଜା, ପୋଡା ଟମାଟ ଚଟଣୀ, ଆଳୁ ସଜନା ଛୁଇଁ ବେସର, ଭେଣ୍ଡି ଭଜା ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯାଉଛି।

ଅତିଥିମାନଙ୍କୁ ଏସ୍‌ଏଚ୍‌ଏମ୍‌ର ରେଷ୍ଟୁରାଂଟ ପରିସରରେ ୬ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ପଖାଳ ଉତ୍ସବରେ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପଖାଳ ପରସା ଯିବ। ଓଡିଶାର ଜନସାଧାରଣଙ୍କ ଖାଦ୍ୟ ରୁଚିକୁ ଲକ୍ଷ୍ୟ କରି ମିଠା ପାନ ମଧ୍ୟ ପରିବେଷଣ କରାଯାଉଛି।

Categories
ବିଶେଷ ଖବର

ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି କେତେ ଅନୁଦାନ?, ଜାଣନ୍ତୁ ଲୋକସଭାରେ କ’ଣ କହିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ରାଜ୍ୟ ସରକାର ୧,୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାକୁ ଜଳ ଜୀବନ ମିଶନ ଅଧୀନରେ ମିଳିଥିବା ଅନୁଦାନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟେଲ କହିଥିଲେ ଯେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟକୁ ଯଥାକ୍ରମେ ୩୬୪.୭୪ କୋଟି ଟଙ୍କା ଏବଂ ୮୧୨.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମିଶନ ଅଧୀନରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୬୮୮.୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଅନ୍ୟପଟେ ଜଳ ଜୀବନ ମିଶନ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୧ ଆର୍ଥିକ ବର୍ଷରେ ରାଜ୍ୟ ଅଂଶଧନ ବାବଦରେ ଯଥାକ୍ରମେ ୨୫୫.୦୨ କୋଟି ଟଙ୍କା, ୬୭୩ କୋଟି ଟଙ୍କା ଏବଂ ୧୦୫୪. ୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜଳ ଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମିଶନ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ ଲକ୍ଷ ୯୧ ହଜାର ୮୦୭ଟି ପରିବାରକୁ ଟ୍ୟାପ ଜଳ ଯୋଗାଣ କରାଯାଇଛି। ଏବେସୁଦ୍ଧା ମିଶନ ଅଧୀନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୪୧.୭୯ ପ୍ରତିଶତ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ମିଶନର ନିର୍ଦ୍ଧାରିତ ଅବଧି ମଧ୍ୟରେ ସବୁ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର ବ୍ୟବସାୟ

୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି। ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲିଟୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲିଟୀ ମିଳିଛି।

କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲିଟୀ ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି। ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍‌ ଉପରେ ରୟାଲିଟୀ ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧ୍ୟୟନ ଗୋଷ୍ଠୀ ବିଭିନ୍ନ ଅଂଶୀଦାର ରାଜ୍ୟମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। କୋଇଲା ଉତ୍ପାଦନକାରୀ ରାଜ୍ୟମାନେ କୋଇଲା ରୟାଲିଟୀ ଦରକୁ ବର୍ତ୍ତମାନର ୧୪ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିବା ଲାଗି ଦାବି କରୁଛନ୍ତି। ଅନ୍ୟପଟେ କୋଇଲା ଉପଯୋଗକାରୀ ରାଜ୍ୟମାନେ ରୟାଲିଟୀ ଦରକୁ ୧୪%ରୁ କମାଇ ଅତିବେଶୀରେ ୫-୬ ପ୍ରତିଶତ ମଧ୍ୟରେ ରଖିବା ପାଇଁ ଦାବି କରି ଆସୁଛନ୍ତି।

ଅଧ୍ୟୟନ ଗୋଷ୍ଠୀ ସବୁ ଦିଗରୁ ବିଚାର କରିବା ପରେ ରିପୋର୍ଟ ଦାଖଲ କରିଛି। ଏଥିରେ ରୟାଲିଟୀ ଦରରେ କୌଣସି ପରିବର୍ତ୍ତନ ନକରିବା ପାଇଁ ସୁପାରିସ କରାଯାଇଛି କାରଣ ରୟାଲିଟୀ ଉପରେ ୩୦ ପ୍ରତିଶତ ହାରରେ ଡିଏମଏଫ ଦର ଏବଂ ରୟାଲିଟୀ ଉପରେ ୨ପ୍ରତିଶତ ହାରରେ ଏନଏମଇଟି ଦର ଲାଗୁ ହେବା ପରେ ମୋଟ୍‌ ଲାଗୁ ପରିମାଣ ୧୮.୪୮%ରେ ଅର୍ଥାତ୍‌ {(୧୪%+ ୪.୨ (୧୪%ର 30%) + .୨୮ (୧୪% ର ୨%) ରେ } ପହଞ୍ଚି ଯାଉଛି।

ତଦନୁଯାୟୀ, ଅଧ୍ୟୟନ ଗୋଷ୍ଠୀ ନିମ୍ନମତେ ସୁପାରିସ କରିଛି:

ତା ୧୦.୦୫.୨୦୧୨ରିଖରେ ଜାରି ବିଧିବଦ୍ଧ ବିଜ୍ଞପ୍ତି ସଂଖ୍ୟା ଜି.ଏସ.ଆର ୩୪୯ ଅନୁଯାୟୀ ପ୍ରସ୍ତାବିତ ରୟାଲିଟୀରେ କୌଣସି ପରିବର୍ତ୍ତନର ପ୍ରସ୍ତାବ ନାହିଁ। ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଉତ୍ପାଦିତ କୋଇଲା ଉପରେ ରୟାଲିଟୀ ଦର ମୂଲ୍ୟାନୁସାରେ ୧୪%ରେ ଅପରିବର୍ତ୍ତିତ ରହିବ, ଟିକସ, ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କକୁ ବାଦ୍‌ ଦେଇ ଇନଭଏସରେ ପ୍ରତିଫଳିତ ଦର।

ତା ୧୦.୦୫.୨୦୧୨ରେ ଜାରି ବିଜ୍ଞପ୍ତି ଜି.ଏସ.ଆର ୩୪୯ (ଇ) ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରେ ଉତ୍ପାଦିତ କୋଇଲା ଉପରେ ଲାଗୁ ରୟାଲିଟୀ ପ୍ରତି ଟନ୍‌ ପିଛା ଟଙ୍କା ଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଅଧ୍ୟୟନ ଗୋଷ୍ଠୀର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି ଏବଂ ରୟାଲିଟୀ ଦର ବଢ଼ାଇବା ପାଇଁ ବର୍ତ୍ତମାନର ସରକାରଙ୍କର କୌଣସି ଯୋଜନା ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୧ ଟି ଜିଲ୍ଲାରେ ଚିହ୍ନଟ ହେଲେ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ଵର ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୪

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୫

ଯାଜପୁର ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୧୪

ମୟୂରଭଞ୍ଜ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୧୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୬୦୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୩୫ ଏବଂ ବର୍ତ୍ତମାନ ୪୦୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୭ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୧

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୭

ଗଞ୍ଜାମ ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୩

କୋରାପୁଟ ଜିଲ୍ଲାରୁ- ୪

ମୟୂରଭଞ୍ଜ ଜିଲ୍ଲାରୁ- ୨

ପୁରୀ ଜିଲ୍ଲାରୁ-

ସୁନ୍ଦରଗଡ ଜିଲ୍ଲାରୁ- ୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୫୪୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୯୭୦ ଏବଂ ବର୍ତ୍ତମାନ ୪୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନର ସର୍ବଭାରତୀୟ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ

ଭୁବନେଶ୍ୱର: ସର୍ବଭାରତୀୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ଓ କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନର ଆହ୍ୱାନକ୍ରମେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ଫେଡ଼େରେସନ ତରଫରୁ ଗ୍ରୀଡ୍‌କୋ-ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବି ନେଇ ଏକ ବିକ୍ଷୋଭ ସଭା ଫେଡ଼େରେସନର ମୁଖ୍ୟ ସଂଗଠନ ସମ୍ପାଦକ ସାଥୀ ଭ୍ରମର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବିକ୍ଷୋଭ ସଭାରେ ଫେଡ଼େରେସନର ଉପାଧ୍ୟକ୍ଷ ସାଥୀ ସି.ଭି.ଏନ୍‌. ରାଓ, ସାଧାରଣ ସମ୍ପାଦକ ସାଥୀ ସତ୍ୟଜିତ ବାଘ, ବିଜୁଳି କର୍ମଚାରୀ ସଂଘର ସଭାପତି ସାଥୀ ଆକୁଳ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ମିଶ୍ର, ମଜଦୁର ସଂଘର ସାଧାରଣ ସମ୍ପାଦକ ସାଥୀ ଶ୍ରୀକୃଷ୍ଣ ପଟ୍ଟନାୟକ, ଠିକା ଶ୍ରମିକ ସଂଘର ସମ୍ପାଦକ ସାଥୀ ଶ୍ରୀଧର ଖୁଣ୍ଟିଆ, ଏନାମାର ସଂଘର ତରଫରୁ ସାଥୀ ସାଥୀ ସୁଶାନ୍ତ ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ସରକାରଙ୍କ ବିଜୁଳି ଆମେଣ୍ଟମେଣ୍ଟ ବିଲ୍ ୨୦୨୧ ତଥା ୧.୪.୨୦୨୦ରୁ ମଜୁରୀ ନିର୍ଦ୍ଧାରଣ, ଠିକା ଶ୍ରମିକ, ଏନାମାର, ଏକ୍ସ-ଏନାମାର, କଣ୍ଟିଜେଣ୍ଟ ଓ ଖଲାସୀମାନଙ୍କୁ ନିୟମିତ କରିବା ଓ ଓପିଟିସିଏଲରେ କାର୍ଯ୍ୟରତ ଠିକା କର୍ମଚାରୀମାନଙ୍କର ମଜୁରୀ ବୃଦ୍ଧି ଇତ୍ୟାଦି ବିଷୟରେ ଦୃଢ ଦାବି ଉପସ୍ଥାପନ କରିଥିଲେ। ଯଦି ଏହିସବୁ ଦାବି ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ସଂଘ ତରଫରୁ ଏକ ଗଣଆନ୍ଦୋଳନ ସୃଷ୍ଟି ହେବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ବାଘ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୩ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୪

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୯

କଟକ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୩

କେନ୍ଦ୍ରାପଡା ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୩

ସୁନ୍ଦରଗଡ ଜିଲ୍ଲାରୁ- ୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୪୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୮୭୯ ଏବଂ ବର୍ତ୍ତମାନ ୪୧୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୫ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୯

କଟକ ଜିଲ୍ଲାରୁ- ୪

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୬

ଗଞ୍ଜାମ ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୫

ଖୋର୍ଦ୍ଧା ଜିଲ୍ଲାରୁ- ୬

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୩୩୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୭୫୦ ଏବଂ ବର୍ତ୍ତମାନ ୪୫୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୫୦ ତଳେ ରହିଛି ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୨

ବରଗଡ ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୮

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୬

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୨

ଖୋର୍ଦ୍ଧା ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୩୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୬୭୭ ଏବଂ ବର୍ତ୍ତମାନ ୫୩୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ହେଲା କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୬

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୪

ବୌଦ୍ଧ ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୪

ଗଞ୍ଜାମ ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୫

କେନ୍ଦ୍ରାପଡା ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୬

କୋରାପୁଟ ଜିଲ୍ଲାରୁ- ୪

ମୟୂରଭଞ୍ଜ ଜିଲ୍ଲାରୁ- ୩

ନୟାଗଡ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୨୮୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୫୮୦ ଏବଂ ବର୍ତ୍ତମାନ ୫୩୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୬୦୦ ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୩

କଟକ ଜିଲ୍ଲାରୁ- ୧

ଢେଙ୍କାନାଳ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୬

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୨୨୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୪୯୭ ଏବଂ ବର୍ତ୍ତମାନ ୫୫୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢୁଛି ତାତି: ଆଜି ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବାର ଲାଗିଛି। ଆଜି ରାଜ୍ୟର ୫ ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ଟିଟିଲାଗଡ ସହର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି। ଏହି ସହରରେ ଆଜି ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରିରେ ୪୧ ଡିଗ୍ରୀ ତାପମାତ୍ରା ରହିଛି।

Image

ସେହିଭଳି ଅନୁଗୁଳରେ ଆଜିର ତାପମାତ୍ରା ୪୦.୧ ଡିଗ୍ରୀ ଥିବା ବେଳେ ବୌଦ୍ଧ ଏବଂ ବାରିପଦାର ତାପମାତ୍ରା ୪୦ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି। ତେବେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଆଜି ୩୭.୬ ଡିଗ୍ରୀ ସେଲସିୟସ ରହିଛି ଏବଂ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧

ବରଗଡ ଜିଲ୍ଲାରୁ- ୧

ବୌଦ୍ଧ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୯

ଗଞ୍ଜାମ ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୭

କେନ୍ଦ୍ରାପଡା ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୪

କୋରାପୁଟ ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୧୯୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୪୨୪ ଏବଂ ବର୍ତ୍ତମାନ ୬୦୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୫୦ ତଳକୁ ଖସିଲା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୭୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୫

ଗଞ୍ଜାମ ଜିଲ୍ଲାରୁ- ୧୧

ଯାଜପୁର ଜିଲ୍ଲାରୁ- ୫

ଝାରସୁଗୁଡା ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୬

ଖୋର୍ଦ୍ଧା ଜିଲ୍ଲାରୁ- ୧

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୧୫୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୩୫୭ ଏବଂ ବର୍ତ୍ତମାନ ୬୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦୦ ତଳେ ରହିଛି ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୩

ବାଲେଶ୍ଵର ଜିଲ୍ଲାରୁ- ୫

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୬

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୮

ଗଞ୍ଜାମ ଜିଲ୍ଲାରୁ- ୧୧

ଜଗତସିଂହପୁର ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୬

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୩

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୬

ସୁନ୍ଦରଗଡ ଜିଲ୍ଲାରୁ- ୯

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୩୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୧୫୩ ଏବଂ ବର୍ତ୍ତମାନ ୭୧୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସର୍ବଭାରତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଯୋଗ ଦେଲେ ପ୍ରତାପ ସାହୁ

ଭୁବନେଶ୍ୱର: ଗତ ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଗୁଜୁରାଟ ପର୍ଯ୍ୟଟନ ବିଭାଗ ଅଧିନସ୍ଥ ନାରାୟଣ ସରୋବର କଚ୍‌ଠାରେ ଚାଲିଥିବା ଜାତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ, ଜୟନ୍ତ ଦାସଙ୍କ ସମେତ ଅନୁଜ ପ୍ରଧାନ, ଅନୁ ମିଶ୍ର, ଅଳକାନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସର୍ବ ଭାରତୀୟ ଉଠାଦୋକାନୀ ମହାସଂଘର ସଭାପତି କୋଲିନ୍ ଗୋନ୍‌ସାଲ୍ ଭେସ୍ ଯୋଗ ଦେଇ ଉଦ୍‌ଘାଟନ କରି କହିଲେ ଯେ, ସୁପ୍ରିମ କୋର୍ଟ ବହୁ ରାଜ୍ୟକୁ ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏଥିସହିତ ସୋଧନ ସିଂ ମାମଲା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସର୍ବ ଭାରତୀୟ ଉଠାଦୋକାନୀ ମହାସଂଘ ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ ପରିଚାଳନା କରି ଉଠାଦୋକାନୀ ଆଇନ ୨୦୧୪ ସାରା ଦେଶରେ ଲାଗୁ କରିବା, ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନା, ଦେଶରେ ଉଠାଦୋକାନୀମାନଙ୍କ ସମସ୍ୟା, ଟାଉନ ଭେଣ୍ଡିଂ କମିଟି ସମସ୍ୟା, ମାନ୍ୟବର ସୁପ୍ରମିକୋର୍ଟ ଓ ପ୍ରତ୍ୟେକ ରାଜ୍ୟର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କିଭଳି ଭାବରେ କାର୍ଯ୍ୟକାରୀ କରାଯିବ, ନୂତନ ଭେଣ୍ଡିଂଜୋନ ପ୍ରତିଷ୍ଠା କରାଯାଇ ପାରିବ, ଉଠାଦୋକାନୀମାନଙ୍କ ସାମାଜିକ ସୁରକ୍ଷା, ଦୋକାନ ଇନସ୍ୟୁରାନ୍ସ, ପେନସନ ଯୋଜନା, ପରିବାର ପେନସନ ଯୋଜନା, ଦୋକାନୀମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରିବ, ସେ ଦିଗରେ ବହୁ ଆଲୋଚନା କରିଥିଲେ। ଏତଦ୍‌ବ୍ୟତୀତ ସମ୍ବିଧାନର ଧାରା ୧୯ (୧) (ଛ)କୁ ପ୍ରତ୍ୟେକ ରାଜ୍ୟ କାର୍ଯ୍ୟକାରୀ କରି ଉଠାଦୋକାନୀ ଆଇନରେ ଥିବା ୨.୫ ଜମି ପ୍ରତ୍ୟେକ ଫୁଟପାଥକୁ ପ୍ରଦାନ କରିବା ପାଇଁ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇ.ଜି.ଏସ୍‌.ଏସ୍‌.ର ଅର୍ବାନ ଟିମ୍ ଲିଡ଼ର ଅରବିନ୍ଦ ଉନେ ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନଙ୍କ ପାଇଁ ମାଷ୍ଟର ପ୍ଲାନ, ସିଟି ପ୍ଲାନ ଓ ଲୋକାଲ ପ୍ଲାନରେ ଉଠାଦୋକାନୀଙ୍କ ପାଇଁ ୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବା ଦରକାର। ପ୍ଲାଷ୍ଟିକ ବୋତଲ, ବର୍ଜ୍ୟବସ୍ତୁ, ପରିବେଶ ପ୍ରଦୂଷଣ ଉପରେମ ମଧ୍ୟ ଆଲୋକପାତ କରିଥିଲେ।

ଏହି ସର୍ବଭାରତୀୟ ସମ୍ମିଳନୀରେ ୨୮ଟି ରାଜ୍ୟରୁ ପାଖାପାଖି ୨୦୦ ପ୍ରତିନିଧି ଯୋଗ ଦେଇଥିଲେ। ସଂଗଠନର କାର୍ଯ୍ୟକାରୀ ସଭାପତି ଅଲ୍ଲି ବକ୍ରି, ମହିଳା ସଭାନେତ୍ରୀ ଅନିତା ଦାସ, ଜମୁ ଆନନ୍ଦ, ସୁପ୍ରିମକୋର୍ଟର ଆଇନଜୀବୀ କମେଲ୍‌ସ ମିଶ୍ର, ବିହାରର ଅମ୍ରିତ ପ୍ରସାଦ, ଉତ୍ତର ପ୍ରଦେଶର ରବି ଶଙ୍କର ଦ୍ୱିବେଦୀ, ଗୁଜୁରାଟର ଅସିମ ମିଶ୍ର, ଦିଲ୍ଲୀର ମହିତ ଭାଲ୍‌ଚା, ସନ୍ଦିପ ବର୍ମା, ଅମ୍ରିତା ଠାକୁର-ଜାଗୋରୀ, ବନିତା ବାଲକୁନ୍ଦେ, ଖେତ୍ୟାଜି, ସର୍ବେଶ୍ୱର ମିଶ୍ର ଓ ସୁବାସ ଚନ୍ଦ୍ର ଫାର୍ଗରଙ୍କ ସମେତ ବହୁ ରାଜ୍ୟର ସରକାରୀ ପ୍ରତିନିଧି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ମଧ୍ୟ ୧୦୦ ତଳେ ରହିଛି ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୪

ବଲାଙ୍ଗୀରି ଜିଲ୍ଲାରୁ- ୬

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୫

ଗଜପତି ଜିଲ୍ଲାରୁ- ୯

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର- ୧

ଯାଜପୁର ଜିଲ୍ଲାରୁ- ୩

ଝାରସୁଗୁଡା ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରପଡା ଜିଲ୍ଲାରୁ- ୪

ଖୋର୍ଦ୍ଧା ଜିଲ୍ଲାରୁ- ୨

କୋରାପୁଟ ଇଲ୍ଲାରୁ- ୩

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୬

ନବରଙ୍ଗପୁର ଜିଲ୍ଲାରୁ- ୬

 

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୪

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୬୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୫୬୫ ଏବଂ ବର୍ତ୍ତମାନ ୮୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୧୦୦ ତଳକୁ ଖସିଲା ଆକ୍ରାନ୍ତ ସଂଖ୍ୟା, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୪ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୫

ଗଜପତି ଜିଲ୍ଲାରୁ- ୮

ଗଞ୍ଜାମ ଜିଲ୍ଲାରୁ- ୨

ଯାଜପୁର ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୪

ଖୋର୍ଦ୍ଧା ଜିଲ୍ଲାରୁ- ୫

କୋରାପୁଟ ଇଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୫

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧୨

ସୋନପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୧୦

ଷ୍ଟେଟ ପୁଲରୁ- ୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୫୪୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୪୦୨ ଏବଂ ବର୍ତ୍ତମାନ ୯୭୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୧୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୧୫

ବଲାଙ୍ଗୀରି ଜିଲ୍ଲାରୁ- ୫

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ- ୨

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୧୩

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରପଡା ଜିଲ୍ଲାରୁ- ୭

ଖୋର୍ଦ୍ଧା ଜିଲ୍ଲାରୁ- ୧୦

କୋରାପୁଟ ଇଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୩

ନବରଙ୍ଗପୁର ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୧

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୧୬

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୪୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୨୮୫ ଏବଂ ବର୍ତ୍ତମାନ ୧ ହଜାର ୧୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।