Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୩୯ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୩୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୯  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ୱର ଜିଲ୍ଲାରୁ – ୭

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ – ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୨୪

ଦେବଗଡ ଜିଲ୍ଲାରୁ- ୧

ଢେଙ୍କାନାଳ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୪

ଜଗତସିଂହପୁର ଜିଲ୍ଲାରୁ – ୧

ଯାଜପୁର ଜିଲ୍ଲାରୁ – ୭

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୪

ଖୋର୍ଦ୍ଧାରୁ- ୧୨୩

କୋରାପୁଟ ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୧୩

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ – ୬

ସୁନ୍ଦରଗଡ଼ ଜିଲ୍ଲାରୁ – ୯

ଷ୍ଟେଟ ପୁଲରୁ- ୨୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୭୯୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୯୬୭ ଏବଂ ବର୍ତ୍ତମାନ ୨୩୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଯେତେବେଳେ ଓଡ଼ିଆ ଭାଷା ଓ
ସାହିତ୍ୟ ନୂଆ ରୂପ ନେଉଛି, ଏହାର ପ୍ରଗତିକୁ କେହି ଅଟକାଇ ପାରିବେ ନାହିଁ। ଏହି ସମୟ ହିଁ ଠିକ୍ ସମୟ। ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶୁକ୍ରବାର ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ଇଡକୋଲ ଅଡିଟୋରିଓମ ଠାରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ଲିଖିତ ପୁସ୍ତକ ‘ଶିରୋଧାର୍ଯ୍ୟ ଶିରୋନାମା’ ପୁସ୍ତକ ଉନ୍ମୋଚନ କରିଛନ୍ତି। ସେହିପରି ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟ ଠାରେ ବିଜେପିର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ ଅନ୍ୟ ଏକ ପୁସ୍ତକ “ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ମଧ୍ୟ ଲୋକାର୍ପିତ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୈତିକ କାର୍ଯ୍ୟକର୍ତ୍ତା କେବଳ କେବଳ ରାଜନୀତିରେ ନୁହେଁ ବରଂ ନିଜର ପ୍ରତିଭାକୁ ବିକାଶ କରିବା ଦରକାର। ଏହିପରି ବିଷ୍ଣୁ ଭାଇଙ୍କ ପ୍ରତିଟି ଲେଖା ରାଷ୍ଟ୍ରବାଦୀ ଚିନ୍ତା ଓ ଚେତନାରେ ଉଦବୁଦ୍ଧ। ରାଜନୈତିକ ବ୍ୟକ୍ତିତ୍ୱ ଥାଇ ମଧ୍ୟ ସାହିତ୍ୟର ଭାବଧାରାକୁ ଆପଣାଇଥିବା ବିଷ୍ଣୁ ଭାଇଙ୍କର ଉତ୍କଣ୍ଠା ଓ ଉତ୍ସାହ ବେଶ୍ ଚମତ୍କାର। ଗୋଟିଏ ସମାଜ ଓ ଜାତିର ଆତ୍ମା ହେଉଛି ଭାଷା। ସେହିପରି ସାହିତ୍ୟ ମନୁଷ୍ୟ ଅଭିବ୍ୟକ୍ତିର ମାଧ୍ୟମ।

ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଓଡ଼ିଆ ଜାତିକୁ ସାମାନ୍ୟ ଲୋକ ହିଁ ପରିବର୍ତନ କରିଛି। କଟକର ବାଇମୁଣ୍ଡି, ଧର୍ମପଦ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱ ଏହାର ବଳିଷ୍ଠ ଉଦାହରଣ। କଳିଙ୍ଗ ଯୁଦ୍ଧରେ ଓଡ଼ିଆ ଜାତି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତନ କରିବା ପାଇଁ ବାଧ୍ୟ କରିଥିଲା। ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” କାଳଜୟୀ ବାକ୍ୟ ସାହିତ୍ୟରେ ଉଲ୍ଲେଖ ରହିଛି।

ଏଥିରୁ ଆମ ସାହିତ୍ୟ ଆମକୁ ସମାଜର ପରିବର୍ତ୍ତନ ସାଧାରଣ ଲୋକ ଦ୍ୱାରା ହିଁ ହୋଇଥାଏ ଏହି ମହତ ବାର୍ତା ଦେଉଛି। ଏ ପ୍ରକାର ସଂସ୍କାର, ପ୍ରେରଣା ସବୁ ଭାରତୀୟ ଭାଷାରେ ରହିଛି। ତେଣୁ ଭାରତକୁ ଏକ ବୌଦ୍ଧିକ ମହାଶକ୍ତି ଭାବେ ତିଆରି କରିବା ପାଇଁ ଦୀର୍ଘ ତିନି ଦଶନ୍ଧି ପରେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ କରାଯାଇଛି। ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରି ମାତୃଭାଷା ଓ ଭାରତୀୟ ଭାଷାକୁ ଆଗକୁ ନେବା ଏ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୪୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୧  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ୱର ଜିଲ୍ଲାରୁ – ୭

ବରଗଡ ଜିଲ୍ଲାରୁ- ୬

ଭଦ୍ରକ ଜିଲ୍ଲାରୁ – ୨

କଟକ ଜିଲ୍ଲାରୁ – ୧୮

ଜଗତସିଂହପୁର ଜିଲ୍ଲାରୁ – ୩

ଯାଜପୁର ଜିଲ୍ଲାରୁ – ୫

ଝାରସୁଗୁଡା ଜିଲ୍ଲାରୁ- ୧

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୪

ଖୋର୍ଦ୍ଧାରୁ- ୧୨୦

କୋରାପୁଟ ଜିଲ୍ଲାରୁ- ୨

ମାଲକାନଗିରି ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୨୪

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ – ୭

ସୁନ୍ଦରଗଡ଼ ଜିଲ୍ଲାରୁ – ୪

ଷ୍ଟେଟ ପୁଲରୁ- ୨୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୫୫୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୬୧୩ ଏବଂ ବର୍ତ୍ତମାନ ୨୫୦୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୨୯ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ୱର ଜିଲ୍ଲାରୁ – ୬

ଭଦ୍ରକ ଜିଲ୍ଲାରୁ – ୩

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୧୮

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ – ୨

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ – ୨

ଯାଜପୁର ଜିଲ୍ଲାରୁ – ୬

ଝାରସୁଗୁଡା ଜିଲ୍ଲାରୁ- ୨

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୪

ଖୋର୍ଦ୍ଧାରୁ- ୧୧୩

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୧୧

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ – ୧୩

ସୁନ୍ଦରଗଡ଼ ଜିଲ୍ଲାରୁ – ୮

ଷ୍ଟେଟ ପୁଲରୁ- ୨୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୩୧୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୨୬୨ ଏବଂ ବର୍ତ୍ତମାନ ୨୬୧୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୨୬ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ୱର ଜିଲ୍ଲାରୁ – ୧୦

ବରଗଡ ଜିଲ୍ଲାରୁ- ୧

ଭଦ୍ରକ ଜିଲ୍ଲାରୁ – ୪

ବୌଦ୍ଧ ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୧୫

ଦେବଗଡ ଜିଲ୍ଲାରୁ- ୧

ଢେଙ୍କାନାଳ ଜିଲ୍ଲାରୁ – ୧

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ – ୪

ଯାଜପୁର ଜିଲ୍ଲାରୁ – ୮

କଳାହାଣ୍ଡି ଜିଲ୍ଲାରୁ- ୩

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୩

ଖୋର୍ଦ୍ଧାରୁ- ୧୧୪

କୋରାପୁଟ ଜିଲ୍ଲାରୁ- ୨

ମାଲକାନଗିରି ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୬,

ନୟାଗଡ ଜିଲ୍ଲାରୁ- ୩

ପୁରୀ ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ – ୭

ସୁନ୍ଦରଗଡ଼ ଜିଲ୍ଲାରୁ – ୧୧

ଷ୍ଟେଟ ପୁଲରୁ- ୨୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୮୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୯୯୫ ଏବଂ ବର୍ତ୍ତମାନ ୨୬୫୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ୨୦୬ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ୱର ଜିଲ୍ଲାରୁ – ୩

ଭଦ୍ରକ ଜିଲ୍ଲାରୁ – ୩

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ – ୧୫

ଢେଙ୍କାନାଳ ଜିଲ୍ଲାରୁ – ୧

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ – ୪

ଯାଜପୁର ଜିଲ୍ଲାରୁ – ୧୨

ଝାରସୁଗୁଡା ଜିଲ୍ଲାରୁ- ୩

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨

ଖୋର୍ଦ୍ଧାରୁ- ୧୨୦

ସମ୍ବଲପୁର ଜିଲ୍ଲାରୁ – ୩

ସୁନ୍ଦରଗଡ଼ ଜିଲ୍ଲାରୁ – ୫

ଷ୍ଟେଟ ପୁଲରୁ- ୨୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୮୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୭୫୯ ଏବଂ ବର୍ତ୍ତମାନ ୨୬୬୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୀମା ବିବାଦ ସମାଧାନ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ଦକ୍ଷିଣାଞ୍ଚଳରେ ଥିବା ଆନ୍ଧ୍ର ପାଶ୍ୱର୍ବର୍ତ୍ତୀ ସୀମାନ୍ତ ଗ୍ରାମ, ନଦୀ, ପାହାଡ଼, ଜଙ୍ଗଲକୁ ଆନ୍ଧ୍ରର ଜବରଦସ୍ତ ଦଖଲ ପାଇଁ ନାନା ପ୍ରକାର ଅପକୌଶଳରୁ ଆନ୍ଧ୍ର ସରକାରଙ୍କୁ କ୍ଷାନ୍ତ କରିବା ପାଇଁ ତଥା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ଉଦ୍ଦେଶ୍ୟରେ ଏବଂ ଦୁଇ ରାଜ୍ୟ ଭିତରେ ଭାଇଚାରା ସୃଷ୍ଟି କରିବା ପାଇଁ ରାଉରକେଲାର ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ଆରମ୍ଭ କରି ନଭେମ୍ବର ୮ ତାରିଖରେ ଆନ୍ଧ୍ରର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଓ ବିରୋଧୀ ଦଳର ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଭୁବନେଶ୍ୱରରୁ ଅମରାବତୀ ୮୦୦ କିଲୋମିଟର ରାସ୍ତା ୩୮ ଦିନର ପଦଯାତ୍ରା କରି ମୁକ୍ତିକାନ୍ତ ଆନ୍ଧ୍ରପ୍ରଦେଶର ଜନଗଣଙ୍କ ମନରେ ଏକ ଭାଇଚାରାର ବାତାବରଣ ସୃଷ୍ଟି କରିଥିଲେ।

ଗତକାଲି ଲୋହିଆ ଏକାଡ଼େମୀଠାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ୱୈତ କୁମାର ପାତ୍ର, ସାଧାରଣ ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ଉପସଭାପତି ଉଷାରାଣୀ ମହାନ୍ତି, ନିଳମାଧବ ସାହୁ, ଶଶାଙ୍କ ମହାନ୍ତି, ଗୋପାଳ ଜେନା, ସୁଜିତ ସାମଲ, ଶତ୍ରୁଜିତ ସାମଲ, ମନୋଜ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଏହାର ପ୍ରଭାବରେ ଜାରି ରହିଛି ବର୍ଷା

ଭୁବନେଶ୍ୱର: ସମଗ୍ର ପୂର୍ବ ଉପକୂଳରେ ଟ୍ରଫ୍ ଲାଇନ୍‌ର ପ୍ରଭାବ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିବାରେ ଲାଗିଛି। ଯାହାର ପ୍ରଭାବରେ ଆସନ୍ତା ସପ୍ତାହରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତାମିଲନାଡୁ ଉପକୂଳରୁ ପଶ୍ଚିମବଂଗ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବା ବେଳେ ଏହା ଧୀରେ ଧୀରେ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଗତି କରୁଛି ଯେଉଁଥି ପାଇଁ ରବିବାର ଠାରୁ ବର୍ଷାର ପରିମାଣ କମିପାରେ। ମାତ୍ର ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

ଆଜି ଥାଇଲାଣ୍ଡ ଏବଂ ଏହାର ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ନଭେମ୍ବର ୧୫ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହା ମୁଖ୍ୟତଃ ପଶ୍ଚିମ-ଉତର-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇବା ସହ ଗଭୀର ଅବପାତର ରୂପ ନେଇ ନଭେମ୍ବର ୧୮ ତାରିଖ ଅପରାହ୍ଣ କିମ୍ବା ରାତ୍ରି ମଧ୍ୟରେ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଏହାର ପ୍ରଭାବରେ ନଭେମ୍ବର ୧୭ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ ରାତ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ଏହି ସ୍ଥିତି ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ୱର ଜିଲ୍ଲାରୁ – ୧୪

ଭଦ୍ରକ ଜିଲ୍ଲାରୁ – ୨

ବଲାଙ୍ଗୀରି ଜିଲ୍ଲାରୁ- ୧

କଟକ ଜିଲ୍ଲାରୁ – ୨୩

ଦେବଗଡ ଜିଲ୍ଲାରୁ- ୮

ଢେଙ୍କାନାଳ ଜିଲ୍ଲାରୁ – ୫

ଜଗତସିଂହପୁର ଜିଲ୍ଲାରୁ – ୭

ଯାଜପୁର ଜିଲ୍ଲାରୁ – ୧୦

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୨

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨

କେନ୍ଦୁଝର ଜିଲ୍ଲାରୁ- ୫

ଖୋର୍ଦ୍ଧାରୁ- ୧୧୨

ମାଲକାନଗିରି ଜିଲ୍ଲାରୁ- ୫

ମୟୁରଭଞ୍ଜ ଜିଲ୍ଲାରୁ – ୫

ନୟାଗଡ଼ ଜିଲ୍ଲାରୁ – ୧

ପୁରୀ ଜିଲ୍ଲାରୁ – ୭

ରାୟଗଡା ଜିଲ୍ଲାରୁ- ୪

ସମ୍ବଲପୁର ଜିଲ୍ଲାରୁ – ୨୦

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ଼ ଜିଲ୍ଲାରୁ – ୧୦

ଷ୍ଟେଟ ପୁଲରୁ- ୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୬୯୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୩୪୪ ଏବଂ ବର୍ତ୍ତମାନ ୨୯୩୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୮୭ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୩୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୬୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨

ବାଲେଶ୍ୱର ଜିଲ୍ଲାରୁ – ୯

ବରଗଡ ଜିଲ୍ଲାରୁ- ୨

ଭଦ୍ରକ ଜିଲ୍ଲାରୁ – ୧

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ – ୩୩

ଦେବଗଡ ଜିଲ୍ଲାରୁ- ୬

ଢେଙ୍କାନାଳ ଜିଲ୍ଲାରୁ – ୫

ଗଜପତି ଜିଲ୍ଲାରୁ- ୭

ଗଞ୍ଜାମ ଜିଲ୍ଲାରୁ- ୩

ଜଗତସିଂହପୁର ଜିଲ୍ଲାରୁ – ୧୦

ଯାଜପୁର ଜିଲ୍ଲାରୁ – ୧୦

ଝାରସୁଗୁଡା ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡ଼ା ଜିଲ୍ଲାରୁ – ୬

କେନ୍ଦୁଝର ଜିଲ୍ଲାରୁ- ୪

ଖୋର୍ଦ୍ଧାରୁ- ୧୯୫

ମୟୁରଭଞ୍ଜ ଜିଲ୍ଲାରୁ – ୨

ନବରଙ୍ଗପୁର ଜିଲ୍ଲାରୁ- ୧

ନୟାଗଡ଼ ଜିଲ୍ଲାରୁ – ୬

ପୁରୀ ଜିଲ୍ଲାରୁ – ୧୨

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ – ୧୮

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ଼ ଜିଲ୍ଲାରୁ – ୬

ଷ୍ଟେଟ ପୁଲରୁ- ୪୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୨୭ ଏବଂ ବର୍ତ୍ତମାନ ୨୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧାକୁ ଓଡ଼ିଶାର ପ୍ରଥମ ସବୁଜ ଶିଳ୍ପାଞ୍ଚଳ କରିବା ପ୍ରୟାସ: ଗଛ ଲଗାଇ ଶୁଭାରମ୍ଭ କଲେ ବିଧାୟକ ଜ୍ୟୋତିରେନ୍ଦ୍ର

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ଇଣ୍ଡଷ୍ଟ୍ରିଆଲ ଆସୋସିଏସନ ତରଫରୁ କରାଯାଇଥିବା କାଳୀପୂଜାର ଅନ୍ତିମ ଦିବସରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ବରୁଣେଇ ଶିଳ୍ପାଞ୍ଚଳ ସଂଘର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଅଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳକୁ ଓଡ଼ିଶାର ପ୍ରଥମ ସବୁଜ ଶିଳ୍ପାଞ୍ଚଳ କରିବା ପାଇଁ ଶିଳ୍ପସଂଘ ତରଫରୁ କରାଯାଇଥିବା ପ୍ରୟାସକୁ ବିଧାୟକ ଶ୍ରୀଯୁକ୍ତ ମିତ୍ର ଫଳଗଛ ଲଗାଇ ଶୁଭାରମ୍ଭ କରିଥିଲେ।

ଓଡ଼ିଶାର ଅଗ୍ରଗଣ୍ୟ ଶିଳ୍ପସଂଘ ମାନଙ୍କର ମୁଖ୍ୟମାନେ ଏହି ଅଭିଯାନରେ ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ। ଜିଲ୍ଲା ଶିଳ୍ପସଂଘର ସଭାପତି ବଟକୃଷ୍ଣ ଓଝା, ସମ୍ପାଦକ ଅମୀୟ କୁମାର ମହାଲିକ, ଆଇୱାର ପୂର୍ବତନ ସମ୍ପାଦକ ମହେନ୍ଦ୍ର କୁମାର ପାତ୍ର, ଓସେମ ତରଫରୁ ପ୍ରଦୀପ୍ତ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ବରୁଣେଇ ଶିଳ୍ପ ସଂଘର ସଭାପତି ଶିବନାରାୟଣ ମିଶ୍ର ପରିଚାଳନା କରିଥିଲେ। ସଂଘର ଉପଦେଷ୍ଟା ଅଶୋକ କୁମାର ଶର୍ମା, ଉପସଭାପତି ସୀତାକାନ୍ତ ସାହୁ, ସମ୍ପାଦିକା ସବିତା ଶତପଥୀ, ବରିଷ୍ଠ କର୍ମକର୍ତ୍ତା ଦିଲ୍ଲୀପ କୁମାର ମିଶ୍ର, ପ୍ରଦୋଶ କୁମାର ମହାପାତ୍ର, ଶ୍ୟାମସୁନ୍ଦର ମହାରଣା, ସନ୍ତୋଷ କୁମାର ନାୟକ, ଅଞ୍ଜନ କୁମାର ମୁୁଦୁଲି ସକ୍ରିୟ ସହଯୋଗ କରିଥିଲେ। ସଂଘର ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ବାଲେଶ୍ୱର ଜିଲ୍ଲାରୁ – ୪

– ଭଦ୍ରକ ଜିଲ୍ଲାରୁ – ୪

– ବଲାଙ୍ଗୀରି ଜିଲ୍ଲାରୁ- ୨

– କଟକ ଜିଲ୍ଲାରୁ – ୨୩

– ଦେବଗଡ ଜିଲ୍ଲାରୁ- ୫

– ଢେଙ୍କାନାଳ ଜିଲ୍ଲାରୁ – ୧

– ଗଜପତି ଜିଲ୍ଲାରୁ- ୧୦

– ଜଗତସିଂହପୁର ଜିଲ୍ଲାରୁ – ୩

– ଯାଜପୁର ଜିଲ୍ଲାରୁ – ୧୪

– ଝାରସୁଗୁଡା ଜିଲ୍ଲାରୁ- ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧

– ଖୋର୍ଦ୍ଧାରୁ- ୧୫୨

– କୋରାପୁଟ ଜିଲ୍ଲାରୁ- ୧

– ମାଲକାନଗିରି ଜିଲ୍ଲାରୁ- ୪

– ମୟୁରଭଞ୍ଜ ଜିଲ୍ଲାରୁ – ୪

– ନବରଙ୍ଗପୁର ଜିଲ୍ଲାରୁ- ୧

– ନୟାଗଡ଼ ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୧

– ରାୟଗଡା ଜିଲ୍ଲାରୁ- ୧

– ସମ୍ବଲପୁର ଜିଲ୍ଲାରୁ – ୪

– ସୁନ୍ଦରଗଡ଼ ଜିଲ୍ଲାରୁ – ୨୩

– ଷ୍ଟେଟ ପୁଲରୁ- ୩୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୫୬୬ ଏବଂ ବର୍ତ୍ତମାନ ୩୦୫୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଲଘୁଚାପ ଘନୀଭୂତ ଯୋଗୁଁ ତାମିଲନାଡୁରେ ଅଧିକ ବର୍ଷା ସମ୍ଭାବନା, ଓଡ଼ିଶାରେ ମଧ୍ୟ ହେବ ବର୍ଷା

ଭୁବନେଶ୍ୱର: ଗତ ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ନଭେମ୍ବର ୧୧ ତାରିଖ ରାତିରେ ଏହି ଲଘୁଚାପ ତାମିଲନାଡୁ ସୀମା ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ସୂଚନା ଦିଆଯାଇଛି।

ଏହାର ପ୍ରଭାବରେ ମଙ୍ଗଳବାର ଅପରାହ୍ଣରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ନଭେମ୍ବର ୧୧ ତାରିଖରୁ ୧୩ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୧୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହା ନଭେମ୍ବର ୧୬ରେ କେନ୍ଦ୍ର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ଆଶଙ୍କା କରାଯାଉଛି। ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଫସଲ ଧାନ ଅମଳ କରିବା ସମୟ ହୋଇଥିବାରୁ ଏହାକୁ ଏହି ଲଘୁଚାପଜନିତ ବର୍ଷାରୁ ରକ୍ଷା କରିବା ପାଇଁ କୃଷକମାନେ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଜରୁରୀ ଅଟେ ବୋଲି ସିଇସି କହିଛି। ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଉତରପଶ୍ଚିମ ଓ ଉତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ପବନ ନିମନ୍ତେ ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିବାର ସମ୍ଭାବନା ଥିବା ବେଳେ ମଙ୍ଗଳବାର ଠାରୁ ରାତିର ତାପମାତ୍ର କ୍ରମଶଃ ବଢ଼ିବାର ସମ୍ଭାବନା ଅଛି।

ନଭେମ୍ବର ୧୦ ତାରିଖ ଅପରାହ୍ଣରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ରହିବାର ସୂଚନା ଥିବା ବେଳେ ଥଣ୍ଡାର ପ୍ରକୋପ ମଧ୍ୟ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଞ୍ଚଳିକ

ନିଟ୍‌-୨୧ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶାର ଡାକ୍ତର ଅଭାବ ଦୂର କରିବା ସହ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ବଦ୍ଧପରିକର ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନ ଆଜି ତାର ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛି।

ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରେ ନିଟ୍‌-୨୧ (ମେଡ଼ିକାଲ ଏଣ୍ଟ୍ରାନ୍ସ) ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଗରିବ ପିଲାମାନଙ୍କୁ ମାଗଣାରେ ଖାଦ୍ୟ, ରହଣୀ ଓ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଥିବା ଶ୍ରୀ ବିନାୟକ ଶିକ୍ଷାନୁଷ୍ଠାନରୁ ଚଳିତବର୍ଷ ବହୁ ଛାତ୍ରଛାତ୍ରୀ ମେଡ଼ିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ସଫଳତା ହାସଲ କରିପାରିଛନ୍ତି।

ଅନୁଷ୍ଠାନର ନିର୍ଦ୍ଦେଶକ ସଞ୍ଜୟ ରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଶ୍ରୀ ବିନାୟକ ଅନୁଷ୍ଠାନରେ କେବଳ ଗ୍ରାମାଞ୍ଚଳରୁ ଗରିବ ଛାତ୍ରଛାତ୍ରୀଙ୍କୁ ଆଣି ମାଗଣାରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ଉପଲବ୍ଧ କରାଇ ପାରିଛି। ଯାହାର ଫଳସ୍ୱରୂପ ନିଟ୍‌-୨୧ ପରୀକ୍ଷାର ସଫଳତା ଓଡ଼ିଶାରେ ଗରିବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶା ପ୍ରତୀୟମାନ ହେଉଛି।

ପ୍ରଫେସର ଦେବୀଦତ୍ତ ମିଶ୍ର ଏବଂ ପ୍ରଫେସର ଜୟକୃଷ୍ଣ ବଳିୟାରସିଂଙ୍କ କଠିନ ପରିଶ୍ରମ ଯୋଗୁ ଏହି ଅନୁଷ୍ଠାନ ଆଜି ଗୌରବାନ୍ୱିତ ହୋଇପାରିଛି। ଏହିଭଳି ସଫଳତା ଆଗକୁ ଆଗକୁ ଅଧିକ ହେଉ ବୋଲି ଅନୁଷ୍ଠାନରୁ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି।

ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ସଫଳତା ପାଇଥିବା କୃତି ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ଅନୁଗୁଳ ଜିଲ୍ଲାରୁ- ୪

– ବାଲେଶ୍ୱର ଜିଲ୍ଲାରୁ – ୧୪

– ଭଦ୍ରକ ଜିଲ୍ଲାରୁ – ୬

– ବଲାଙ୍ଗୀରି ଜିଲ୍ଲାରୁ- ୩

– କଟକ ଜିଲ୍ଲାରୁ – ୩୧

– ଦେବଗଡ ଜିଲ୍ଲାରୁ- ୧

– ଢେଙ୍କାନାଳ ଜିଲ୍ଲାରୁ – ୧

– ଗଜପତି ଜିଲ୍ଲାରୁ- ୨

– ଗଞ୍ଜାମ ଜିଲ୍ଲାରୁ- ୪

– ଜଗତସିଂହପୁର ଜିଲ୍ଲାରୁ – ୭

– ଯାଜପୁର ଜିଲ୍ଲାରୁ – ୮

– ଝାରସୁଗୁଡ଼ା ଜିଲ୍ଲାରୁ – ୨

– କଳାହାଣ୍ଡି ଜିଲ୍ଲାରୁ – ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୬

– କେନ୍ଦୁଝର ଜିଲ୍ଲାରୁ- ୨

– ଖୋର୍ଦ୍ଧାରୁ- ୧୩୯

– କୋରାପୁଟ ଜିଲ୍ଲାରୁ- ୫

– ମାଲକାନଗିରି ଜିଲ୍ଲାରୁ- ୪

– ମୟୁରଭଞ୍ଜ ଜିଲ୍ଲାରୁ – ୪

– ନୟାଗଡ଼ ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୯

– ରାୟଗଡା ଜିଲ୍ଲାରୁ- ୨

– ସମ୍ବଲପୁର ଜିଲ୍ଲାରୁ – ୨୧

– ସୁନ୍ଦରଗଡ଼ ଜିଲ୍ଲାରୁ – ୧୦

– ଷ୍ଟେଟ ପୁଲରୁ- ୩୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୪୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୮୫୦ ଏବଂ ବର୍ତ୍ତମାନ ୩୨୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: କେବଳ କୋମଳ ନୁହେଁ, ଶିଶୁମାନେ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ହୋଇଥିବା ହେତୁ ରାଜ୍ୟ ସରକାର ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ସର୍ବାଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଶିଶୁମାନଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବିଜୁ କନ୍ୟା ରନି ଯୋଜନା, ଆଦ୍ୱିକା ଭଳି ଶିଶୁ ଅନୁକୂଳ ରାଜ୍ୟ ଯୋଜନା ପ୍ରଣୟନ କରାଯାଇଛି।

ନିକଟରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ଥାନା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶିଶୁମାନଙ୍କୁ କୋଭିଡ୍‌ର ପ୍ରତିକୂଳ ପ୍ରଭାବରୁ ସୁରକ୍ଷିତ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଉଛି। ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସହ ମାନସିକ ଓ ସାମାଜିକ ସ୍ତରରେ ସେମାନଙ୍କୁ ସଶକ୍ତ କରି ପରବର୍ତ୍ତୀ ପିଢ଼ିକୁ ଉତ୍ତମ ନାଗରିକ କରି ଗଢ଼ିତୋଳିବା ଆମର ଲକ୍ଷ୍ୟ ବୋଲି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏକାଦଶତମ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି।

ଆଜି କିଟ୍‌ ପ୍ରେକ୍ଷାଳୟରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଶ୍ରୀମତୀ ଗର୍ଗ କୋଭିଡ୍‌ ମହାମାରୀ ସମୟରେ ବିଭାଗ ଦ୍ୱାରା ଶିଶୁ ଓ ପିଲାମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସକ୍ରିୟ ରଖିବା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

କୋଭିଡ୍‌ର ପ୍ରଥମ ଲହରରେ ୟୁନିସେଫ ସହାୟତାରେ ଅନ୍‌ଲାଇନ୍‌ରେ ‘ମୋ ପ୍ରତିଭା’, ଅଙ୍ଗନବାଡ଼ି ଶିଶୁମାନଙ୍କ ପାଇଁ ‘କୁନି କ୍ୟାଲେଣ୍ଡର’, ‘ଘରେ ଘରେ ଅରୁଣିମା’ ଆଦି ଅଭିନବ କାର୍ଯ୍ୟକ୍ରମ କରାଯାଇଛି। ଅଙ୍ଗନବାଡ଼ି ବନ୍ଦ ଥିବା ସମୟରେ ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଶୁଖିଲା ରାସନ୍‌ ଘରେ ବଣ୍ଟନ କରାଯିବା, କୋଭିଡ୍‌ରେ ଅନାଥ ଶିଶୁମାନଙ୍କ ଶିକ୍ଷା ପାଇଁ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ ହେବା ସହ ପ୍ରତ୍ୟେକ ବର୍ଷ ଅନାଥ ଶିଶୁମାନଙ୍କ ସର୍ଭେ କରିବା ପାଇଁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରମୁଖ ସଚିବ ଶ୍ରୀମତୀ ଗର୍ଗ କହିଥିଲେ।

ଆଭାସୀ ମାଧ୍ୟମରେ ଯୋଗଦେଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଥିଲେ, ଶିଶୁ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରତ୍ୟେକ ରାଜ୍ୟରେ ଶିଶୁ ସୁରକ୍ଷା କମିଶନ ଗଠନ କରାଯାଇଛି। କୋଭିଡ୍‌ ପରେ କମିଶନର ଦାୟିତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍‌, ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଦିଗରେ ଆୟୋଗର ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ସହ ସଂପୃକ୍ତ ସମସ୍ତ ଅଂଶୀଦାରଙ୍କୁ ଶିଶୁ ଅଧିକାର ଆଇନ ସଂପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୋଗର ଲକ୍ଷ୍ୟ, ଉଦ୍ଦେଶ୍ୟ, ସଂକଳ୍ପ ଏବଂ ଶିଶୁ ସୁରକ୍ଷା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କୋଭିଡ୍‌-୧୯ କୋମଳମତି ଛାତ୍ରଛାତ୍ରୀମାନଙ୍କ ମାନସିକତାକୁ କିଭଳି ପ୍ରଭାବିତ କରିଛି ସେ ସଂପର୍କରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ଦଶମ ଶ୍ରେଣୀର ଛାତ୍ର ଶୁଭେନ୍ଦୁ ଦାସ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂତନୱେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ରେ କେଶ୍‌ ପରିଚାଳନା ବ୍ୟବସ୍ଥାର ଲୋକାର୍ପଣ ହୋଇଥିଲା। ୟୁନିସେଫ୍‌ ସହଯୋଗରେ ପ୍ରସ୍ତୁତ ବିଭିନ୍ନ ପ୍ରଚାରପତ୍ର, ପୁସ୍ତିକା, ରିପୋର୍ଟ ଏବଂ ସଂକଳନ ଉନ୍ମୋଚିତ ହେବା ସହ ନଭେମ୍ବର ୧ ତାରିଖରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଗର ‘୪୦ ଦିନିଆ ଶିଶୁ ଅଧିକାର ଅଭିଯାନ’ର ଶୁଭାରମ୍ଭ ହୋଇଥିଲା।

ଆୟୋଗ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ଶିଶୁ ଅଧିକାର ପାଇଁ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଘୋଷିତ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ କେ. ରବିକୁମାରଙ୍କ ସମେତ ଶିଶୁ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଦେବଗଡ଼ର ଶିଶୁ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧାର ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟର ଡିଏସ୍‌ଡବ୍ଲୁଓ, ଗଜପତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମ୍ବଲପୁର ଅଇଁଠାପାଲିର ଥାନା ଅଧିକାରୀ, ସାମ୍ବାଦିକ ଡାଏନା ସାହୁ, ସୁପ୍ରିୟା ଦାସ ତଥା ବହୁ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦ୍ୱିତୀୟ ଅଧିବେଶନରେ ପିଲାମାନଙ୍କ ‘ମାନସିକ ସ୍ୱାସ୍ଥ୍ୟ-ସୁରକ୍ଷା ଓ ଯନି’, ‘ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଅଭ୍ୟାସ’ ସଂପର୍କିତ ଦୁଇଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପିଲାମାନଙ୍କ ମାନସିକ ସନ୍ତୁଳନର ରକ୍ଷା ଦିଗରେ ପରିବାର, ସମାଜ ଓ ସରକାରଙ୍କ ଦାୟିତ୍ୱ ସଂପର୍କରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଏଡୁକୋର କଣ୍ଟି୍ର ଡାଇରେକଫର ଗୁରୁପ୍ରସାଦ ରାଓଙ୍କ ସମେତ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ।

ଆଜିର ଏହି ପ୍ରତିଷ୍ଠା ଦିବସରେ ବହୁ ସରକାରୀ ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଡିଏସ୍‌ଡବ୍ଲୁଓ, ଡିସିପିଓ, ସିଡବ୍ଲୁସିର କାର୍ଯ୍ୟକର୍ତ୍ତା ଓ ଶିଶୁ ଯନି ଅନୁଷ୍ଠାନଗୁଡ଼ିକର ଅନ୍ତେବାସୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୩୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୨, କଟକରୁ ୫୬, ମୟୂରଭଞ୍ଜରୁ ୧୭, ବାଲେଶ୍ବରରୁ ୧୫, ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୧୪, ଯାଜପୁରରୁ ୧୩, ପୁରୀରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୬, ବରଗଡରୁ ୫, ଦେବଗଡରୁ ୫, ନୟାଗଡରୁ ୪, ଢେଙ୍କାନାଳରୁ ୩, କେନ୍ଦ୍ରାପଡାରୁ ୩, ଅନୁଗୁଳରୁ ୨, ବଲାଙ୍ଗୀରିରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, କୋରାପୁଟରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, କନ୍ଧମାଳରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୯ ହଜାର ୫୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୭୭୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୯ ହଜାର ୧୪୭ ଏବଂ ବର୍ତ୍ତମାନ ୩୭୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିୟମିତ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ଗତ ୨୦୧୩ ମସିହା ଠାରୁ ଲଗାତର ଭାବରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଅଛି। ରାଜ୍ୟ ସରକାର ବିଭିନ୍ନ ସମୟରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବିକୁ ସହୃଦୟତାର ସହ ବିଚାର କରି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସମେତ ପାରିଶ୍ରମିକ ମଧ୍ୟ ବୃଦ୍ଧି କରି ଆସିଛନ୍ତି।

ଗତ କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟରେ ନିଯୁକ୍ତିପ୍ରାପ୍ତ ଠିକା ପଦବୀକୁ ଉଚ୍ଛେଦ କରି ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବରେ ଗ୍ରହଣ କରିବା ପାଇଁ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ଠିକା କର୍ମଚାରୀ ଉପକୃତ ହେବେ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଏହି ପ୍ରକ୍ରିୟାରେ ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟାକୁ ବିଚାର କରାଯାଇ ନାହିଁ।

ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବରେ ଅତ୍ୟନ୍ତ ସ୍ୱଳ୍ପ ପାରିଶ୍ରମିକ (୫୪୫୨ଟଙ୍କା)ରେ ଶିକ୍ଷାଦାନ କରି ଆସୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ହତାଶାର ଭାବ ସୃଷ୍ଟି କରିଛି। ରାଜ୍ୟରେ ପ୍ରାଥମିକସ୍ତରରେ ଶିକ୍ଷାର ଗୁଣାତ୍ମକ ବିବାଶ ପାଇଁ କାର୍ଯ୍ୟ କରୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବିକୁ ବିଚାରକୁ ନେଇ ଓ ସେମାନଙ୍କୁ ଅସ୍ଥାୟୀ ଶିକ୍ଷକ ପରିବର୍ତ୍ତେ ସ୍ଥାୟୀ କଳା ଓ କ୍ରୀଡ଼ା ଶିକ୍ଷକ ଭାବରେ ନିୟମିତ ପାଇଁ ମଧ୍ୟ ମହାସଂଘ ପକ୍ଷରୁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଦାବି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଭିନ୍ନ ବର୍ଗର ଜନସାଧାରଣ, କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ପ୍ରତି ସହୃଦୟତାର ସହ ବିିଚାର କରି ସେମାନଙ୍କ ଦାବିକୁ ପୂରଣ କରୁଥିବା ସମୟରେ ୯ ବର୍ଷ ଧରି କାର୍ଯ୍ୟରତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରି ଶିକ୍ଷାର ମାନବୃଦ୍ଧିରେ ଆଉ ଏକ ମାଇଲ୍ ଖୁଣ୍ଟ ଯୋଡ଼ିବା ପାଇଁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଆବାହକ ଚନ୍ଦ୍ରଶେଖର ପାଢୀ ଏବଂ ପ୍ରଦୀପ କୁମାର ଦାସଙ୍କ ସମେତ ଜ୍ଞାନରଞ୍ଜନ ମହାନ୍ତି, ରଶ୍ମୀରଞ୍ଜନ ସାହାଣୀ, ସୁଶାନ୍ତ କୁମାର ସାହୁ, ଶଙ୍କର ପ୍ରସାଦ ମହାପାତ୍ର, ମହେନ୍ଦ୍ର କୁମାର ସାହୁ, ବିଜୟ କୁମାର ବାରିକ, ସ୍ୱାତୀମୁକ୍ତା, ଦେବବ୍ରତ ପଟ୍ଟନାୟକ, ଶୁଭାଶିଷ ଦତ୍ତ, ସ୍ମୃତିପୁଷ୍ପା ପଣ୍ଡାଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୪୮୮ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୪୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ଅନୁଗୁଳ ଜିଲ୍ଲାରୁ- ୧

– ବାଲେଶ୍ୱର ଜିଲ୍ଲାରୁ – ୫

– ଭଦ୍ରକ ଜିଲ୍ଲାରୁ – ୩

– କଟକ ଜିଲ୍ଲାରୁ – ୫୪

– ଦେବଗଡ଼ ଜିଲ୍ଲାରୁ – ୨

– ଢେଙ୍କାନାଳ ଜିଲ୍ଲାରୁ – ୫

– ଗଜପତି ଜିଲ୍ଲାରୁ- ୫

– ଗଞ୍ଜାମ ଜିଲ୍ଲାରୁ- ୮

– ଜଗତସିଂହପୁର ଜିଲ୍ଲାରୁ – ୯

– ଯାଜପୁର ଜିଲ୍ଲାରୁ – ୯

– ଝାରସୁଗୁଡ଼ା ଜିଲ୍ଲାରୁ – ୩

– କଳାହାଣ୍ଡି ଜିଲ୍ଲାରୁ – ୨

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୮

– କେନ୍ଦୁଝର ଜିଲ୍ଲାରୁ- ୧

– ଖୋର୍ଦ୍ଧାରୁ- ୨୫୦

– ମୟୁରଭଞ୍ଜ ଜିଲ୍ଲାରୁ – ୨୨

– ନୟାଗଡ଼ ଜିଲ୍ଲାରୁ – ୧

– ନୂଆପଡ଼ା ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୧୫

– ରାୟଗଡା ଜିଲ୍ଲାରୁ- ୬

– ସମ୍ବଲପୁର ଜିଲ୍ଲାରୁ – ୧୩

– ସୁନ୍ଦରଗଡ଼ ଜିଲ୍ଲାରୁ – ୧୩

– ଷ୍ଟେଟ ପୁଲରୁ- ୫୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୪୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୬୯୭ ଏବଂ ବର୍ତ୍ତମାନ ୪୩୭୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୭୪ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୩୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ଏବଂ ସ୍ଥାନୀୟ ସଂକ୍ରମଣ ୧୫୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ଅନୁଗୁଳ ଜିଲ୍ଲାରୁ- ୬

– ବାଲେଶ୍ୱର ଜିଲ୍ଲାରୁ – ୧୪

– ବରଗଡ଼ ଜିଲ୍ଲାରୁ – ୪

– ଭଦ୍ରକ ଜିଲ୍ଲାରୁ – ୬

– ବଲାଙ୍ଗୀରି ଜିଲ୍ଲାରୁ- ୧

– କଟକ ଜିଲ୍ଲାରୁ – ୧୭

– ଦେବଗଡ଼ ଜିଲ୍ଲାରୁ – ୪

– ଢେଙ୍କାନାଳ ଜିଲ୍ଲାରୁ – ୨

– ଗଜପତି ଜିଲ୍ଲାରୁ- ୨

– ଗଞ୍ଜାମ ଜିଲ୍ଲାରୁ- ୫

– ଜଗତସିଂହପୁର ଜିଲ୍ଲାରୁ – ୧୧

– ଯାଜପୁର ଜିଲ୍ଲାରୁ – ୧୩

– ଝାରସୁଗୁଡ଼ା ଜିଲ୍ଲାରୁ – ୧

– କଳାହାଣ୍ଡି ଜିଲ୍ଲାରୁ – ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୩

– କେନ୍ଦୁଝର ଜିଲ୍ଲାରୁ- ୧

– ଖୋର୍ଦ୍ଧାରୁ-୧୮୨

– ମୟୁରଭଞ୍ଜ ଜିଲ୍ଲାରୁ – ୨୨

– ନୟାଗଡ଼ ଜିଲ୍ଲାରୁ – ୧

– ନୂଆପଡ଼ା ଜିଲ୍ଲାରୁ – ୮

– ପୁରୀ ଜିଲ୍ଲାରୁ – ୭

– ସମ୍ବଲପୁର ଜିଲ୍ଲାରୁ – ୧୦

– ସୋନପୁର ଜିଲ୍ଲାରୁ- ୧

– ସୁନ୍ଦରଗଡ଼ ଜିଲ୍ଲାରୁ – ୯

– ଷ୍ଟେଟ ପୁଲରୁ- ୪୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୯୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୨୦୭ ଏବଂ ବର୍ତ୍ତମାନ ୪୩୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୩, କଟକରୁ ୬୪, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୪, ଯାଜପୁରରୁ ୧୩, ଜଗତସିଂହପୁରରୁ ୧୨, ପୁରୀରୁ ୧୧, ସୁନ୍ଦରଗଡରୁ ୧୦, ବାଲେଶ୍ବରରୁ ୯, ନୟାଗଡରୁ ୯, ଭଦ୍ରକରୁ ୮, ଢେଙ୍କାନାଳରୁ ୬, କୋରାପୁଟରୁ ୫, ଅନୁଗୁଳରୁ ୩, ଝାରସୁଗୁଡାରୁ ୩, ଗଞ୍ଜାମରୁ ୨, ବଲାଙ୍ଗୀରିରୁ ୧, ଦେବଗଡରୁ ୧, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୮ ହଜାର ୨୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୫୯୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୫୬୩ ଜଣ।