Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଓଭର ବ୍ରିଜ୍ ଉପରେ ଡିଭାଇଡରକୁ ଧକ୍କା ଦେଲା ଅଟୋ: ଶ୍ଵଶୁର ମୃତ, ବୋହୁ ଗୁରୁତର

ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଣପୁର ଥାନା ଆୟତପୁର ନିକଟସ୍ଥ ପାତ୍ରପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟମାନେ ଅଟୋ ଦ୍ଵାରା ନୟାଗଡ ସ୍ଥିତ ଡିମିସିର ଯାଉଥିଲେ। ହେଲେ ଅଟୋଟି ବେପରୁଆ ଗାଡି ଚାଳନ ତଥା ଦ୍ରୁତଗତି ଲାଗି ଭାରସାମ୍ୟ ହରାଇ ନାଚୁଣୀ ଓଭର ବ୍ରିଜ୍ ଉପରେ ଏକ ଡିଭାଇଡର ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ଯେଉଁଥିରେ ରାମକୃଷ୍ଣ ବିଷୋଇ (୭୦) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏବଂ ରାମକୃଷ୍ଣଙ୍କ ବୋହୁ ମଞ୍ଜୂବାଳା (୪୫) ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରିଛନ୍ତି। ସେହିଭଳି ଅଟୋରେ ଥିବା ଛୋଟ ଛୋଟ ଶିଶୁମାନେ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇଦେଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ନିର୍ମାଣ ହେବ ପୂର୍ବତଟ ରେଳପଥର ସାତୋଟି ରୋଡ୍ ଓଭର ବ୍ରିଜ୍ , ଜାଣନ୍ତୁ କେଉଁଠି

ଭୁବନେଶ୍ବର, ଉଭୟ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ପଦକ୍ଷେପ ନେଇଛି। ଟ୍ରେନ୍ ଚଳାଚଳର ନିରାପତ୍ତାକୁ ବୃଦ୍ଧି କରିବା ଏବଂ ଉଭୟ ରେଳ ଏବଂ ସଡକ ଟ୍ରାଫିକର ଅସୁବିଧାଜନକ ଗତିବିଧିକୁ ସୁଗମ କରିବା ପାଇଁ ଲେଭଲ୍ କ୍ରସିଂ ଗେଟ୍ କୁ ଅପସାରଣ କରାଯାଉଛି। ସେଠାରେ ରୋଡ୍ ଓଭର ବ୍ରିଜ୍ (ROBs) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଉଛି।

ଏହି ଲକ୍ଷ୍ୟ ହାସଲ କରିବାକୁ, ପୂର୍ବ ତଟ ରେଳବାଇ ଏବଂ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଆଇଏଲ) ମଧ୍ୟରେ ନଭେମ୍ବର ମାସ ୧୭ ତାରିଖ ଦିନ ଛଅଟି ରୋଡ଼ ଓଭର ବ୍ରିଜ ନିର୍ମାଣ ପାଇଁ ଏକ ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଥିଲା।

ପୂର୍ବତଟ ରେଳପଥ ଆଉ ପାଦେ ଆଗକୁ ଯାଇ ନଭେମ୍ବର ମାସ ୨୪ ତାରିଖରେ ଇଞ୍ଜିନିୟରିଂ ପ୍ରୋଜେକ୍ଟସ (ଇଣ୍ଡିଆ) ଲିମିଟେଡ୍ (ଇପିଆଇଏଲ୍) ସହିତ ହାଓଡ଼ା-ଚେନ୍ନାଇ ପ୍ରମୁଖ ରେଳପଥରେ ଖୋର୍ଦ୍ଧା ରୋଡ଼-ପଲାସା ରେଳ ସେକ୍ସନର ଧାନମଣ୍ଡଳ-ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆଉ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି।

ଚୁକ୍ତିନାମା ହୋଇଥିବା ଏହି ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆନୁମାନିକ ୩୦୩.୩୬ କୋଟି ଟଙ୍କା ମୂଲ୍ୟରେ କମ୍ପୋଜିଟ୍ ଚୁକ୍ତିନାମା ଆଧାରରେ ଗୋଟିଏ ପକ୍ଷକୁ ସ୍ୱାକ୍ଷରିତ କରାଯାଇଅଛି। ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ଶ୍ରୀ ନରୋତ୍ତମ ସିଂ ଉଇକେଙ୍କ ଉପସ୍ଥିତିରେ ରେଳପଥର ମୁଖ୍ୟ ଇଞ୍ଜିନିୟର (ସଡକ ସୁରକ୍ଷା କାର୍ଯ୍ୟ) ଶ୍ରୀ ବ୍ରିଜେଶ କୁମାର ମିଶ୍ରଙ୍କ ସହ ଇପିଆଇଏଲ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍ ବିଶ୍ୱାସ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ନିର୍ମାଣ ହେବାକୁ ଥିବା ରୋଡ୍ ଓଭର ବ୍ରିଜ୍ ଗୁଡିକ ହେଲା –

୧-ଗୋପାଳପୁର ବାଲିକୁଦା-ବାରଙ୍ଗ ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୧୮୧ ଠ

୨-ଧାନମଣ୍ଡଳ-ବଇରି ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୧୬୯

୩-ଖୋର୍ଦ୍ଧା ରୋଡ଼-କାଇପଦର ରୋଡ ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୨୦୨

୪-ଗଞ୍ଜାମ-ଛତ୍ରପୁର ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୨୮୯

୫-ଛତ୍ରପୁର-ଜଗନ୍ନାଥପୁର ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୨୯୨

୬-ଜଗନ୍ନାଥପୁର-ବ୍ରହ୍ମପୁର ଷ୍ଟେସନ୍ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୩୦୩

୭-ଜଗନ୍ନାଥପୁର-ବ୍ରହ୍ମପୁର ଷ୍ଟେସନ୍ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୩୦୪ ଠ

ଏହି ସାତୋଟି ରୋଡ଼ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟପାଇଁ ରେଳବାଇ ବୋର୍ଡ ଦ୍ୱାରା ଇପିଆଇଏଲ୍ କୁ ପ୍ରକଳ୍ପ ମୂଲ୍ୟ ଉପରେ ମ୍ୟାନେଜମେଣ୍ଟ ପାଉଣା ବାବଦରେ ୪.୨୧% ପ୍ରଦାନ କରାଯିବ। ରେଳ ବୋର୍ଡ ସ୍ତରରେ କାର୍ଯ୍ୟକାରିତା ଏବଂ ମାନକ ଚୁକ୍ତିନାମା ଚୂଡାନ୍ତ ହୋଇଛି ଏବଂ ଇପିଆଇଏଲ୍ ସହିତ ପରାମର୍ଶ କରି ପୂର୍ବ ତଟ ରେଳପଥ ଦ୍ୱାରା କାର୍ଯ୍ୟ ନିର୍ଦ୍ଦିଷ୍ଟ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ ପୂର୍ବତଟ ରେଳପଥରେ ସମୁଦାୟ ୧୩ଟି ରୋଡ଼ ଓଭର ବ୍ରିଜ ରେଳ ବୋର୍ଡ ଦ୍ୱାରା ପ୍ରସ୍ତୁତ ମଡେଲରେ କାର୍ଯ୍ୟକାରୀ ହେବ।