Categories
ଆଜିର ଖବର ରାଜ୍ୟ ଖବର

ଆଉ ମନଇଚ୍ଛା ମିିଡିଆରେ ଦେଇପାରିବେ ନାହିଁ ମତ, କଂଗ୍ରେସ ସଭାପତି ଜାରୀ କଲେ ନୋଟିସ୍

ଭୁବନେଶ୍ବର: ଏଣିକି ଟିଭି ମିଡିଆରେ ମନଇଚ୍ଛା କୌଣସି ମତ ଦେଇପାରିବେ ନାହିଁ। ଯଦି କିଛି କହିବାର ଅଛି ତେବେ ପିସିସି ସଭାପତି କିମ୍ବା ମିଡିଆ କମିଟ ଅଧ୍ୟକ୍ଷଙ୍କ ସହ କଥା ହେବେ। ଏହିପରି ଏକ ବିଜ୍ଞପ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଦସ୍ତଖତରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଯେ, ଦଳର ନେତାଙ୍କ ଗୋଟିଏ ପ୍ରସଂଗରେ ଭିନ୍ନ ଭିନ୍ନ ମତ ରହୁଛି। ଫଳରେ ପାର୍ଟି ଆଭିମୁଖ୍ୟ ଠିକ ରହିପାରୁ ନାହିଁ।

 

ନିକଟରେ କିଟ ବିଶ୍ବବିଦ୍ୟାଳୟ ନେପାଳି ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସର କେତେକ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ଅଡୁଆରେ ପଡିଯାଇଛି। କିଟ୍ ଘଟଣାରେ କଂଗ୍ରେସର ଦୁଇ ପ୍ରକାର ମତ ଆସିବାରୁ ବିଭିନ୍ନ ମହଲରେ ତାହାକୁ ନେଇ ସମାଲୋଚନା କରାଯାଇଛି। ଫଳରେ ଭବିଷ୍ୟତରେ ଯେପରି ଏମିତି ନ ହୁଏ ସେଥିପାଇଁ ଏହି ବିଜ୍ଞପ୍ତି ଜାରୀ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହସପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଭାପତି ଭକ୍ତ ଦାସ, ହାତରେ କରାଗଲା ଅପରେସନ

ଭୁବନେଶ୍ବର: କଂଗ୍ରେସ ସଂକଳ୍ପ ଯାତ୍ରା ବେଳେ ଆହତ ହୋଇଥିବା ସଭାପତି ଭକ୍ତଚରଣ ଦାସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ବାମ ହାତରେ ଅସ୍ତ୍ରପୋଚାର କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏହି ଅପରେସନ କରାଯାଇଛି। ବର୍ତ୍ତମାନ ସେ ପୁରା ସୁସ୍ଥ ଅଛନ୍ତି। ଆଉ କିଛିଦିନ ବିଶ୍ରାମ ପରେ ସେ ପୁଣି ଥରେ କାର୍ଯ୍ୟକ୍ଷମ ହେବେ।

ଭକ୍ତ ଦାସ କଂଗ୍ରେସ ସଭାପତି ହେବା ପରେ ସେ ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ସେ ସଂପକଳ୍ପ ଯାତ୍ରା କରିଥିଲେ।

ଏହି ଯାତ୍ରା ସମୟରେ ଭିଡ ଭିତରେ ସେ ପଡିଯାଇଥିଲେ। ଫଳରେ ତାଙ୍କର ବାମ ହାତ ଜଖମ ହୋଇଯାଇଥିଲା। ପରବର୍ତ୍ତି ସମୟରେ ସେ ବ୍ୟାଣ୍ଡଜ କରି ପଦଯାତ୍ରା କରିଥିଲେ। ତାହା ଶେଷ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ହାତରେ ଅପରେସନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ନୂଆ ସଭାପତି କିଏ ହେବ ତାହା ନିଷ୍ପତି ହୋଇଛି, ଦଳର ହେବ ନବକଳେବର

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ତାହା ନିଷ୍ପତି ହୋଇଯାଇଛି। ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ ବୋଲି କହିଛନ୍ତି ପୂର୍ବତନ ସଭାପତି ଜୟଦେବ ଜେନା। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, କଂଗ୍ରେସ ସଭାପତି ବାଛିବା ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ତାଙ୍କର ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି। ତେଣୁ ଖୁବ ଶିଘ୍ର ତାଙ୍କ ନାମ ଘୋଷଣା ହେବ।

ସେ ପୁଣି କହିଛନ୍ତି ଯେ, କେବଳ ସଭାପତି ନୁହେଁ, ଓଡିଶା କଂଗ୍ରେସର ଏକ ନବକଳେବର ହେବ। ସେଥିପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ କହିଛନ୍ତି ଯେ, ଆଜି ଦିଲ୍ଲୀରେ ନୂଆ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହେଲା। ଏହାପରେ ଓଡିଶା କଥା ବିଚାର କରାଯାଇ ଘୋଷଣା କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି।

Categories
ବିଶେଷ ଖବର

ଆସନ୍ତା ବର୍ଷ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ: ଖଡଗେଙ୍କ ବିବୃତ୍ତି ଉପରେ ବିଜେପି ନେତାଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ କିଲାକୁ ନ ଯିବା ବିଷୟରେ କହିଥିଲେ ଯେ, ତାଙ୍କ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଖଡଗେ ଆକ୍ରମଣ କରି କହିଥିଲେ ଯେ, ସେ ଆସନ୍ତା ବର୍ଷ ତାଙ୍କ ବାସଭବନରୁ ପତାକା ଉତ୍ତୋଳନ କରିବେ। ଏହାକୁ ନେଇ ବିଜେପି ପାଲଟା ଆକ୍ରମଣ କରିଛି।

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ହରଦୀପ ସିଂ ପୁରୀ କହିଛନ୍ତି ଯେ, ବୋଧହୁଏ ଖଡଗେ ସାହାବଙ୍କ ଆଖିରେ ସମସ୍ୟା ରହିଛି। ସେ ଲାଲକିଲାକୁ ଆସିନାହାଁନ୍ତି, କିନ୍ତୁ ପରିବାର ସଦସ୍ୟ କିଛି କାର୍ଯ୍ୟକ୍ରମକୁ ଯାଇଛନ୍ତି। ଆମକୁ କହିବାକୁ ପଡିବ ଯେ, ପିଏମ ମୋଦୀ ଆସନ୍ତା ବର୍ଷ ପୁଣିଥରେ ଲାଲକିଲାରୁ ଦେଶର ଲୋକଙ୍କୁ ସମ୍ବୋଧିତ କରିବେ।

ବାସ୍ତବରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଲାଲ କିଲାରୁ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କୁ ସମ୍ବୋଧିତ କରିବେ, କିନ୍ତୁ ଯଦି ବିରୋଧୀ ଦଳ ‘ଇଣ୍ଡିଆ’ ବିଜୟୀ ହୁଏ , ତେବେ ଏହା ଘଟିବ ନାହିଁ।’

ମଲ୍ଲିକାର୍ଜୁନ ଖଡଗେ କ’ଣ କହିଥିଲେ?:

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଲାଲ କିଲା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରୁ ଦୂରେଇ ଯିବା କାରଣ ବିଷୟରେ ପଚରାଯିବାରୁ ଖଡଗେ କହିଥିଲେ ଯେ, ମୋର ଆଖିରେ କିଛି ସମସ୍ୟା ଅଛି। ପ୍ରୋଟୋକଲ୍ ଅନୁଯାୟୀ, ମୁଁ ସକାଳେ ମୋ ବାସଭବନରେ ପତାକା ଉତ୍ତୋଳନ କରିଲି। ଏହା ପରେ ମୋତେ କଂଗ୍ରେସ ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ପଡିଲା।

ଖଡଗେ ଆହୁରି କହିଛନ୍ତି ଯେ, ‘ସୁରକ୍ଷା ଏତେ କଠୋର ଯେ ପ୍ରଧାନମନ୍ତ୍ରୀ ଯିବା ପୂର୍ବରୁ କାହାକୁ ଯିବାକୁ ଅନୁମତି ନାହିଁ। ଯଦି ମୁଁ ସେଠାକୁ ଯାଇଥା’ନ୍ତି, ତେବେ ମୁଁ ଏଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥା’ନ୍ତି। ”ସ୍ୱାଧୀନତା ଦିବସରେ ସେ ଏକ ବାର୍ତ୍ତାରେ ମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ) ଅନ୍ୟାୟ ବିରୁଦ୍ଧରେ ଠିଆ ହେବ ଏବଂ ଜିତିବ।

Categories
ବିଶେଷ ଖବର

ସଂସଦ ଅଧିବେଶନର ଶେଷ ଦିନରେ ତ୍ରିରଙ୍ଗା ପଦଯାତ୍ରା: ମୋଦୀ ସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଅଦାନି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ତ୍ରିରଙ୍ଗା ପଦଯାତ୍ରା କରିବା ପରେ ସଂସଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବହୁତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ସେମାନେ ଗଣତନ୍ତ୍ରକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି।

କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଜାଣିବାକୁ ଚାହୁଁଛୁ କି ମାତ୍ର ୨.୫ ବର୍ଷରେ ଅଦାନୀଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟିରେ କେମିତି ପରିଣତ ହୋଇଛି? ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ୍ କିପରି ପାରିତ ହୋଇଛି? ଆମେ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥିଲୁ। କିନ୍ତୁ ଯେତେବେଳେ ବି ଆମେ କହିବାକୁ ଚାହିଁଲୁ, ନୋଟିସ୍ ଦେଲୁ, ଦାବି କଲୁ, ସେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ମୁଁ ୫୦-୫୨ ବର୍ଷ ଧରି ରାଜନୀତିରେ କାର୍ଯ୍ୟ କରିଆସୁଛି, ଏହା ପୂର୍ବରୁ ଆମେ କେବେ ଏଭଳି ସମୟ ଦେଖିନାହୁଁ।

ମଲ୍ଲିକାର୍ଜୁନ୍ ଖଡଗେ କେନ୍ଦ୍ର ସରକାରଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ସରକାର କେବଳ ଜଣେ ପୁଞ୍ଜିପତିଙ୍କୁ ଏତେ ଜିନିଷ କାହିଁକି ଦେଉଛନ୍ତି? ଆପଣ ତାଙ୍କୁ ବିମାନବନ୍ଦର, ସଡକ, ବନ୍ଦର, ରେଳ ଦେଇଛନ୍ତି। ଏହା ଦର୍ଶାଉଛି ଯେ, ସରକାର କେବଳ ଜଣେ ବ୍ୟକ୍ତିଙ୍କୁ ଧନୀ କରିବାକୁ ଚାହୁଁଛନ୍ତି।

କଂଗ୍ରେସ ଅନ୍ୟ ବିରୋଧୀଦଳ ନେତାଙ୍କ ସହ ଆଜି ସଂସଦ ଅଧିବେଶନର ଶେଷ ଦିନରେ ବିଜୟ ଚୌକ୍ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ପଦଯାତ୍ରା କରିଥିଲା। କଂଗ୍ରେସ ଦଳ ଟୁଇଟ୍ କରି କହିଛି ଯେ, ମୋଦୀ ସରକାର ଅଦାନୀ ଦୁର୍ନୀତିରେ ଜେପିସି ସ୍ଥାପନ କରିବାକୁ ଚାହୁଁନାହାଁନ୍ତି। କିନ୍ତୁ ଏହି ଦାବି ପାଇଁ ଆମେ ସଂସଦରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରା କରିଛୁ। କଂଗ୍ରେସ କହିଛି ଯେ, କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ମଧ୍ୟ ଏହି ପଦଯାତ୍ରାରେ ଉପସ୍ଥିତ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଯଦି ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସ ସଭାପତି, ତେବେ ରାହୁଳ ଗାନ୍ଧୀ କଣ କରିବେ ?

ନୂଆଦିଲ୍ଲୀ: ଆଜି ଅଖିଳ ଭାରତ କଂଗ୍ରେସ କମିଟର ନିର୍ବାଚନ ଫଳାଫଳ ବାହାରିଛି। ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଫଳରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ଚାଲିଆସିଥିବା ଗାନ୍ଧୀ ଶାସନର ଅବସାନ ଘଟିବାକୁ ଯାଉଛି। କଂଗ୍ରେସର ମଙ୍ଗ ଧରିଛନ୍ତି ଜଣେ ଅଣ ଗାନ୍ଧୀ ନେତା।

ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପରିିକି ତାଙ୍କର ପ୍ରତିଦ୍ବନ୍ଦି ଶଶି ଥରୁର ମଧ୍ୟ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶି ଥରୁର କହିଛନ୍ତି ଯେ, ସେ ଏକ ହଜାରରୁ ଉର୍ଦ୍ଧ ଭୋଟ ପାଇବା କିଛି ଛୋଟ କଥା ନୁହେଁ।

ତେବେ ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା କଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦଳୀୟ ନିୟମ ଅନୁସାରେ ସଭାପତି ହିଁ ଶେଷ ନିଷ୍ପତି ଗ୍ରହଣ କରିବେ। ହୁଏତ ଖଡଗେ ସୋନିଆ ଗାନ୍ଧୀଙ୍କ ପଚାରି ନିଷ୍ପତି ନେଇ ପାରନ୍ତି କିନ୍ତୁ ସେ ହିଁ ନିଷ୍ପତି ଘୋଷଣାର ଶେଷ ବ୍ୟକ୍ତି।

ବର୍ତ୍ତମାନ ଭାରତ ଯୋଡ ଯାତ୍ରାରେ ଥିବା ରାହୁଳ ଗାନ୍ଧୀ, ଭୋଟ ଗଣତି ଘୋଷଣା ପରେ ସେ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଖଡଗେ ଏବଂ ଶଶି ହେଉଛନ୍ତି ଅଭିଜ୍ଞ ତଥା ଜ୍ଞାନିଗୁଣ ବ୍ୟକ୍ତିତ୍ବ। ସେମାନେ ବର୍ତ୍ତମାନ କଂଗ୍ରେସ କେଉଁ ଦିଗକୁ ଯିବ ତାହା ବିଚାର କରିବେ। ଏଥିରେ ଆମର କୌଣସି ଭୂମିକା ରହିବ ନାହିଁ।

ଭାରତ ଯୋଡ ଯାତ୍ରା ବେଳେ ସାମ୍ବାଦିକମାନେ ରାହୁଳଙ୍କ ପଚାରିଥିଲେ ଯେ, ଖଡଗେ ବର୍ତ୍ତମାନ ସଭାପତି ହେବେ ପରେ ଆପଣଙ୍କ ଭୂମିକା କଣ ରହିବ। ଏହାର ଉତ୍ତରେ ରାହୁଳ କହିଥିଲେ ଯେ, ନୂଆ ସଭାପତି ନିର୍ଣ୍ଣୟ କରିବେ ମୋର ଭୂମିକା। ଆଗାମୀ ଦିନରେ ମୋର ଭୂମିକା କଣ ରହିବ, ମୋର ଦାୟିତ୍ବ କଣ ମିଳବ ତାହା ଖଡଗେ ନିଷ୍ପତି କରିବେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ମିଳିଲା ନୂଆ ଅଧ୍ୟକ୍ଷ, ଏବେ ମଲ୍ଲିକାର୍ଜୁନ ଖଡଗେ ସମ୍ଭାଳିବେ ମଙ୍ଗ

ନୂଆଦିଲ୍ଲୀ : ଆଜି ବିପୁଳ ଭୋଟରେ କଂଗ୍ରେସ ସଭାପତି ଭାବେ ବିଜୟ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ଶଶି ଥରୁରଙ୍କୁ ସେ ପ୍ରାୟ ଛଅ ହଜାରରୁ ଉର୍ଦ୍ଧ ଭୋଟରେ ପରାଜିତ କରିଛନ୍ତି। କଂଗ୍ରେସ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଅଖିଳ ଭାରତ କଂଗ୍ରେସ ଦଳର ଅଧକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି।

ଏହି ନିର୍ବାଚନରେ ଖଡଗେ ସହିତ ପ୍ରତିଦ୍ବନ୍ଦିତା କରୁଥିଲେ ଶଶି ଥରୁର। ନିର୍ବାଚନରେ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ମୋଟ ୭,୮୯୭ ଭୋଟ୍ ମିଳିଥିବାବେଳେ ଶଶି ଥରୁରଙ୍କୁ ୧୦୭୨ ଭୋଟ ମିଳିଥିଲା। ମୋଟ ଭୋଟ ଗ୍ରହଣ ହୋଇଥିଲା ୯୩୮୫ ଖଣ୍ଡ।

Categories
ଆଜିର ଖବର ଜାତୀୟ ଖବର

ସରିଲା କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟ୍, ବୁଧବାର ଦିନ ଆସିବ ଫଳାଫଳ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ବର୍ତ୍ତମାନ ୧୯ ତାରିଖ ଅର୍ଥାତ୍ ବୁଧବାର ଦିନ ଭୋଟ୍ ଗଣନା କରାଯିବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଆଜି ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଏବଂ ଦେଶର ୬୫ ରୁ ଅଧିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ସଭାପତି ପଦ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି।

ମତଦାନ ସମୟରେ ସୋନିଆ ଗାନ୍ଧୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ‘ମୁଁ ଏହି ଦିନକୁ ବହୁତ ସମୟ ଧରି ଅପେକ୍ଷା କରିଥିଲି’। ଆଜି ସକାଳ ୧୦ ଟାରୁ ମତଦାନ ଆରମ୍ଭ ହୋଇଥିଲା। ଦଳର ବରିଷ୍ଠ ନେତା ପି ଚିଦାମ୍ବରମ୍ ଏବଂ ଜୟରାମ ରମେଶଙ୍କ ସମେତ ଅନେକ ନେତା ମତଦାନ କରିଥିଲେ। ଦଳ ମୁଖ୍ୟାଳୟରେ ଚିଦାମ୍ବରମ୍ ପ୍ରଥମେ ଭୋଟ୍ ଦେଇଥିଲେ। ତାଙ୍କ ପରେ ଦଳର ସାଧାରଣ ସମ୍ପାଦକ ରମେଶ, ଅଜୟ ମାକେନ୍ ଏବଂ ଅନ୍ୟମାନେ ଭୋଟ୍ ଦେଇଥିଲେ।

ଜୟପୁରର କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନରେ ​​ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିଜର ଭୋଟ୍ ଦେଇଥିଲେ। ଗାନ୍ଧୀ ପରିବାରର ଅତି ଘନିଷ୍ଠ ଏବଂ ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଯୋଗୁଁ ଖଡଗେଙ୍କୁ ଦଳର ସଭାପତି ପଦ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି। ତେବେ ଦଳର ପରିବର୍ତ୍ତନ ପାଇଁ ଜଣେ ଦୃଢ ପ୍ରାର୍ଥୀ ଭାବରେ ଥରୁର ମଧ୍ୟ ନିଜକୁ ପ୍ରୋଜେକ୍ଟ କରୁଛନ୍ତି।

୨୦୦୦ ରେ କଂଗ୍ରେସ ସଭାପତି ପଦ ପାଇଁ ଶେଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସୋନିଆ ଗାନ୍ଧୀଙ୍କ ହାତରୁ ଜିତେନ୍ଦ୍ର ପ୍ରସାଦ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲେ। ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ ଏଥର ସଭାପତି ପଦ ପାଇଁ ଦୌଡରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ୨୪ ବର୍ଷର ବ୍ୟବଧାନ ପରେ, ଗାନ୍ଧୀ ପରିବାରରୁ ଜଣେ ବାହାର ସଦସ୍ୟ ଏହି ଦାୟିତ୍ଵ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ଏହି ପଦବୀରୁ ଇସ୍ତଫା ଦେଲେ ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପ୍ରାର୍ଥୀ ଶଶି ଥରୁର ଆଜି ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ‘ଏକ ବ୍ୟକ୍ତି, ଏକ ପୋଷ୍ଟ’ ନୀତିରେ ସେ ଏହି ଦାୟିତ୍ଵ ଛାଡିଛନ୍ତି ବୋଲି ବିଶ୍ୱାସ କରାଯାଏ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ପ୍ରାର୍ଥୀ ହୋଇଛନ୍ତି। ଯଦି ଏହି ଦୁଇ ଦଳର ନେତା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର ନକରନ୍ତି, ତେବେ ଅକ୍ଟୋବର ୧୭ ତାରିଖରେ ଭୋଟ୍ ଅନୁଷ୍ଠିତ ହେବ। ଯେଉଁଥିରେ ୯ ହଜାରରୁ ଅଧିକ ପ୍ରତିନିଧୀ ଭୋଟ୍ ଦେବେ। ଅକ୍ଟୋବର ୧୯ ତାରିଖରେ ଭୋଟ୍ ଗଣନା କରାଯିବ। ଉଲ୍ଲେଖଥାଉ କି, ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଥରୁର ସ୍ପଷ୍ଟ କରିଛନ୍ତି।

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସୋମବାର ସ୍ପଷ୍ଟ କରିଛନ୍ତି ଯେ, ଦଳର ସଭାପତି ନିର୍ବାଚନରେ ​​କୌଣସି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଦୁର୍ଭାବନପୂର୍ଣ୍ଣ ପ୍ରଚାର ହେବ ନାହିଁ। ଏହା ସହିତ କର୍ତ୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ଯେ, ଯଦି ଦଳର କୌଣସି ଅଫିସ୍ ଧାରକ ରାଷ୍ଟ୍ରପତି ନିର୍ବାଚନରେ ​ ପ୍ରାର୍ଥୀଙ୍କ ସପକ୍ଷରେ କିମ୍ବା ପ୍ରଚାର କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ ସଂଗଠନର ଦାୟିତ୍ଵ ଛାଡିବାକୁ ପଡ଼ିବ। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ସାତୋଟି ପଏଣ୍ଟ ଗାଇଡଲାଇନ ଜାରି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିଜ ପଦବୀରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ଖଡଗେ କହିଛନ୍ତି ଯେ, ସେ କଂଗ୍ରେସର ଜଣେ ନେତା ଗୋଟିଏ ପଦ ନିୟମ ଅଧୀନରେ ଏହି ପଦକ୍ଷେପ ନେଇଛନ୍ତି।

ଖଡଗେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଉଦୟପୁରରେ ଅନୁଷ୍ଠିତ କଂଗ୍ରେସର ଚିନ୍ତନ ଶିବରରେ କୌଣସି ବ୍ୟକ୍ତି ଦଳରେ ଦୁଇଟି ପଦବୀରେ ରହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅର୍ଥାତ୍ ଯେକୌଣସି ନେତାଙ୍କୁ ଦ୍ୱିତୀୟ ପଦବୀ ପୂର୍ବରୁ ତାଙ୍କ ବର୍ତ୍ତମାନର ପଦରୁ ଇସ୍ତଫା ଦେବାକୁ ପଡିବ।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଦଳର ପରବର୍ତ୍ତୀ ରାଷ୍ଟ୍ରୀୟ ସଭାପତି ହୋଇପାରନ୍ତି। ସେପ୍ଟେମ୍ବର ୩୦ ତାରିଖରେ ଖଡଗେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ଏହା ପରେ ଅକ୍ଟୋବର ୧୭ ତାରିଖରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଅକ୍ଟୋବର ୧୯ ତାରିଖରେ ଆସିବ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ସଭାପତି ଦୌଡରୁ ହଟିଲେ ଅଶୋକ ଗେହଲୋଟ୍, ମୁଖ୍ୟମନ୍ତ୍ରୀ ପାଇଁ ଭାଗ୍ୟ ସ୍ଥିର କରିବେ ସୋନିଆ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ରାଜନୈତିକ ସଙ୍କଟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ, ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସମ୍ପର୍କରେ କଂଗ୍ରେସ ସଭାପତି ନିଷ୍ପତ୍ତି ନେବେ। ଗୁରୁବାର ଦିନ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ସେ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଅର୍ଥାତ୍ ସେ ନିଜକୁ ଏହି ଦୌଡରୁ ଦୂରେଇ ଯାଇଛନ୍ତି। କିନ୍ତୁ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ତାହା ୪୮ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯିବ।

ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ କରି ନ ଥିବାରୁ ଅଶୋକ ଗେହଲୋଟ୍ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି ଏବଂ ସେ କହିଛନ୍ତି ଯେ, ସେ ଆଉ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନ ‘୧୦ ଜନପାଥ’ରେ ଭେଟିବା ପରେ ଗେହଲୋଟ୍ ଏହା ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିବେ କି ନାହିଁ ତାହା ସୋନିଆ ଗାନ୍ଧୀ ସ୍ଥିର କରିବେ। ଦଳର ରାଜସ୍ଥାନ ୟୁନିଟରେ ସଙ୍କଟ ଦେଖାଦେବା ପରେ ଗେହଲଟ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

ଅଶୋକ ଗେହଲୋଟ୍ କହିଛନ୍ତି ଯେ, ମୁଁ ଗତ ୫୦ ବର୍ଷ ଧରି କଂଗ୍ରେସର ଜଣେ ବିଶ୍ୱସ୍ତ ସୈନିକ ଥିଲି … ଦୁଇ ଦିନ ପୂର୍ବେ ଘଟିଥିବା ଘଟଣା ଆମ ସମସ୍ତଙ୍କୁ ଦୋହଲାଇ ଦେଇଛି। ମୁଁ ଯେଉଁ ଯନ୍ତ୍ରଣା ଅନୁଭବ କରୁଛି ତାହା କେବଳ ମୁଁ ଜାଣିପାରେ। ସାରା ଦେଶରେ ଏକ ବାର୍ତ୍ତା ବାହାରିଛି ଯେ, ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବାକୁ ଚାହୁଁଛି, ତେଣୁ ଏସବୁ ହେଉଛି। ଦୁର୍ଭାଗ୍ୟବଶତଃ ଏପରି ପରିସ୍ଥିତି ଉପୁଜିଲା ଯେ ସଂକଳ୍ପ ପାରିତ ହୋଇପାରିଲା ନାହିଁ। ମୁଁ ସୋନିଆଜୀଙ୍କୁ କ୍ଷମା ମାଗିଛି। ମୁଁ ଏହି ପରିବେଶରେ ନିର୍ବାଚନ ଲଢିବି ନାହିଁ। ଏହା ମୋର ନିଷ୍ପତ୍ତି।”

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ସଙ୍କଟ: ଅଶୋକ ଗେହଲୋଟଙ୍କ ଉପରେ ହାଇକମାଣ୍ଡ ନାରାଜ, କଂଗ୍ରେସ ସଭାପତି ପଦବୀରୁ ବାହାର!

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ସଭାପତି ପଦ ପାଇଁ ନିର୍ବାଚନ ବିଷୟରେ ଏକ ବଡ଼ ଖବର ଅଛି। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏକ ବଡ଼ ଧରଣର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେ ଏହି ପଦବୀ ପାଇଁ ଦୌଡରୁ ବାହାରିଛନ୍ତି। ସୂଚନାନୁସାରେ, କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ଦଳର ସଭାପତି ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ। କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ରାଜସ୍ଥାନର ଦାୟିତ୍ୱରେ ଥିବା ଅଜୟ ମାକେନ୍ ଅଶୋକ ଗେହଲଟଙ୍କୁ ଦଳର ସଭାପତି ନକରିବା ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଉଭୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକେନ୍ କିଛି ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଉଭୟ ନେତା ରବିବାର ଦିନ ଜୟପୁରରେ ଘଟିଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ସେମାନଙ୍କ ରିପୋର୍ଟରେ ଅନ୍ତର୍ଭୁକ୍ତ କରିବେ। କଂଗ୍ରେସ ଦାୟିତ୍ୱରେ ଥିବା ଅଜୟ ମାକେନ୍ କହିଛନ୍ତି ଯେ, ବିଧାୟକ ଦଳ ବୈଠକରେ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ଅନୁଶାସନହୀନତା ଅଟେ। ଏହି ବୈଠକ ସମୟରେ ସେମାନେ ଅଲଗା ଏକ ବୈଠକ ଡାକିଥିଲେ। ଏହା ମଧ୍ୟ ଅନୁଶାସନହୀନତା ଅଟେ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ତାହା ଦେଖିବା ବାକି ରହିଲା। ଆମେ ସେମାନଙ୍କ ମତାମତ ଜାଣିବା ପାଇଁ ପ୍ରତ୍ୟେକ ବିଧାୟକଙ୍କୁ ଭେଟିବାକୁ ଚାହୁଁଥିଲୁ, କିନ୍ତୁ ସେମାନେ ସାମୂହିକ ଭାବରେ ସାକ୍ଷାତ କରିବାକୁ ଜିଦ୍ ଧରିଥିଲେ। କଂଗ୍ରେସ ସଭାପତିଙ୍କଠାରୁ CLP ର ବୈଠକ ଡାକିବା ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଙ୍କ ସହ ଯୋଗାଯୋଗ କରିବା ପରେ ବୈଠକର ସମୟ ଏବଂ ସ୍ଥାନ ସ୍ଥିର କରାଯାଇଥିଲା।

ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ହଙ୍ଗମା ପରେ ଦ୍ୱିତୀୟ ଦିନ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ସିଏମ ଅଶୋକ ଗେହଲୋଟ୍ ଆଜି ଅପରାହ୍ନରେ ହୋଟେଲରେ ଭେଟିଥିଲେ। ଏଠାରେ ଗେହଲଟଙ୍କ ସାମ୍ନାରେ ଖଡଗେ ପାର୍ଟିରେ ଅନୁଶାସନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କଂଗ୍ରେସ ଦଳକୁ ମଜବୁତ କରିବା ସହିତ ଏକତା ଏବଂ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖଡଗେ କହିଥିଲେ। ଏଥି ସହିତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ରାଜସ୍ଥାନର ରାଜନୈତିକ ସଙ୍କଟରେ ମଧ୍ୟସ୍ଥତା ପାଇଁ ପ୍ରବେଶ କରିପାରନ୍ତି। ରାଜସ୍ଥାନର ରାଜନୈତିକ ସଙ୍କଟକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ତାଙ୍କୁ ତୁରନ୍ତ ଦିଲ୍ଲୀରେ ପହଞ୍ଚିବାକୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ସଭାପତି ପାଇଁ ଅନେକ ନେତା ଆଶାୟୀ: ଏବେ ତାଲିକାରେ ଯୋଡି ହେଲା ଆଉ ଦୁଇଟି ନାମ

ନୂଆଦିଲ୍ଲୀ: କଂଗ୍ରେସ ଦଳର ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହା ପରେ ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ଏଭଳି ପରିସ୍ଥିତିରେ ସଭାପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନେକ ନେତାଙ୍କ ନାମ ତାଲିକାରେ ଯୋଡି ହେଉଛି। କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲୋଟ୍, ଶଶି ଥରୁରଙ୍କ ପରେ ଏବେ ମନୀଷ ତିୱାରୀଙ୍କ ନାମ ମଧ୍ୟ ଆଲୋଚନାକୁ ଆସିଛି। କଂଗ୍ରେସ ସାଂସଦ ମନୀଷ ତିୱାରୀ ଏଥର ସଭାପତି ପଦ ପାଇଁ ନିର୍ବାଚନ ଲଢିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।

ଯଦି ଦଳର ଉତ୍ସକୁ ବିଶ୍ୱାସ କରାଯାଏ, ତେବେ କଂଗ୍ରେସ ସାଂସଦ ମନୀଷ ତିୱାରୀ ମଧ୍ୟ ଦଳର ସଭାପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ଯେ ସାଂସଦ ତିୱାରୀ ସେପ୍ଟେମ୍ବର ୨୪ ତାରିଖ ରାତିରେ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହା ପରେ ସେ ତାଙ୍କ ସମର୍ଥକଙ୍କ ସହ ଏ ବାବଦରେ ଆଲୋଚନା କରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ମନୀଷ ତିୱାରୀ ମଧ୍ୟ ୫ ବର୍ଷ ପାଇଁ NSUI ଏବଂ ୨ ବର୍ଷ ପାଇଁ ଯୁବ କଂଗ୍ରେସର ସଭାପତି ରହିଛନ୍ତି।

ଏଥି ସହିତ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜି-୨୩ ଦଳରେ ମଧ୍ୟ ଜଡିତ ଅଛନ୍ତି। ଏହା ବ୍ୟତୀତ କଂଗ୍ରେସ ସଭାପତି ନିର୍ବାଚନରେ ​​ମନୀଷ ତିୱାରୀଙ୍କ ସହ ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ଵାନ ମଧ୍ୟ ପ୍ରବେଶ କରିପାରନ୍ତି। ତାଙ୍କ ନାମ ବିଷୟରେ ଆଲୋଚନା ମଧ୍ୟ ତୀବ୍ର ହେଉଛି। ବିଶ୍ୱାସ କରାଯାଏ ଯେ ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାବି କରୁଥିବା ଆହୁରି ଅନେକ ନାମ ବାହାରକୁ ଆସିପାରେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସର ସଭାପତିଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ଏହି ବିଜ୍ଞପ୍ତିରେ ପ୍ରଥମେ କୁହାଯାଇଛି ଯେ, ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଜଂନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଛି। ଏଥିସହିତ ନୂଆ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ନିଂରଜନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ଭିତରେ ବେଶ୍ ଭଲ କାମ କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ୧୯୯୧ ଏବଂ ୧୯୯୬ ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥି ସହତି ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱରେ ଥିଲେ। ତାଙ୍କର ନିଯୁକ୍ତି ପରେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେ ମିଳିମିଶି କାମ କରିବାକୁ ପଦକ୍ଷେପ ନେବୁ ବୋଲି ଶରତ କହିଛନ୍ତି।

ସେହିପରି ଓଡିଶା ପ୍ରଭାରୀ ଚେଲ୍ଲାକୁମାର ମଧ୍ୟ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଶରତ ପଟ୍ଟନାୟକଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ। ଶରତ ପଟ୍ଟନାୟକଙ୍କ ବହୁ ବଡ ଅଭିଜ୍ଞତା ରହିଛି। ତାଙ୍କର ନେତୃତ୍ବରେ ଦଳ ନିଶ୍ଚିତ ଭଲ କରିବ। ବହୁ ନେତା ଏହି ରେସରେ ଥିଲେ, ହେଲେ ସେମାନଙ୍କ ଭିତରେ ଶରତ ପଟ୍ଟନାୟକଙ୍କ ଅଭିଜ୍ଞ ସଂପର୍ଣ୍ଣ ନେତା ଭାବେ ତାଙ୍କୁ ଏହି ପଦବୀ ପାଇଁ ମନୋନିତ କରାଯାଇଛି।

ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ମହଲରେ ଉତ୍ସାହ ଖେଳିଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧରା ପଡିଗଲା ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ କଂଗ୍ରେସ ପ୍ରୀତି

ଭୁବନେଶ୍ବର: ବର୍ତ୍ତମାନ ଓଡିଶା କଂଗ୍ରେସର ସଭାପତି କିଏ ହେବ ଯେତିକି ଚର୍ଚ୍ଚାରେ ନାହିଁ, ତାହାଠାରୁ ଅଧିକ ଚର୍ଚ୍ଚା ହେଉଛି ରାହୁଳ ଗାନ୍ଧୀଙ୍କ ମତାମତ ସଂଗ୍ରହ। ରାଜ୍ୟ କଂଗ୍ରେସର କିଏ ସଭାପତି ହେବ ସେ ନେଇ ରାହୁଳ ବିଜେଡିର ଦୁଇଜଣ ନେତାଙ୍କ ମତ ନେଇଛନ୍ତି। ସେହି ଦୁଇ ଜଣ ହେଲେ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ।

ତେବେ ଏହି ଘଟଣାକୁ ନେଇ ସାଧାରଣରେ ଦୁଇଟି ପ୍ରଶ୍ନ ଉଠିଛି। ତାହା ହେଲା ରାହୁଳ ଗାନ୍ଧୀ କଣ ପାଇଁ ବିଜେଡି ନେତାଙ୍କ ମତାମତ ସଂଗ୍ରହ କଲେ। କଂଗ୍ରେସ ସଭାପତି କିଏ ହେବ ତାହା ତାଙ୍କ ଦଳୀୟ ନେତା ଠିକ କରିବା କଥା। ହେଲେ ବିଜେଡି ନେତାଙ୍କ ମତ ନେବା ସମସ୍ତଙ୍କୁ ବହୁ ଅଡୁଆ ଲାଗିଛି। ରାହୁଳ ପ୍ରତିଦ୍ବନ୍ଦି ଦଳର ନେତାମାନଙ୍କୁ ଦଳିୟ ବ୍ୟାପାରରେ ପୁରାଇବା ଠିକ ହୋଇଛି କି ?

ଦ୍ବିତୀୟ ପ୍ରଶ୍ନ ଉଠିଛି ଯେ, ଯଦି ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ନେଲେ, ତେବେ  ଅଚ୍ୟୁତ ସାମନ୍ତ ଆଉ ସୌମ୍ୟରଂଜନ ପଟ୍ଟନାୟକ କାହିଁକି ? ବିଜେଡିର ଅନେକ ଟାଣୁଆ, ଅଭିଜ୍ଞ ତଥା ବରିଷ୍ଠ ନେତା ରହିଛନ୍ତି। ଭର୍ତ୍ତୁହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସରୁ ଆସିଥିବା ପିନାକୀ ମିଶ୍ରଙ୍କ ପରି ନେତା ତଥା ସାଂସଦ ଅଛନ୍ତି। ହେଲେ ଏମାନଙ୍କୁ କାହାକୁ ନ ପଚାରି ରାହୁଳ ଏହି ଦୁଇ ଜଣଙ୍କର ମତ କାହିଁକି ନେଲେ?

ଏହି ଦୁଇ ବିଜେଡି ନେତାଙ୍କ ମଧ୍ୟରୁ ପ୍ରଥମେ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପାଖକୁ ଯିବା। ସୌମ୍ୟରଂଜନ 1996 ମସିହାରେ କଂଗ୍ରେସ ଦଳରୁ ଭୁବନେଶ୍ବର ସାଂସଦ ଥିଲେ। ହେଲେ ସେ ସମୟର ଆଉ ବର୍ତ୍ତମାନର କଂଗ୍ରେସରେ ବହୁତ ପରିବର୍ତ୍ତନ ହୋଇସାରିଛି। ପୁଣି ସୌମ୍ୟବାବୁ ତା ଭିତରେ କେତେକ ଦଳ ପରିବର୍ତ୍ତନ କରି ବିଜେଡିକୁ ଆସିଛନ୍ତି। ସେଥିପାଇଁ ବିଜ୍ଞାନ କହୁଛି ବର୍ତ୍ତମାନ କଂଗ୍ରେସ ନେତୃତ୍ବ ସହିତ ସୌମ୍ୟବାବୁଙ୍କ ଆଉ ଯୋଗାଯୋଗ ରହିବା କଥା ନୁହେଁ। ହେଲେ ସୌମ୍ୟ ରଂଜନଙ୍କ ଏବେବି କଂଗ୍ରେସ ସହିତ ଯୋଗାଯୋଗ ରହିଥିବାର ଜଣାପଡିବା ପରେ ରାଜନୈତିକ ପାଣିପାଗକୁ ଗରମ କରିଛି।

ଦ୍ବିତୀୟରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରସଂଗକୁ ଯିବା। ତାଙ୍କର ରାଜନୈତିକ କ୍ୟାରିୟର ଏହି ବିଜେଡିରୁ ଆରମ୍ଭ। ହେଲେ ଏହା ସ୍ବୀକାର କରିବାକୁ ପଡିବ ଯେ, ରାଜନୀତି ପୂର୍ବରୁ ତାଙ୍କର ଦିଲ୍ଲୀ ଦରବାରରେ ବେଶ ଦବଦବା ରହିଛି। ହେଲେ କଂଗ୍ରେସ ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ଅଚ୍ୟୁତଙ୍କ ସହିତ କଥା ହେବା ଆଉ ଏକ ଆଶ୍ଚର୍ଯ୍ୟ। କାରଣ ଅଚ୍ୟୁତଙ୍କ ବହୁ ପୂର୍ବରୁ ବହୁ ବିଜେଡି ନେତା ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି। ଯେଉଁମାନଙ୍କର ରାହୁଳଙ୍କୁ ପରାମର୍ଶ ଦେବାରେ ବହୁ ଦକ୍ଷତା ତଥା ଅଭିଜ୍ଞତା ରହିଛି। ହେଲେ ରାହୁଳ ଅଚ୍ୟୁତଙ୍କ ଉପରେ ଭରସା କରିବା ଭିନ୍ନ ଦୃଷ୍ଟିଭଙ୍ଗୀ ତିଆରି କରିଛି।

ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଅଚ୍ୟୁତ ସାମନ୍ତ ଏବଂ ସୌମ୍ୟରଂଜନ ଉଭୟ କଂଗ୍ରେସ ସହିତ ଯୋଗାଯୋଗରେ ରହିଛନ୍ତି। ଖାଲି ଯୋଗାଯୋଗ ନୁହେଁ ପୁରା ଭଲ ଯୋଗାଯୋଗରେ ଅଛନ୍ତି। ଉଚ୍ଚ ନେତୃତ୍ବ ସ୍ତରରେ ସେମାନଙ୍କର ପହଁଚ ଅଛି ବୋଲି ପ୍ରମାଣିତ ହୋଇଛି। ତେବେ ସେମାନେ ବିଜେଡିରେ ରହି କଂଗ୍ରେସ ସହିତ ଯୋଗାଯୋଗରେ କାହିଁକି ରହିଲେ? ଏହା ନିଶ୍ଚିତ ବଡ ପ୍ରଶ୍ନବାଚୀ।

ଏହାର କାରଣ ଖୋଜିଲେ ସ୍ବୀକାର କରିବାକୁ ପଡିବ ଯେ, ଏହି ଦୁଇ ଜଣଙ୍କର ମୁଖ୍ୟମନ୍ତ୍ରୀ ହେବା ପାଇଁ ମନ ବେଶ ଛଟପଟ ହେଉଛି। ହେଲେ ଉଭୟ ନିଶ୍ଚିତ ହୋଇଛନ୍ତି ଯେ, ବିଜେଡିରେ ରହିଲେ ସେମାନଙ୍କର ଏହି ଆଶା ପୂରଣ ହୋଇପାରିବେ ନାହିଁ। ସୌମ୍ୟବାବୁ ହୃଦୟଙ୍ଗମ କରିସାରିଲେଣି ଯେ, ସେ ବିଜେଡିରେ ରହିଲେ ମୁଖ୍ୟମନ୍ତ୍ରୀ ଛାଡନ୍ତୁ ମନ୍ତ୍ରୀ ମଧ୍ୟ ହୋଇ ପାରିବେ ନାହିଁ। ସେହିପରି ଅଚ୍ୟୁତ ମଧ୍ୟ ଭାବି ସାରିଲେଣି ଯେ, ତାଙ୍କର ବିଜେଡିରେ କେବଳ ସାଂସଦ ବିଧାୟକ କିମ୍ବା ବେଶୀ ହେଲେ ମନ୍ତ୍ରୀ ଭିତରେ ସୀମିତ ରହିବ। ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯିବା ବିଜେଡିରେ ସମ୍ଭବ ହେବ ନାହିଁ।

ଏସବୁ ବିଚାର କରି ଉଭୟ ସୌମ୍ୟବାବୁ ଏବଂ ଅଚ୍ୟୁତ ସାମନ୍ତ ନିଜ ନିଜ ରାସ୍ତାରେ କଂଗ୍ରେସ ସହିତ ଭଲ ଯୋଗାଯୋଗରେ ଅଛନ୍ତି। କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସ ଦଳର କେହି ମୁଖିଆ ନାହିଁନ୍ତି। ଅନ୍ୟପଟେ ଗାଁ ଗହଳିରେ କଂଗ୍ରେସ ଦଳର କିଛି ପକେଟ ଭୋଟ ମଧ୍ୟ ରହିଛି। ସେଥିପାଇଁ ଏହି ଦଳକୁ ଡିଆଁମାରି ଗଡ ସମ୍ଭାଳି ଦେଲେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ହୁଏତ ସାକାର ହୋଇପାରିବ।

ସେହି ଆଶା କରି ଉଭୟ ଭିନ୍ନ ଭିନ୍ନ ରାସ୍ତାରେ କଂଗ୍ରେସ ସହିତ ଭଲ ସଂପର୍କ ରଖିବାରେ ଲାଗିଛନ୍ତି। ଯାହାକୁ ବିଧାୟକ ସୁର ରାଉତରାୟ ପଦାରେ ପକାଇ ଦେଇ ସେମାନଙ୍କ ଗଣିତକୁ ଭୁଲଭାଲ କରି ପକାଇଛନ୍ତି। ହେଲେ ଏ ଭଳି ନେତାଙ୍କୁ ବିଜେଡି ବେଶ ସତର୍କ ରହିବାର ଆବଶ୍ୟକତା ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସର ସଭାପତି କିଏ ହେବ ସେ ନେଇ ବିଜେଡି ନେତାଙ୍କ ମତ ନେଲେ ରାହୁଳ ଗାନ୍ଧୀ

ଭୁବନେଶ୍ବର: ଓଡିଶା କଂଗ୍ରେସର ସଭାପତି କିଏ ହେବ, ସେ ନେଇ ଚାଲିଛି ଘଣ୍ଟାଚକଟା। ହେଲେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା କିଏ କଂଗ୍ରେସ ସଭାପତି  ହେବ, ସେ ନେଇ ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ଲୋଡିଛନ୍ତି। ଏହା କୈଣସି ମିଛ କିମ୍ବା ଉଡା କଥା ନୁହେଁ। ଏ କଥା କହିଛନ୍ତ ଖୋଦ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ରାହୁଳ ଗାନ୍ଧୀଙ୍କୁ ଭେଟିବା ପାଇଁ ପୁରା ଓଡିଶା କଂଗ୍ରେସ ଟିମ ଦିଲ୍ଲୀ ଯାଇଥିଲେ। ସେଠାରୁ ଫେରିବା ପରେ ସୁର ରାଉତରାୟ ଏହି ବିସ୍ପୋରକ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ କେତେକ ବିଶିଷ୍ଠ ଲୋକଙ୍କ ମତ ନେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ବର୍ତ୍ତମାନ ଏବଂ ପୂର୍ବତନର ବିଜେଡି ନେତା।

ସୁର ରାଉତରାୟଙ୍କ କହିବା କଥା ହେଲା ରାହୁଳ ଗାନ୍ଧୀ ଓଡିଶାର ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେଥିପାଇଁ ସେମାନଙ୍କ ମତ ନେଇଛନ୍ତି। ସେ କହିଛନ୍ତି ଯେ, ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମତ ନେଇଛନ୍ତି। ତେବେ କଂଗ୍ରେସ ସଭାପତି ପାଇଁ ବିଜେଡି ନେତାଙ୍କ ମତ କଣ ଆବଶ୍ୟକ ବୋଲି ପଚାରିବାରୁ ସେ କିଛି କହି ନ ଥିଲେ।

ତେବେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ତେବେ କଂଗ୍ରେସ ଦଳ କଣ ବିଜେଡି ନିୟନ୍ତ୍ରଣରେ ରହିଛି କି ? ପୂର୍ବରୁ ସୁର ରାଉତରାୟ କହିଥିଲେ ଯେ, କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିର୍ଦ୍ଧାରଣ କରନ୍ତି। ଏହି କଥାକୁ ନେଇ ସେତେବେଳେ ବେଶ୍ ହଇଚଇ ସୃଷ୍ଟି ହୋଇଥିଲା।

ସେତିକି ନୁହେଁ ସୁର ରାଉତରାୟ ବିଜେଡି ନେତାଙ୍କ ସହିତ ଆଉ କେତେକ ଅଣ କଂଗ୍ରେସ ନେତାଙ୍କ ନାମ ମଧ୍ୟ କହିଲେ। ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ଏବଂ ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଦୁଇଜଣଙ୍କର ମଧ୍ୟ କଂଗ୍ରେସ ସଭାପତି କିଏ ହେବ ସେ ନେଇ ମତ ନିଆଯାଇଥିଲା।

ଏଥିରୁ ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ନିଜ ସଭାପତି ନିଜେ ବାଛିବାର କ୍ଷମତା ନାହିଁ। ଫଳରେ ରାହୁଳ ଗାନ୍ଧୀ ଅନ୍ୟ ନେତାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେଡି ଶିବିରରେ ବେଶ୍ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଛି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଆପୋଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ରାଜ୍ୟ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଲେ ପିସିସି ସଭାପତି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦିନିକିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ। ଗାନ୍ଧିନଗର ସ୍ଥିତ କଂଗ୍ରେସ ଭବନରେ ବୈଠକରେ ଯୋଗଦେଇ ଗଂଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ନେଇ ଆଲୋଚନା କରିଥିଲେ। ବିଶେଷଭାବେ ଏହି ଜିଲ୍ଲାଗୁଡ଼ିକରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଗଂଜାମ ଜିଲ୍ଲାରେ ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ନିଜ ଦଳକୁ ହିଁ ଦାୟୀ କରିଥିଲେ। କାରଣ ଏଠାରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏକରକମ ଶୂନ କହିଲେ ଚଳେ। ରାଜ୍ୟରେ ବିଜେଡ଼ି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି କାମ କରୁଛନ୍ତି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ଦୁର୍ନିତିରେ ସାହାଯ୍ୟ କରୁଛନ୍ତି ବୋଲି ସେ ଜଣାଇଥିଲେ। ତେଣୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚି କିଭଳି କଂଗ୍ରେସକୁ ସଦୃଢ଼ କରାଯିବ ଏହି କ୍ଷେତ୍ରରେ ଗଭୀର ଭାବେ ଆଲୋଚନା କରିଥିଲେ।

ତାଙ୍କ ସହ ଏଆଇସିସି ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂଘଜି, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଅନୀଲ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କ ସହ ଜିଲ୍ଲାଗୁଡ଼ିକରେ କଂଗ୍ରେସକୁ ଆହୁରି ମଜବୁତ କରିବା ଉପରେ ସମସ୍ତ ସଦସ୍ୟ ପ୍ରାଧାନ୍ୟ ଦେଇଥିଲେ। ଗଂଜାମ ଜିଲ୍ଲା ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀଙ୍କ ସହ ପ୍ରତିମା ମିଶ୍ର, ସୁଜ୍ଞାନୀ ପଟ୍ଟନାୟକ, ନିରୂପମା ପଟ୍ଟନାୟକ, ଆରତୀ, ରୀନା ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସଭାରେ ୧୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କ ସହ ଗଂଜାମ, କନ୍ଧମାଳ, ଗଜପତି ଏବଂ ବୌଦରୁ ଆସିଥିବା ୫୦୦ ଜଣ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ।