Categories
ଆଜିର ଖବର ଜାତୀୟ ଖବର

ବିସ୍ଫୋରଣ ବେଳେ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭାରେ ଥିଲେ ୨୫୦୦ ଲୋକ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହା

ନୂଆଦିଲ୍ଲୀ: କେରଳର କଂଭେସନାଲ ସେଣ୍ଟରର ଖ୍ରୀଷ୍ଟିଆନ ସମାବେଶରେ ହୋଇଥିବା ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟଙ୍କ ସହ କଥା ହୋଇଛନ୍ତି। ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଗୃହମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୨୫୦୦ ଲୋକ ଉପସ୍ଥିତ ଥିଲେ।