Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଟ୍ରେନ ସେବା

ଭୁବନେଶ୍ବର: 17 ରୁ 26 ଡିସେମ୍ବର 2022 ମଧ୍ୟରେ ପାରାଦୀପ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ।

ଟ୍ରେନ ବାତିଲ:

18 ଏବଂ 25 ଡିସେମ୍ବର 2022 ରେ ବିଶାଖାପାଟନମ୍ ରୁ ଛାଡିବାକୁଥିବା 22810 ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ।

19 ଏବଂ 26 ଡିସେମ୍ବର 2022 ରେ ପାରାଦୀପରୁ ଛାଡିବାକୁଥିବା 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ।

ଉଭୟ ପାର୍ଶ୍ବରୁ 17 ରୁ 26 ଡିସେମ୍ବର 2022 ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ:

18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ।

08445/08446 କଟକ-ପାରାଦୀପ-କଟକ ମେମୂ।

08407/08408 କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ।