Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୁହରି ମହତାବ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୁହରି ମହତାବ। ଆଜି କଟକରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାଙ୍କର ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଜି ଚାରିଟା ବେଳେ ଦଳର ସଭାପତିଙ୍କୁ ଏକ ଚିଠି ଲେଖିଛି। ସେଥିରେ ମୁଁ ଦଳରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛି।

ପଢନ୍ତୁ- ଭର୍ତ୍ତୁହରି ନା ବିଜେଡିର ନା ବିଜେପିର

ତେବେ ତାଙ୍କର ଇସ୍ତଫା ନେଇ ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। କାରଣ ତାଙ୍କୁ ଏଥର ଦଳ ଟିକେଟ ଦେବ ନାହିଁ ବୋଲି ସେ ନିଶ୍ଚିତ ଅବଗତ ହୋଇପାରିଛନ୍ତି। ସେଥିପାଇଁ ସେ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଗତଥର ମଧ୍ୟ ତାଙ୍କୁ ଦଳ ଟିକେଟ ଦେବ କି ନାହିଁ ଚିନ୍ତା କରିଥିଲା। ହେଲେ ଶେଷରେ ତାଙ୍କୁ ଦଳ ଟିକେଟ ଦେଇଥିଲା। ଏବେ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଅଶ୍ବିନୀ ରାଜ୍ୟସଭାକୁ ଯିବା ପରେ କଟକ ଲୋକସଭାରୁ କିଏ ହେବ ବିଜେପି ପ୍ରାର୍ଥୀ, ଆସିଲା ଜଣଙ୍କ ନାମ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟସଭାକୁ ଅଶ୍ବିନୀ ବୈଷ୍ଣବ ଯିବା ପରେ ସେ କଟକରୁ ଲଢିବେ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅନ୍ତ ଘଟିଛି। କାରଣ ଅଶ୍ବିନୀ ସେଠାରୁ ପ୍ରାର୍ଥୀ ହେବେ ବୋଲି ଲଗାତର କଟକ ଗସ୍ତ କରୁଥିଲେ। ବିଭିନ୍ନ ଉନ୍ନୟନ କାମର ଭିତ୍ତି ପ୍ରସ୍ତର ଉଦଘାଟନ ମଧ୍ୟ କରିଥିଲେ। ମନ୍ଦିର ଯାଇ ପ୍ରାର୍ଥନା କରୁଥିଲେ। ହେଲେ ପୁରା ଗଣିତ ଓଲଟି ଗଲା।

ସେ ରାଜ୍ୟସଭାକୁ ଯିବା ପରେ ବର୍ତ୍ତମାନ କଟକ ଲୋକସଭାରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଗତ ନିର୍ବାଚନରେ କଟକ ଲୋକସଭା ପାଇଁ ବିଜେପିରୁ ପ୍ରାର୍ଥି ହୋଇଥିଲେ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର। ହେଲେ ନିର୍ବାଚନରେ ହାରିବା ପରଠାରୁ ସେ ଆଉ ଦଳୀୟ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି। ଏପରିକି ସେ ଲୋକସଂପର୍କ ମଧ୍ୟ ରଖି ନାହାଁନ୍ତି।

ପ୍ରକାଶ ମିଶ୍ରଙ୍କ ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ସେ ନିଜେ ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ନାହାଁନ୍ତି ଅନ୍ୟପଟେ ଦଳ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବ ନାହିଁ। ସେଥିପାଇଁ କଟକ ଲୋକସଭା ଅଞ୍ଚଳରେ ଅଶ୍ବିନୀଙ୍କ ଆର୍ବିଭାବ ଦେଖିବାକୁ ମିଳିଥିଲା। ତେବେ ତା ପୂର୍ବରୁ ଏକ ଚର୍ଚ୍ଚା ଚାଲିଥିଲା ଯେ, କଟକ ସାଂସଦ ଭର୍ତ୍ତୁହରି ମହତାବ ବିଜେଡି ଛାଡି ବିଜେପିରେ ଯୋଗଦେବେ। ତାଙ୍କୁ ବିଜେପି କଟକ ଲୋକସଭା ପ୍ରାର୍ଥୀ କରିବ। ହେଲେ ସେଥିରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମ୍ଭାବନା ପରିଦୃଶ୍ୟ ହେଉ ନାହିଁ।

ତେବେ ବର୍ତ୍ତମାନ କଟକ ପାଇଁ ଯେଉଁ ନାମଟି ଚର୍ଚ୍ଚା ହେଉଛି ସେ ହେଲେ କଟକର ପ୍ରସିଦ୍ଧ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ସେ ବର୍ତ୍ତମାନ ଦଳର ଉପସଭାପତି ଏବଂ ମହିଳା ମୋର୍ଚ୍ଚାର ପ୍ରଭାରୀ ଅଛନ୍ତି। ଆଶ୍ଚର୍ଯ୍ୟର କଥା ସେ କେବେ ଦଳରେ ଥିଲେ କି ନ ଥିଲେ କାହା ପାଖରେ ଖବର ନ ଥିଲା। ହେଲେ ହଠାତ ତାଙ୍କ ନାମ କେନ୍ଦ୍ର ବିଜେପିରୁ ଘୋଷଣା ହେଲାଯେ, ସେ ହେଉଛନ୍ତି ରାଜ୍ୟର ଉପସଭାପତି। ଏହାପରେ ତାଙ୍କୁ କାଁ ଭାଁ ଦଳୀୟ କାର୍ଯ୍ୟରେ ଦେଖିବାକୁ ମିଳୁଛି।

ତାଙ୍କ ନାମ ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା ଆହୁରି ଜୋର ଧରିବାରେ ଲାଗିଛି। କାରଣ ନିକଟରେ କଟକ ଗସ୍ତରେ ଆସିଥିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସି ଚୌହ୍ବାନ। ସେ କଟକ ଜନସମାବେଶକୁ ଉଦବୋଧନ ଦେଇଥିଲେ। ସେହି ସଭାର ମୁଖ୍ୟ ପୁରୋଧା ସାଜି ଥିଲେ ପୂର୍ଣ୍ଣଚନ୍ଦ୍ର। ଏପରିକି ସେ ଦିଲ୍ଲୀ ଯାଇ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆସିଛନ୍ତି ବୋଲି କୁହାଯାଉଛି। ତେଣୁ ସେ ହିଁ ବର୍ତ୍ତମାନ କଟକ ଲୋକସଭା ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରୁ ଟିକେଟ ପାଇବା ପାଇଁ ଦୁଇଟି ସିଟ୍ କୁ ସଂରକ୍ଷିତ ରଖିଲେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ

ଭୁବନେଶ୍ବର: ରେଳମନ୍ତ୍ର ଅଶ୍ବିନୀ ବୈଷ୍ଣବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜଣେ ଟାଣୁଆ ତଥା ବିଶ୍ବସ୍ଥ ମନ୍ତ୍ରୀ। ମୋଦିଙ୍କର ଅତି ଘନିଷ୍ଠ ଲୋକ ବୋଲି ସମସ୍ତେ ଜାଣନ୍ତି। ତାଙ୍କର ରାଜସ୍ଥାନ ଜନ୍ମଭୂମି ହୋଇଥିଲେ ମଧ୍ୟ କର୍ମଭୂମି ହେଉଛି ଓଡିଶା। ଏହି ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ସେ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

ତେବେ ସେ ଏଥର ଲୋକସଭା ନିର୍ବାଚନ ଲଢିବେ। କାରଣ ପରବର୍ତ୍ତି ନୂଆ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କୌଣସି ରାଜ୍ୟସଭା ସଦସ୍ୟଙ୍କୁ ନିଆଯିବ ନାହିଁ। ସେଥିପାଇଁ ଅଶ୍ବିନୀଙ୍କୁ ଲୋକସଭା ନିର୍ବାଚନ ଲଢେଇ କରିବା ପାଇଁ କୁହାଯାଇଛି। ଆଉ ସେହି ନିର୍ଦ୍ଦେଶ ଅନୁସାରେ ଅଶ୍ବିନୀ ବର୍ତ୍ତମାନ ଓଡିଶାରେ ଡେରା ପକାଇଛନ୍ତି।

ଅଶ୍ବନୀ ବୈଷ୍ଣବ ଓଡିଶାରୁ ଟିକେଟ ପାଇବା ପାଇଁ ସେ ଦୁଇଟି ସିଟ୍ କୁ ହାତରେ ରଖିଛନ୍ତି। ଗୋଟିଏ ହେଲା କଟକ ଓ ଅନ୍ୟଟି ହେଲା ବାଲେଶ୍ବର। ଅର୍ଥାତ ସେ ଉଭୟ କଟକ ଓ ବାଲେଶ୍ବର ଆସନରୁ ଗୋଟିଏରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। କାରଣ ତାଙ୍କର ସର୍ଭେ ଅନୁସାରେ ଉଭୟ ଆସନ ତାଙ୍କ ପାଇଁ କୁଆଡେ ସୁରକ୍ଷିତ।

ସେଥିପାଇଁ ଅଶ୍ବିନୀ ବୈଷ୍ଣବ ପୁରା ପୂର୍ବତଟ ରେଳବାଇକୁ କଟକ ଓ ବାଲେଶ୍ବର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଜୋରଦାର କରିବା ପାଇଁ କହିଛନ୍ତି। ସେହି ଅନୁସାରେ ରେଳ ବିଭାଗ  କିଛିଦିନ ଧରି କଟକ ଏବଂ ବାଲେଶ୍ବର ଷ୍ଟେସନ ପାଇଁ ନୂଆ ନୂଆ ଉଦଘାଟନ କରିବାରେ ଲାଗିଛନ୍ତି। ଷ୍ଟେସନରେ ଦୋକାନ ଘର ଶୁଭାରମ୍ଭଠାରୁ ଆରମ୍ଭ କରି ଅନେକ ଭୂମିପୂଜନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।

ସେତେକି ନୁହେଁ ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଧର୍ମନୁଷ୍ଠାନଗୁଡିକୁ ମଧ୍ୟ ସେ ଦର୍ଶନ କରିବାରେ ଲାଗିଛନ୍ତି। ନିକଟରେ ସେ କଟକ ଧବଳେଶ୍ବର ସହିତ ବାଲେଶ୍ବର ରେମୁଣା ଗୋପୀନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଫେରିଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ତେବେ ନରେନ୍ଦ୍ର ମୋଦୀ ରେଳମନ୍ତ୍ରୀଙ୍କ ଟିକେଟ କନଫ୍ରମ କରି ନ ଥିବାରୁ ତାହା ଏବେ ୱେଟିଂ ଲିଷ୍ଟରେ ଝୁଲି ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେବେ ସେ ବିଜେପିରେ ନ ଥିଲେ,ଏବେ ସିଧା ଉପସଭାପତି; କିଏ ସେହି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମରେ ନୂଆ ନୂଆ କଥା ଦେଖିବାକୁ ମିଳିଛି। ଏହି ଟିମରେ ବରିଷ୍ଠ ନେତାମାନଙ୍କୁ ବାଦ ଦିଆଯାଇଥିବା ବେଳେ କେତେକ ଯୁବ ନେତାଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଅପରାଜିତା ଗୋଷ୍ଠୀଙ୍କୁ ମଧ୍ୟ ଅବହେଳା କରାଯାଇ ନାହିଁ। ଏକ ମିଳାମିଶା ତାଲିକା ପ୍ରକାଶ କରାଯାଇଛି।

ହେଲେ ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା, ଯିଏ କେବେ କୌଣସି ରାଜନୈତିକ ଦଳରେ ସାମିଲ ନ ଥିଲେ ତାଙ୍କୁ ବିଜେପି ଡାକିଆଣି ଉପସଭାପତି କରିଛି। ସେ କେବେ ବିଜେପିର କାର୍ଯ୍ୟକ୍ରମରେ ଭାଗ ନେଇ ନାହାଁନ୍ତି କି ଦଳରେ ସାମିଲ ମଧ୍ୟ ହୋଇ ନାହାଁନ୍ତି। ହେଲେ ଆକସ୍ମିକ ଭାବେ ତାଙ୍କୁ ସିଧା ଦଳର ଉପସଭାପତି କରାଯାଇଛି। ଯାହାକୁ ନେଇ କେବଳ ବିଜେପି ନେତାଙ୍କ ମଧ୍ୟରେ ନୁହେଁ ପୁରା ଓଡିଶା ରାଜନୀତିରେ ଚର୍ଚ୍ଚା ଚାଲିଛି। ସେ ହେଲେ କଟକର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।

ଅବଶ୍ୟ ଡାକ୍ତର ମହାପାତ୍ର ରୋଗୀ ସେବା କରିବାରେ ବେଶ ପରିଚିତ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଜଣାଶୁଣା। ଜଣେ ମହିଳା ଓ ଶିଶୁ ବିଶେଷଜ୍ଞ ଡାକ୍ତର ଭାବେ ତାଙ୍କର ବେଶ ଖ୍ୟାତି ରହିଛି। ସେତିକି ନୁହେଁ ସେ ଜଣେ ଭଲ ମଣିଷ ଭାବରେ ମଧ୍ୟ ପରିଚିତ। ସେଥିପାଇଁ ରାଜ୍ୟ ସରକାର ତାଙ୍କୁ ଏସସିବି ମେଡିକାଲ କଲେଜର ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ ସେ କେବେ କୌଣସି ରାଜନୈତିକ ମଞ୍ଚରେ ନିଜର ପାଦ ରଖି ନାହାଁନ୍ତି।

ତେବେ ଏ ନେଇ ଖୋଦ ଡାକ୍ତର ମହାପାତ୍ର ମଧ୍ୟ ଆଶ୍ଚର୍ଯ୍ୟ। ଏହା ତାଙ୍କ ପାଇଁ ଏକ ଅକସ୍ମିକ ଘଟଣା ବୋଲି ସେ କହିଛନ୍ତି। ଏହି ତାଲିକା ପ୍ରକାଶ ପରେ ସେ କହିଛନ୍ତି ଯେ, ମୋର ସଭାପତି ମନମୋହନବାବୁଙ୍କ ସହିତ ଭଲ ସଂପର୍କ ରହିଛି। ଏପରିକି ଜେ ପି ନଡ୍ଡାଙ୍କ ସହିତ ମଧ୍ୟ ସଂପର୍କ ରହିଛି। ହେଲେ ମୋତେ ଦଳରେ ସାମିଲ କଥା ଜଣା ନ ଥିଲା। ତାଲିକା ପ୍ରକାଶ ପରେ ସେ ଜାଣିଲେ ଯେ, ତାଙ୍କୁ ଦଳର ଉପସଭାପତି କରାଯାଇଛି।

ତେବେ ପୂର୍ଣ୍ଣଚନ୍ଦ୍ର କହିଛନ୍ତି ଯେ, ସେ କେବେ ରାଜନୀତିର ନ ଥିଲେ କି କୌଣସି ଦଳରେ ନ ଥିଲେ। ଗତଥର ତାଙ୍କୁ ଏକ ଦଳ ତରଫରୁ ଟିକେଟ ଯଚା ଯାଇଥିଲା, ହେଲେ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ। ଏବେ ମଧ୍ୟ କୌଣସି ଦଳରେ ସାମିଲ ହେବାର ଆଗ୍ରହ ନ ଥିଲା। ତେବେ ବିଜେପି ମୋତେ ଉପସଭାପତି କରିଥିବାର ତାଲିକା ପ୍ରକାଶ ପରେ ଜାଣିଲି। ତେବେ ଏହାପରେ ଦଳ କଣ କରୁଛି, କି ପ୍ରକାରର ନିର୍ଦ୍ଦେଶ ଦେଉଛି ତାହାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ଡାକ୍ତର ମହାପାତ୍ର।

ବିଜେପି ହେଉଛି ଏକ କ୍ୟାଡର ଭିତ୍ତିକ ଦଳ। ଏହି ଦଳର କାର୍ଯ୍ୟକର୍ତ୍ତାଙ୍କୁ ଯେତେବେଳେ ନିଯୁକ୍ତି ଦିଆଯାଏ ତା ପୂର୍ବରୁ ତାଙ୍କର ଇତିହାସ ପରଖା ଯାଏ। ସେ ଦଳରେ କେବେଠାରୁ ଅଛନ୍ତି, କିପରି କାମ କରୁଛନ୍ତି, ସଂଘ ସହିତ ଅଛନ୍ତି କି ନାହିଁ ଇତ୍ୟାଦି। ହେଲେ ସେ ସବୁ ନୀତି ନିୟମ ଡାକ୍ତର ମହାପାତ୍ରଙ୍କ କ୍ଷେତ୍ରରେ ଲାଗୁ କରାଯାଇ ନାହିଁ। ତାଙ୍କୁ ଦଳରେ ନ ମିଶାଇ ସିଧା ଉପସଭାପତି କରାଇବା ଓଡିଶା ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବିଜେପିର କେତେକ ନେତାଙ୍କ ଅନୁସାରେ ଡାକ୍ତର ମହାପାତ୍ରଙ୍କୁ କୁଆଡେ କଟକରୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ଦଳ ନିଷ୍ପତି କରିଛି। ସେଥିପାଇଁ ଦଳର ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଦିଆଯାଇଛି। ପୂର୍ବରୁ ଆଇପିଏସ ପ୍ରକାଶ ମହାପାତ୍ର ଏହି ଆସନରୁ ଲଢେଇ କରିଥିଲେ। ହେଲେ ସେ ନିର୍ବାଚନ ପରେ ଆଉ ଲୋକ ସଂପର୍କରେ କିମ୍ବା ଦଳ ସଂପର୍କରେ ରହିଲେ ନାହିଁ। ଫଳରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ଆଗକୁ ଆଣିଛି।