Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ମନୋରଞ୍ଜନ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର: ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ନୂଆଦିଲ୍ଲୀ: ୨୦୨୦ ବର୍ଷ ପରି ନୂତନ ବର୍ଷରେ ମଧ୍ୟ ମନୋରଞ୍ଜନ ଜଗତରେ ଦୁଃଖଦ ଖବର ଦେଖିବାକୁ ମିଳୁଛି। ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଅଭିନେତ୍ରୀ ଏବଂ ବିଗ ବୋସ କନ୍ନଡର ପୂର୍ବ ପ୍ରତିଦ୍ଵନ୍ଦୀ ଜୟଶ୍ରୀ ରମେୟା ଆତ୍ମହତ୍ୟା କରିଛନ୍ତି। ଜୟଶ୍ରୀ ରମେୟା ବିଗ ବୋସ-୩ ର ପ୍ରତିଦ୍ଵନ୍ଦୀ ଥିଲେ। ଆଜି ଅପରାହ୍ନ ୨ ଟା ସମୟରେ ତାଙ୍କର ମୃତ ହୋଇଥିବା ଜଣାପଡିଥିଲା। ସେ ବେଙ୍ଗୁଲୁରୁସ୍ଥିତ ବୃଦ୍ଧ ଆଶ୍ରମରେ ରହୁଥିଲେ। ଅଭିନେତ୍ରୀ ଜଣଙ୍କ ପୂର୍ବରୁ ବହୁତ ଡିପ୍ରେସନରେ ଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଏନେଇ ଜୟଶ୍ରୀ ସାମାଜିକ ଗଣମାଧ୍ୟମରେ ୨୦୨୦ ମସିହାରେ ସଂକେତ ଦେଇ ମାନସିକ ଭାବେ ଠିକ ଅନୁଭବ କରୁନଥିବା କହିଥିଲେ।