Categories
ଆଜିର ଖବର ରାଜ୍ୟ ଖବର

24 ଜିଲ୍ଲାରୁ 718 : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 718 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  24 ଜିଲ୍ଲାରୁ 718 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 231 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା 150, ମାଲ୍‌କାନଗିରିରୁ 54, କଟକରୁ 32, କେଉଁଝରରୁ 28, କୋରାପୁଟରୁ 27, ଝାରସୁଗୁଡାରୁ 24, ମୟୂରଭଞ୍ଜରୁ 22,  ଗଜପତିରୁ 21, ରାୟଗଡାରୁ 19, ଜଗତସିଂହପୁରରୁ 16, ନୟାଗଡରୁ 13, ସୁନ୍ଦରଗଡ ଓ ଭଦ୍ରକରୁ 10ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳୁ, ପୁରୀ ଓ ବାଲେଶ୍ବର 9 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ, ସମ୍ବଲପୁରରୁ 7ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ 6, ସୋନପୁରରୁ 5, ବରଗଡରୁ ଓ କେନ୍ଦ୍ରାପଡାରୁ 4 ଜଣ ଚିହ୍ନଟ ହୋଇଛନ୍ତି ।ନବଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ସ୍ଥିତି ଜଟିଳ : ଦିନକରେ 265 ମୃତ

ନୂଆଦିଲ୍ଲୀ :   ଦିନକୁ ଦିନ କରୋନାକୁ ନେଇ ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଲକ୍ ଡାଉନ୍ ସତ୍ତ୍ଵେ ଦେଶରେ  ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ  ଭାଙ୍ଗୁଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 73 ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା4 ହଜାର 9 ଶହ ଟପିଲାଣି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ 7964ଟି ନୂଆ କରୋନା ମାମଲା ସାମନାକୁ ଆସିଛି।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 73  ହଜାର 763 ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ 4 ହଜାର 971 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 82,370 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 86,422 ସକ୍ରିୟ ଅଛନ୍ତି। ଏବେ 86 ହଜାର 422 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 62 ହଜାର 228 ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2098 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 980, ମଧ୍ୟପ୍ରଦେଶରେ 334  ଓ ପଶ୍ଚିମବଙ୍ଗରେ 302 ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ 184, ଦିଲ୍ଲୀରେ 398 ଓ ତାମିଲନାଡୁରେ 154 ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)