Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ଟୀକା ଶୀଘ୍ର ଉପଲବ୍ଧ ହେବା ନେଇ ମିଳିଲା ସଂକେତ

ନୂଆଦିଲ୍ଲୀ: କରୋନା ଟୀକା ଶୀଘ୍ର ଉପଲବ୍ଧ ହେବା ନେଇ ସଂକେତ ମିଳିଛି। ସେଥିପାଇଁ ଡାଟାବେସ୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ମିଳିଥିବା ସୂଚନା ରହିଛି। ସ୍ଵାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମିଳିଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ସ୍ୱାସ୍ଥ୍ୟ ଏସିଏସଙ୍କ ଚିଠି ହୋଇଥିବା ଖବର ମିଳିଛି। ଏହା ସହିତ ଆଇଏମଏ, ଆୟୁଷ, ନର୍ସିଙ୍ଗ ଆସୋସିଏସନ ସଭାପତିଙ୍କୁ ମଧ୍ୟ ଚିଠି ହୋଇଥିବା କୁହାଯାଉଛି। ପାରାମେଡିକ କର୍ମଚାରୀ ସଂଘ ଓ ଘରୋଇ ମେଡ଼ିକାଲ ସଂଘ ସଭାପତିଙ୍କୁ ମଧ୍ୟ ଚିଠି ହୋଇଥିବା ଶୁଣାଯାଉଛି। ଉକ୍ତ ଚିଠିରେ ସଂଘ ସଦସ୍ୟଙ୍କ ନାମ ଜିଲ୍ଲାପାଳ, ସିଡିଏମ୍ଓଙ୍କୁ  ଦେବାପାଇଁ ଉଲ୍ଲେଖ କରାଯାଇଛି। ଏନେଇ ଏସିଏସ ଅକ୍ଟୋବର ୨୯ ତାରିଖ ସୁଦ୍ଧା ନାମ ଦେବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମଏସରେ ଡାଟା ଅପଲୋଡ ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡି କର୍ମୀ, ହେଲ୍ପର, ସୁପରଭାଇଜର, ସିଡିପିଓଙ୍କ ତଥ୍ୟ ପାଇଁ ନିର୍ଦ୍ଦେଶ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତରେ କରୋନା ଟୀକାକରଣ ଏକ ସାଧାରଣ ନିର୍ବାଚନ ଭଳି ହେବ, ଖର୍ଚ୍ଚ କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୭୭ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଏଥି ସହିତ ଏହି ମହାମାରୀ ଯୋଗୁଁ ଏକ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିସାରିଲାଣି। ଏଭଳି ପରିସ୍ଥିତିରେ ସମସ୍ତେ କରୋନା ଟୀକାକୁ ଅପେକ୍ଷା କରି ରହିଛନ୍ତି। ତେବେ ଟୀକା ଆସିବା ପୂର୍ବରୁ ଏହା କିପରି ଦିଆଯିବ ସେ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ତେବେ ପ୍ରଶ୍ନ ଉଠିଛି ଯେ ଟୀକାକରଣରେ କେତେ ଖର୍ଚ୍ଚ ହେବ ଏବଂ ଏ ସମ୍ପର୍କରେ ସରକାର କିପରି ପ୍ରସ୍ତୁତି ହୋଇଛନ୍ତି।

ସରକାରୀ ସୂଚନା ଅନୁସାରେ ଟୀକା ବାହାରିବା ପୂର୍ବରୁ ଭାରତ ସରକାର ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି। ସାରା ଦେଶରେ କିପରି ଟୀକାକରଣ ହେବ ସେଥିପାଇଁ ବଜେଟ ଆକଳନ ମଧ୍ୟ କରା ସରିଛି। ଏଥିପାଇଁ ମୋଦୀ ସରକାର ପ୍ରାୟ ୫୧ ହଜାର କୋଟିର ଏକ ଅଲଗା ପାଣ୍ଠି ସୃଷ୍ଟି କରିଛନ୍ତି।

ପ୍ରତି ବ୍ୟକ୍ତିଙ୍କୁ ଗୋଟିଏ ଟୀକା ଦେବା ପାଇଁ ୪୫୦-୫୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ ଦେଶର ୧୩୦ କୋଟି ଜନସଂଖ୍ୟାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ଏହି ଟିକା ପ୍ରୟୋଗର ମୂଲ୍ୟ ପ୍ରାୟ ୬ ରୁ ୭ ଡଲାର ଅର୍ଥାତ୍ ୪୫୦ ରୁ ୫୫୦ ଟଙ୍କା ଖର୍ଚ୍ଚ ହେବ। ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ବଜେଟରେ ଏହି ଅର୍ଥ ବରାଦ କରାଯାଇଛି ବୋଲି କୁହାଯାଇଛି। ତେବେ ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

ଭାରତ ଟୀକା ସାରା ବିଶ୍ୱରେ ପହଞ୍ଚାଇବାକୁ ପଡିବ

ଉଲ୍ଲେଖନୀୟ କଥା ହେଉଛି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମକୁ କୋରନା ଟୀକା କେବଳ ପଡୋଶୀ ଦେଶମାନଙ୍କ ମଧ୍ୟରେ ସୀମିତ ରଖିବାକୁ ପଡ଼ିବ ନାହିଁ। ବରଂ ଏହାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାକୁ ପଡିବ ବୋଲି କହିଥିଲେ। ଅର୍ଥାତ ଭାରତୀୟ ଟୀକା ସାରା ବିଶ୍ବରେ ବଣ୍ଟନ କରାଯିବ ବୋଲି ମୋଦୀ ଆସା କରିଛନ୍ତି। ସେହିପରି ଟୀକା ବିତରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆମକୁ ସାରା ବିଶ୍ୱରେ ଆଇଟି ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏ ସଂକ୍ରାନ୍ତରେ ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ, ଟୀକାକରଣକୁ ଏକ ନିର୍ବାଚନ ଇଭେଣ୍ଟ ଭାବରେ ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଥିରେ ପ୍ରତ୍ୟେକ ସ୍ତରର ସରକାରୀ ତଥା ନାଗରୀକ ଗୋଷ୍ଠୀର ଅଂଶଗ୍ରହଣ ରହିବ।

ପ୍ରାୟ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ

ଗତ କିଛି ଦିନ ତଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ ଟୀକାକରଣ କାର୍ଯ୍ୟକ୍ରମ ଚଳାଇବା ପାଇଁ ସରକାରଙ୍କୁ ପ୍ରାୟ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ପଡିବ। ଏଥି ସହିତ ବାୟୋକନ୍ ଲିମିଟେଡ୍ ଚେୟାରମ୍ୟାନ୍ କିରଣ ମଜୁମଦାର-ଖା କହିଛନ୍ତି ଯେ ଟିକା କିଣିବା ପରେ ସବୁଠାରୁ ବଡ ସମସ୍ୟା ହେଉଛି ଏହାର ଦ୍ୱାରରୁ ଦ୍ୱାର ପର୍ଯ୍ୟନ୍ତ ପହଁଚାଇବା।

ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଭାରତରେ ଗୋଟିଏ ପଟେ ଟୀକାର ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଏହାର ବିତରଣ ପକ୍ରିୟା ଉପରେ ମଧ୍ୟ ପ୍ରସ୍ତୁତି ଚାଲିଛି। ଫଳରେ ଟୀକାକରଣ କରାଯିବାର ସ୍ପଷ୍ଟ ହେଲେ ଯେପରି ପ୍ରତିଟି ନାଗରିକଙ୍କ ପାଖରେ ପହଁଚିବ ତାହା ହେଉଛି ସବୁଠାରୁ ବଡ ଚ୍ୟାଲେଂଜ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତା ନଭେମ୍ବର ମାସରେ ଚୀନର ଲୋକଙ୍କୁ ମିଳିବ କୋଭିଡ19 ଟୀକା, ଚାଇନିଜ୍ ବୈଜ୍ଞାନିକ

ବେଜିଂ, ଆସନ୍ତା ନଭେମ୍ବର ମାସ କିମ୍ବା ଡିସେମ୍ବରରେ ଚୀନର ଲୋକମାନଙ୍କୁ କୋଭିଡ19 ଟୀକା ମିଳି ପାରିବ। ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଚାଇନିଜ୍ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ମୁଖ୍ୟ ଡ. ହୁୟୁ ଗୁଝେନ୍। ଚୀନର ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହା କହିଛନ୍ତି। ଏପରିକି ଏହା ଏକାଥରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ କରିବା ପାଇଁ ମଧ୍ୟ ସବୁ କାମ ସରିଛି ବୋଲି ସେ କହିଛନ୍ତି।

ହୁୟୁ ଆହୁରି କହିଛନ୍ତି ଯେ, ଏହାର କ୍ଲିନିକାଲ ପରୀକ୍ଷା ପ୍ରାୟ ସଫଳ ଆଡକୁ ଗତି କରିଛି। ଆଉ ମୁଁ ନିଜେ ମଧ୍ୟ ଏହି ଟୀକା ପରୀକ୍ଷା ପାଇଁ ନେଇଛି ବୋଲି ହୁୟୁ କହିଛନ୍ତି। ଗତ ଏପ୍ରିଲ ମାସରେ ମୋତେ ଏହି ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୋର କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ଯନ୍ତ୍ରଣା ଦେଖାଯାଇ ନାହିଁ , ମୋତେ ବେଶ୍ ଭଲ ଲାଗୁଛି ବୋଲି ହୁୟୁ କହିଛନ୍ତି।

ଯେତେବେଳେ ଚୀନରେ କରୋନା ଭାଇରସ ସଂକ୍ରାମଣର ଫେଜ-3 , ଚାଲିଥିଲା ସେତେବେଳେ ଏହି ଟୀକାର ପରୀକ୍ଷା କରାଯାଇ ଥିଲା। ଯାହା ସଫଳତା ଆଡକୁ ଗତି କରିଛି। ହେଲେ ରୁଷିଆ ଫେଜ-3 ସରିବା ପରେ ତାଙ୍କ ଟୀକା ପରୀକ୍ଷା କରିଛନ୍ତି। କରୋନା ସଂକ୍ରାମଣ ଶୀର୍ଷରେ ଥିବା ବେଳେ ଆମେ 5 ଜଣଙ୍କ ନିକଟରେ ଏହି ପରୀକ୍ଷା କରିଛୁ ବୋଲି ହୁୟୁ କହିଛନ୍ତି।

ଏହି ଟୀକାର ନାମ ରଖାଯାଇଛି Ad5-nCoV, ଯାହାକୁ ଚୀନ ମିଲିଟାରୀ ଗବେଷଣା କେନ୍ଦ୍ର ଏବଂ କ୍ୟାନସିନୋ ବାଓଲଜିକ୍ସ ସଂସ୍ଥାର ମିଳିତ ଉଦ୍ୟମରେ ବିକଶିତ କରିଛନ୍ତି। ବର୍ତ୍ତମାନ ଏହି ଟୀକାକୁ ଗ୍ରହଣ କରିବା ପାଇଁ ଚୀନ ମିଲିଟାରୀ ସ୍ବୀକୃତ ଦେଇସାରିଛି ବୋଲି ସେ କହିଛନ୍ତି।