Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବିଜେଡ଼ିର ସାଧାରଣ ସମ୍ପାଦକଙ୍କ କାରକୁ ପିଟିଲା ବାଇକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନିରଂଜନ ଦାସ

ନୟାଗଡ/ଖଣ୍ଡପଡା: ଆଜି ନୟାଗଡ ଜିଲ୍ଲା ଖଣ୍ଡପଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମହମ୍ମଦ ସକିଲ ଯାଉଥିବା କାରକୁ ବାଜାଜ ପଲସର ବାଇକଟି ଦୃତ ଗତିରେ ସମ୍ମୁଖରୁ ଧକ୍କା ଦେଇଛି। ଯାହାଫଳରେ କାରରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଆଂଶିକ ଆଘାତ ପାଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ବ୍ୟକ୍ତିଗତ କାର୍ଯ୍ୟରେ ଖଣ୍ଡପଡାରୁ କୋଷକା ଅଭିମୁଖେ ମହମ୍ମଦ ଏବଂ ତାଙ୍କ ସହଯୋଗୀ ଯାଉଥିଲେ। ହେଲେ ସେହି ସମୟରେ ଅପର ପକ୍ଷରୁ ବାଜାଜ ପଲସର (ଓଡ଼ି ୨୫ ଏଲ- ୭୮୭୫ ନମ୍ବର) ବାଇକ ଚଲାଉଥିବା ଜଣେ ଯୁବକ ଦ୍ରୁତଗତିରେ ଆସି ମାରୁତି ଗାଡିର ସମ୍ମୁଖରୁ ଧକ୍କା ଦେଇଥିଲା।

ସେହି ସମୟରେ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମହମ୍ମଦ ସକିଲଙ୍କ ସମେତ ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୂର୍ଯ୍ଯୋଧନ ସ୍ୱାଇଁ, ଓମଫେଡର ପୂର୍ବତନ ମାର୍କେଟିଙ୍ଗ ମ୍ୟାନେଜର ପ୍ରମୋଦ କୁମାର ବେହେରା ପ୍ରମୁଖ ଆଂଶିକ ଆଘାତ ପ୍ରାପ୍ତ ହୋଇ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ।