Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ସମ୍ବଲପୁରରେ ଖେଳ ଆରମ୍ଭ କରିଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ତେବେ ଏହି ଗରମ ବର୍ତ୍ତମାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ବିଜେପିର ହେଭି ୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପାଇଁ ଲଢେଇ କରିବେ। ତାଙ୍କର ଗତିବିଧିରୁ ସ୍ପଷ୍ଟ ହୋଇଛି ଯେ ସେ ସମ୍ବଲପୁକୁ ହି ନିଜର ମଇଦାନ ଭାବେ ବାଛିଛନ୍ତି।

ତେବେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ବଡ ସମର ସଜା ଆରମ୍ଭ କରିଦେଇଛି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ବିଜେଡି ନିଶ୍ଚିତ ବଡ ଗେମ କରିବ ଏବେଠାରୁ ତାହା ଜଳଜଳ ହୋଇ ଦେଖାଗଲାଣି। କାରଣ ସେହି ଲୋକସଭା ନିର୍ବାଚନ ମଣ୍ଡଳିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବାରମ୍ବାର ଗସ୍ତ କରି ବିଜେଡିର ପ୍ରଚାର ଆରମ୍ଭ କରିଦେଲେଣି। ଧର୍ମେନ୍ଦ୍ରଙ୍କୁ ହରାଇବା ପାଇଁ ସେ ବାହାରେ ଯେତିକି ପରିଶ୍ରମ କରୁଛନ୍ତି ଭିତିରିଆ ମଧ୍ୟ ଆହୁରି ଅଧିକ କାମ କରୁଛନ୍ତି।

ନିକଟରେ ସମ୍ବଲପୁରର ବହୁ ପ୍ରତୀକ୍ଷିତ ମା ସମଲେଇ ପ୍ରକଳ୍ପର ଉଦଘାଟନ କରାଯାଇଛି। ଯାହା ବିଜେଡି ପାଇଁ ଏକ ବଡ ଫାଇଦା ମିଳିବ ଏଥିରେ ସନ୍ଦେହ ନାହିଁ। ଏହି ପ୍ରକଳ୍ପ ପୂର୍ବରୁ ସେ ତାହାର ତଦାରଖ କରିବା ପାଇଁ ବହୁବାର ସମ୍ବଲପୁର ଗସ୍ତ କରିଛନ୍ତି। ସେହିପରି ‘ନୂଆ- ଓ’ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ଉଦାଘାଟନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ବିଜେଡିକୁ ସଶକ୍ତ କରିବାରେ ଲାଗିଛନ୍ତି। ସେଠାରୁ ଯୁବ ଭୋଟରଙ୍କୁ ଆକୃଷ୍ଠ କରିବା ଏବଂ ସରକାର ସମ୍ବଲପୁର ବିକାଶରେ କିପରି ଅଛନ୍ତି ତାହାର ହିସାବ ସେ ଗୋଟି ଗୋଟି କରି ଦେବାରେ ଲାଗିଛନ୍ତି।

ତେବେ ସବୁଠାରୁ ବଡ କଥା ହେଲା ଯେ, ସେ ଜାନୁୟାରୀ ମାସରେ ସମ୍ବଲପୁର ମାଟିରେ ଧର୍ମେନ୍ଦ୍ରଙ୍କ ନାମ ନ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସଭାରେ ନାଆଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ।

ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ତାଙ୍କ ଦ୍ବାରା ହୋଇପାରୁ ନାହିଁ।

ସେତିକି ନୁହେଁ ଧର୍ମେନ୍ଦ୍ରଙ୍କୁ ତାଚ୍ଛଲ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ କହିଥିଲେ ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନ ଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି। ଏପରି କଥା ଧର୍ମେନ୍ଦ୍ର ଶୁଣି ନିଶ୍ଚିତ ରାଗି ନାଲି ପଡିଥିବେ ଏଥିରେ ସନ୍ଦେହ ନାହିଁ।

ପୁଣି ଚଳିତ ମାସ ୧୧ ତାରିଖରେ ଭୋରରୁ ସମ୍ବଲପୁର ଗସ୍ତ କରିଥିଲେ ପାଣ୍ଡିଆନ। ସେଠାରେ ଜନସମାଗମରେ ପ୍ରାୟ ୧୫୦୦ କୋଟି ଟଙ୍କାର ପ୍ରକଳ୍ପର ହିସାବ ରଖିଲେ। ସମ୍ବଲପୁର ପାଇଁ ଟଙ୍କାର ବର୍ଷା କଲେ ପାଣ୍ଡିଆନ। ସେତିକି ନୁହେଁ ସେଠାରେ ବିଶାଳ ଜନସମାଜକୁ ଉଦବୋଧନ ମଧ୍ୟ ଦେଇଥିଲେ।

ସେହି ଗସ୍ତ ସମୟରେ ପାଣ୍ଡିଆନ ସେଠାକାର ଯୁବକମାନଙ୍କ ସହିତ କ୍ରିକେଟ ମଧ୍ୟ ଖେଳିଥିଲେ। ସେ ଖୁସିରେ ଖେଳ ଖେଳିଥିଲେ ମଧ୍ୟ ତାହା ରାଜ୍ୟ ରାଜନୀତିରେ ଥିଲା ବେଶ ଗରୁତ୍ବପୂର୍ଣ୍ଣ। ପରୋକ୍ଷରେ ସେ ଧର୍ମେନ୍ଦ୍ରଙ୍କୁ ଚେତେଇ ଦେଲେ ଯେ, ତମେ ଖେଳିବାକୁ ଚିନ୍ତା କରୁଥିବା ବେଳେ ଆମେ ଖେଳ ଆରମ୍ଭ କରିଦେଲାଣୁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ବ୍ୟବସାୟ

ନିର୍ବାଚନରେ କାହିଁକି ନବୀନ ପଟ୍ଟନାୟକ ବାରମ୍ବାର ଜିତୁଛନ୍ତି, ତାହାର ରହସ୍ୟ କହିଲେ ପାଣ୍ଡିଆନ

ଭୁବନେଶ୍ୱର : ପୁଣି ଥରେ ବିରୋଧୀ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ନେତାମାନଙ୍କ ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଥିବାରୁ ବହୁତ ବଡ ବଡ ନେତା ଆସୁଛନ୍ତି। ବଡ଼ ବଡ଼ ଭାଷଣ ଦେଇ ଆପଣମାନଙ୍କ ସାଙ୍ଗରେ କଥା ହେଇକି ପଳାଉଛନ୍ତି।

ସେମାନେ ନିର୍ବାଚନ ଆସିଲେ ଦେଖା ଦେବେ। ନିର୍ବାଚନ ସରିଗଲେ ଆଉ ଦେଖା ମିଳିବ ନାହିଁ । ସମ୍ବଲପୁର ବରେଇପାଲି ଓ ରେଙ୍ଗାଳି ସାଧାରଣ ସଭାରେ ଯୋଗ ଦେଇ ନିର୍ବାଚନ ସର୍ବସ୍ବ ବିରୋଧୀ ନେତାଙ୍କୁ ଏଭଳି ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ।

ସେ କହିଛନ୍ତି ଯେ, “ଅନ୍ୟ ଲୋକଙ୍କ ଭଳି ଆମେ ସେପରି କରୁ ନାହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ।

ମୁଖ୍ୟମନ୍ତ୍ରୀ ସବୁବେଳେ କାମରେ ବିଶ୍ବାସ କରନ୍ତି। ଲୋକଙ୍କୁ ସେମାନଙ୍କ ବିକାଶର ହିସାବ ଦେବାରେ ବିଶ୍ବାସ କରନ୍ତି। ସେଥିପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଆଶୀର୍ବାଦ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିଲେ ଖୁସୀ ହୁଅନ୍ତି। ଗରୀବ ଲୋକଙ୍କୁ ବଡ ବଡ ସ୍ବପ୍ନ ଦେଖି ସାକାର କରିବା ପାଇଁ ସଶକ୍ତ କରି ଆସୁଛନ୍ତି।

ଦୁଇଦିନ ତଳେ ଖୋର୍ଧା ଓ ନୟାଗଡ ଜିଲ୍ଲା ଗସ୍ତବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃ୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ପାଣ୍ଡିଆନ। ସମ୍ବଲପୁରର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ନିନ୍ଦା କରିବା ସହ ଏହା ଲୋକଙ୍କ ଦରକାର ନାହିଁ ବୋଲି କହିଥିଲେ।

ଜବାବ ଦେଇ ପାଣ୍ଡିଆନ କହିଥିଲେ ଯେ, ଏହି ଯୋଜନା ଯଦି ଏତେ ଖରାପ ତାହେଲେ କେନ୍ଦ୍ରମନ୍ତ୍ରୀଙ୍କ ଦଳ ଆଗାମୀ ନିର୍ବାଚନ ବେଳେ ଯେଉଁ ଇସ୍ତାହାର ପ୍ରକାଶ କରିବ ତାର ପ୍ରଥମ ପଏଣ୍ଟରେ କ୍ଷମତାକୁ ଆସିଲେ ବିଏସକେୱାଇ ବନ୍ଦ କରିବୁ ବୋଲି ଲେଖନ୍ତୁ ବୋଲି କହିଥିଲେ ପାଣ୍ଡିଆନ।

ଗତକାଲି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇଟି ଜିଲ୍ଲା ଗସ୍ତ କରିଥିଲେ। ପୂର୍ବାହ୍ଣରେ କଳାହାଣ୍ଡି ଜିଲ୍ଲା ଓ ଅପରାହ୍ଣରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସଭାରେ ଯୋଗ ଦେଇଥିଲେ। ପ୍ରତି ସ୍ଥାନରେ ବିକାଶର ହିସାବ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।