Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ବାଚନରେ କାହିଁକି ନବୀନ ପଟ୍ଟନାୟକ ବାରମ୍ବାର ଜିତୁଛନ୍ତି, ତାହାର ରହସ୍ୟ କହିଲେ ପାଣ୍ଡିଆନ
ବିଶେଷ ଖବର

ନିର୍ବାଚନରେ କାହିଁକି ନବୀନ ପଟ୍ଟନାୟକ ବାରମ୍ବାର ଜିତୁଛନ୍ତି, ତାହାର ରହସ୍ୟ କହିଲେ ପାଣ୍ଡିଆନ

January 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Pandian
ନିର୍ବାଚନରେ କାହିଁକି ନବୀନ ପଟ୍ଟନାୟକ ବାରମ୍ବାର ଜିତୁଛନ୍ତି, ତାହାର ରହସ୍ୟ କହିଲେ ପାଣ୍ଡିଆନ

ଭୁବନେଶ୍ୱର : ପୁଣି ଥରେ ବିରୋଧୀ ନେତାଙ୍କୁ ତେରଛା ବାଣ ମାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ନେତାମାନଙ୍କ ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଥିବାରୁ ବହୁତ ବଡ ବଡ ନେତା ଆସୁଛନ୍ତି। ବଡ଼ ବଡ଼ ଭାଷଣ ଦେଇ ଆପଣମାନଙ୍କ ସାଙ୍ଗରେ କଥା ହେଇକି ପଳାଉଛନ୍ତି।

ସେମାନେ ନିର୍ବାଚନ ଆସିଲେ ଦେଖା ଦେବେ। ନିର୍ବାଚନ ସରିଗଲେ ଆଉ ଦେଖା ମିଳିବ ନାହିଁ । ସମ୍ବଲପୁର ବରେଇପାଲି ଓ ରେଙ୍ଗାଳି ସାଧାରଣ ସଭାରେ ଯୋଗ ଦେଇ ନିର୍ବାଚନ ସର୍ବସ୍ବ ବିରୋଧୀ ନେତାଙ୍କୁ ଏଭଳି ସମାଲୋଚନା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ।

ସେ କହିଛନ୍ତି ଯେ, “ଅନ୍ୟ ଲୋକଙ୍କ ଭଳି ଆମେ ସେପରି କରୁ ନାହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ।

ମୁଖ୍ୟମନ୍ତ୍ରୀ ସବୁବେଳେ କାମରେ ବିଶ୍ବାସ କରନ୍ତି। ଲୋକଙ୍କୁ ସେମାନଙ୍କ ବିକାଶର ହିସାବ ଦେବାରେ ବିଶ୍ବାସ କରନ୍ତି। ସେଥିପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଆଶୀର୍ବାଦ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିଲେ ଖୁସୀ ହୁଅନ୍ତି। ଗରୀବ ଲୋକଙ୍କୁ ବଡ ବଡ ସ୍ବପ୍ନ ଦେଖି ସାକାର କରିବା ପାଇଁ ସଶକ୍ତ କରି ଆସୁଛନ୍ତି।

ଦୁଇଦିନ ତଳେ ଖୋର୍ଧା ଓ ନୟାଗଡ ଜିଲ୍ଲା ଗସ୍ତବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃ୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ପାଣ୍ଡିଆନ। ସମ୍ବଲପୁରର ଏକ ସଭାରେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ନିନ୍ଦା କରିବା ସହ ଏହା ଲୋକଙ୍କ ଦରକାର ନାହିଁ ବୋଲି କହିଥିଲେ।

ଜବାବ ଦେଇ ପାଣ୍ଡିଆନ କହିଥିଲେ ଯେ, ଏହି ଯୋଜନା ଯଦି ଏତେ ଖରାପ ତାହେଲେ କେନ୍ଦ୍ରମନ୍ତ୍ରୀଙ୍କ ଦଳ ଆଗାମୀ ନିର୍ବାଚନ ବେଳେ ଯେଉଁ ଇସ୍ତାହାର ପ୍ରକାଶ କରିବ ତାର ପ୍ରଥମ ପଏଣ୍ଟରେ କ୍ଷମତାକୁ ଆସିଲେ ବିଏସକେୱାଇ ବନ୍ଦ କରିବୁ ବୋଲି ଲେଖନ୍ତୁ ବୋଲି କହିଥିଲେ ପାଣ୍ଡିଆନ।

ଗତକାଲି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇଟି ଜିଲ୍ଲା ଗସ୍ତ କରିଥିଲେ। ପୂର୍ବାହ୍ଣରେ କଳାହାଣ୍ଡି ଜିଲ୍ଲା ଓ ଅପରାହ୍ଣରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ସଭାରେ ଯୋଗ ଦେଇଥିଲେ। ପ୍ରତି ସ୍ଥାନରେ ବିକାଶର ହିସାବ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।

pandian କାର୍ତ୍ତିକପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.