Categories
ଆଞ୍ଚଳିକ

ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଲେ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଓଡିଶା ବିଜେପି ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ତେବେ ଏହି ନୂତନ ରାଜ୍ୟ ଟିମରେ ସାମିଲ ହୋଇଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ। ଶ୍ରୀ ରଣସିଂହଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ କରାଯାଇଛି। ବାଣପୁର ବ୍ଲକ ଭେଟେଶ୍ୱର ଗ୍ରାମର ଶ୍ରୀ ରଣସିଂହ ଖୋର୍ଦ୍ଧା ଜିଲ୍ଲା ୧୩ ନମ୍ବର ଜୋନର ସର୍ବକନିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରୂପେ ୨୦୧୭ ରେ ନିର୍ବାଚିତ ହୋଇଥିଲେ।

ଛାତ୍ର ଜୀବନରୁ ନେତୃତ୍ୱ ନେବାର ଦକ୍ଷତା ରଖୁଥିବା ଶ୍ରୀ ରଣସିଂହ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ଲୋକଙ୍କ ସେବା ଜାରି ରଖିଛନ୍ତି। ତେବେ ଜଣେ କର୍ତ୍ତବ୍ୟବାନ, ମିଷ୍ଟଭାସି ତଥା କଠିନ ପରିଶ୍ରମ ବଳରେ ସେ ଆଜି ସମସ୍ତଙ୍କ ଗହଣରେ ଆଦୃତ ହୋଇପାରିଛନ୍ତି।

ତେବେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ଦାୟିତ୍ୱ ପାଇବାପରେ ଆଗାମୀ ଦିନରେ ଦଳ ପାଇଁ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି ଶ୍ରୀ ରଣସିଂହ। ଏହା ସହିତ ବରିଷ୍ଠ କର୍ମୀମାନଙ୍କ ଆଶୀର୍ବାଦ ନେଇ ଦଳର ସାଙ୍ଗଠନିକ କାର୍ଯ୍ୟକୁ ମଜବୁତ କରିବା ଲାଗି ଶତ ପ୍ରତିଶତ ପ୍ରୟାସ କରିବି ବୋଲି ସେ କହିଛନ୍ତି।