Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅନୱାର-ଉଲ-ହକ ହେବେ ପାକିସ୍ତାନର ଅଷ୍ଟମ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଅନୱାର-ଉଲ-ହକ କକର ଆଜି ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିଆଜଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲା, ଯାହା ପରେ ଅନୱାର-ଉଲ-ହକଙ୍କ ନାମ ଉପରେ ସହମତି ପ୍ରକାଶ ପାଇଥିଲା।

ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶେହବାଜ ଏବଂ ଏନଏ ର ବିରୋଧୀ ଦଳର ନେତା ରାଜା ରିଆଜ ଅନୱାର-ଉଲ ହକଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ସମ୍ପର୍କରେ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ପରାମର୍ଶ ପଠାଇଛନ୍ତି।

ରିପୋର୍ଟ ଅନୁଯାୟୀ, ପିଏମଓ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ବାଲୁଚିସ୍ତାନ ସାଂସଦ ଅନୱାର-ଉଲ-ହକ କକ୍କରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି।