Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନ ରେସଲରଙ୍କୁ ପରାସ୍ତ କରି ନବୀନ କୁମାର ଜିତିଲେ ସୁନା: ଦ୍ୱାଦଶ ସ୍ୱର୍ଣ୍ଣ ଜିତିଲା ଭାରତ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ କୁସ୍ତି ଯୋଦ୍ଧାମାନେ କୁସ୍ତିରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତୀୟ ଯୋଦ୍ଧା ନବୀନ କୁମାର ଫ୍ରିଷ୍ଟାଇଲ ୭୪ କିଲୋଗ୍ରାମ ବର୍ଗରେ ପାକିସ୍ତାନର ମହମ୍ମଦ ସରିଫ ତାହିରଙ୍କୁ ୯-୦ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କୁସ୍ତିରେ ଏହା ହେଉଛି ଭାରତର ଷଷ୍ଠ ସ୍ୱର୍ଣ୍ଣ।

୨୦୨୨ କମନୱେଲଥ ଗେମ୍ସରେ ନବୀନ କୁମାର ଭାରତକୁ ଦ୍ୱାଦଶ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ଏଥି ସହିତ କୁସ୍ତିରେ ଏହା ଭାରତର ଷଷ୍ଠ ସ୍ୱର୍ଣ୍ଣ ଅଟେ। ଏହାପୂର୍ବରୁ ଆଜି ରବି ଦାହିଆ ଏବଂ ବିନେଶ ଫୋଗାଟ୍ ବିଭିନ୍ନ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ତୃତୀୟ ଥର ପାଇଁ କମନୱେଲଥ ଗେମ୍ସରେ ଭାରତର ବରିଷ୍ଠ ରେସଲର ଭିନେଶ ଫୋଗାଟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଫ୍ରିଷ୍ଟାଇଲରେ ୫୩ କିଲୋଗ୍ରାମରେ ଶ୍ରୀଲଙ୍କାର ଚାମୋଦୟ କେଶାନୀଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚକୁ ବିନେଶ ୪-୦ରେ ଜିତିଥିଲେ। ସେ ୨୦୧୪ ଗ୍ଲାସ୍ଗୋ କମନୱେଲଥ ଗେମ୍ସରେ ୪୮ କିଲୋଗ୍ରାମ ବର୍ଗରେ ଏବଂ ୨୦୧୮ କମନୱେଲଥ ଗେମ୍ସରେ ୫୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଭାରତର ତାରକା ରେସଲର ରବି କୁମାର ଦାହିଆ ପ୍ରଥମ ଥର ପାଇଁ କମନୱେଲଥ ଗେମ୍ସରେ ପଦକ ଜିତିଛନ୍ତି। ତାଙ୍କର ପ୍ରଥମ ପଦକ ହେଉଛି ସ୍ୱର୍ଣ୍ଣ। ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ନାଇଜେରିଆର ଆବିକେଭେନିମୋ ୱିଲସନଙ୍କୁ ରବି ୧୦-୦ ରେ ପରାସ୍ତ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲରେ ପ୍ରବେଶ କଲେ ଅଂଶୁ ମଲିକ, ସେମିଫାଇନାଲରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଆଜିଠାରୁ କୁସ୍ତି ମ୍ୟାଚ୍ ଆରମ୍ଭ ହୋଇଛି। ଭାରତର ଅଂଶୁ ମଲିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପହଞ୍ଚିଛନ୍ତି। ସେ ୧ ମିନିଟ ୨ ସେକେଣ୍ଡରେ ସେମିଫାଇନାଲ ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ କ୍ୱାର୍ଟର ଫାଇନାଲରେ ମଧ୍ୟ ଅଂଶୁ ସହଜରେ ଜିତିଥିଲେ।

ସେହିଭଳି ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲରେ ଭାରତର ବଜରଙ୍ଗ ପୁନିଆ ଜିତିଛନ୍ତି। ବଜରଙ୍ଗ ପୁନିଆ ସହଜରେ କ୍ୱାର୍ଟର ଫାଇନାଲରେ ଜିତିଛନ୍ତି। ଏକ ମିନିଟରୁ କମ୍ ସମୟ ମଧ୍ୟରେ ବଜରଙ୍ଗ ମ୍ୟାଚ୍ ଜିତିଥିଲେ। ଏହା ସହ ବଜରଙ୍ଗ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ତେବେ ଫ୍ରିଷ୍ଟାଇଲ୍ ୬୨ କିଲୋଗ୍ରାମ ବର୍ଗରେ ଭାରତର ସାକ୍ଷୀ ମଲିକ୍ ଇଂଲଣ୍ଡର ରେସଲରଙ୍କୁ ପରାସ୍ତ କରିଛନ୍ତି। ଏହା କ୍ୱାର୍ଟର ଫାଇନାଲ ଥିଲା। ଏଭଳି ପରିସ୍ଥିତିରେ ଏହି ବିଜୟ ସହିତ ସାକ୍ଷୀ ମଲିକ ସେମିଫାଇନାଲରେ ପ୍ରବେଶ କରିଛନ୍ତି।