Categories
ଆଜିର ଖବର ଜାତୀୟ ଖବର

ତାମିଲନାଡ଼ୁର କୃଷ୍ଣଗିରି ବାଣ ଫ୍ୟାକ୍ଟ୍ରି ଦୁର୍ଘଟଣାରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି। ସେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ବହୁତ ମୂଲ୍ୟବାନ ଜୀବନ ଯାଇଥିବାରୁ ମର୍ମାହତ। ଏପରି ଅତ୍ୟନ୍ତ କଠିନ ସମୟରେ ପୀଡ଼ିତଙ୍କ ପରିବାର ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି। ଆହତମାନେ ଖୁବଶୀଘ୍ର ଠିକ୍ ହୋଇଯାଆନ୍ତୁ।

ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।