Categories
ଆଜିର ଖବର ରାଜ୍ୟ ଖବର

ବଡ଼ଦିନ ପୂର୍ବରୁ ଏସ୍‌ଏଚ୍‌ଏମ୍‌ରେ କେକ୍ ମିକ୍ସିଙ୍ଗ୍ ଉତ୍ସବ

ଭୁବନେଶ୍ୱର: ବଡ଼ଦିନ ଆଉ ମାତ୍ର ଗୋଟିଏ ମାସ ବାକି ଥିବା ବେଳେ ଏହି ଉତ୍ସବକୁ ଅଧିକ ଚଳଚଂଚଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ଶନିବାର ଦିନ ଏକ କେକ୍ ମିକ୍ସିଙ୍ଗ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ। ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଦ୍ରବ୍ୟ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ।

ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍‌ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦାରେ ପ୍ରସ୍ତୁତ କରାଯାଇଥାଏ। ଅନେକ କେକ୍‌ରେ ଡ୍ରାଏ ଫ୍ରୁଟ୍‌୍‌ସ, ଚେରି ଫ୍ରୁଟି, କାନ୍‌ବେରୀ, ଖଜୁରୀ ପ୍ରଭୃତି ୭୦ ପ୍ରକାର ଦ୍ରବ୍ୟ ବ୍ୟବହୃତ ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍‌୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଭୁବନେଶ୍ୱର ସ୍ଥିତ ତାଜ ବିଭାନ୍ତ ହୋଟେଲ୍‌ର ଏଚ୍‌ଆର୍ ମ୍ୟାନେଜର ଉଦୟ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏଚ୍‌ଏମ୍‌ର ଡିନ୍ ଡଃ ସପନ କୁମାର ସାଢ଼ୁଆଲ୍‌, ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏବଂ ଅନ୍ୟାନ୍ୟ ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ।

ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍ ଏବଂ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ।