Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସରେ ସାମିଲ ହେଲେ ଇମ୍ରାନ ମାସୁଦ, କେସି ଭେନୁଗୋପାଲ ଦେଲେ ସଦସ୍ୟତା

ନୂଆଦିଲ୍ଲୀ: ବିଏସପିର ପୂର୍ବତନ ନେତା ଇମ୍ରାନ ମାସୁଦ ଆଜି କଂଗ୍ରେସରେ ଯୋଗ ଦେଇକ୍ବ୍ହହାନ୍ତି। ସେ ଦିଲ୍ଲୀରେ ସଂଗଠନ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଉପସ୍ଥିତିରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଇମ୍ରାନ ମାସୁଦ ପୂର୍ବରୁ କଂଗ୍ରେସରେ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଥିଲେ।

ଏହା ପରେ ଇମ୍ରାନ ମାସୁଦ ଏସପିରେ ଯୋଗ ଦେଇଥିଲେ, କିନ୍ତୁ ସେ ସେଠାରେ ଅଧିକ ସମୟ ରହିପାରିନଥିଲେ ଏବଂ ପରେ ବିଏସପିରେ ଯୋଗ ଦେଇଥିଲେ। ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ପରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ ତାଙ୍କୁ ଅନୁଶାସନହୀନତା ଅଭିଯୋଗରେ ଦଳରୁ ବହିଷ୍କାର କରିଥିଲେ।

ଇମ୍ରାନ ମାସୁଦ ରାହୁଲ ଗାନ୍ଧୀଙ୍କୁ ପ୍ରକୃତ ହିରୋ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କେବଳ ରାହୁଲ ଗାନ୍ଧୀ ବିଜେପିକୁ ଅଟକାଇ ପାରିବେ ବୋଲି କହିଛନ୍ତି। ଦଳରେ ଯୋଗଦେବା ପୂର୍ବରୁ ସେ କହିଥିଲେ ଯେ କଂଗ୍ରେସ ଛାଡି ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟିରେ ଯୋଗ ଦେଇ ସେ ସନ୍ତୁଷ୍ଟ ଥିଲେ। ଅଖିଳେଶ ଯାଦବ ତାଙ୍କର ପ୍ରତିଶ୍ରୁତି ପୂରଣ କରିନଥିଲେ।