Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ବିମାନ ଦୁର୍ଘଟଣାରେ ମୃତ କୋ-ପାଇଲଟ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ମୃତ୍ୟୁ ଖବର ଦିଆଯାଇ ନାହିଁ, କାରଣ ??

ମଥୁରା, ନିକଟରେ କେରଳର କୋଝିକୋଡି ବିମାନ ବନ୍ଦରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 20 ଜଣ ଯାତ୍ରୀଙ୍କ ସହ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ବିମାନରେ ଥିଲେ ପାଇଲଟ୍ କ୍ୟାପେଟନ ଦୀପକ ସେଟ୍ ଏବଂ କୋ ପାଇଲଟ୍ ଅଖିଲେଶ ଶର୍ମା। ତେବେ ଅଖିଲେଶଙ୍କ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ସ୍ବାମୀଙ୍କ ମୃତ୍ୟୁ ଖବର ଦିଆଯାଇ ନାହିଁ। ତାହାର କାରଣ ହେଲା ତାଙ୍କ ପତ୍ନୀ ମେଘା ବର୍ତ୍ତମାନ ଗର୍ଭବତୀ। ତାଙ୍କର ଡେଲିଭରୀ ଆଉ 15 ଦିନ ଭିତରେ ହେବ ବୋଲି ଡାକ୍ତର କହିଛନ୍ତି। ଫଳରେ ଏପରି ଅବସ୍ଥାରେ ତାଙ୍କ ପରିବାର ବର୍ଗ ମେଘାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏପରି ଦୁଃସମ୍ବାଦ ଦେଇ ନାହିଁନ୍ତି।

ତେବେ ମେଘା ଜାଣିଛନ୍ତି ଯେ ତାଙ୍କ ସ୍ବାମୀ ଯେଉଁ ଫ୍ଲାଇଟ୍ ଉଡାଇ ଆଣୁଥିଲେ ତାହା ଦୁର୍ଘଟଣା ହୋଇଛି। ହେଲେ ତାଙ୍କ ସ୍ବାମୀଙ୍କର କିଛି ହୋଇ ନାହିଁ। ଏପରି ପରିସ୍ଥିତିରେ ଅଖିଳେଶଙ୍କ ପରିବାର ଏ ଖବର କିପିରି ମେଘାଙ୍କୁ କହିବେ ସେ ନେଇ ବଡ ଚିନ୍ତାରେ ଅଛନ୍ତି। ଡେଲିଭରୀ ପରେ ଏ ଖବର ଜଣାଇବେ ନା ତା ପୂର୍ବରୁ କହିବେ କିଛି ଭାବି ପାରୁ ନାହାଁନ୍ତି। ତେବେ ଅଖିଲେଶଙ୍କ ଶବ ଆସିଲେ ପରିବାର ବର୍ଗଙ୍କ ଏହି ଚିନ୍ତା ଆହୁରି ବଢିଯିବ। କାରଣ ଶବ ସତ୍କାର ପୂର୍ବରୁ ସ୍ତ୍ରୀ ହିସାବରେ ଯେଉଁ ବିଧିବିଧାନ ରହିଛି, ତାହା କିପରି ହେବ ସେ ନେଇ ସମସ୍ତେ ଚିନ୍ତାରେ। ଯଦି ସତ୍କାର ପୂର୍ବରୁ ଯେଉଁ ବିଧି ରହିଛି ତାହା କରାଯିବ ତେବେ ମେଘା ସବୁକିଛି ଜାଣିପାରିବେ। ଏସବୁ ଚିନ୍ତା କରି ପରିବାର ବର୍ଗ ଭୋ ଭୋ ହୋଇ କାନ୍ଦିବାରେ ଲାଗିଛନ୍ତି।

ଅଖିଲେଶଙ୍କ ପରିବାର ଉତ୍ତର ପ୍ରଦେଶର ମଥୁରା ନିକଟସ୍ଥ ଗୋବିନ୍ଦ ନଗର ଗ୍ରାମରେ ରହୁଛନ୍ତି। ଅଖିଲେଶଙ୍କର ଦୁଇ ଭାଇ ଅଛନ୍ତି। ସେମାନେ ହେଲେ ଭୁବନେଶ ଶର୍ମା ଏବଂ ଲୋକେଶ ଶର୍ମା। ଅଖିଲେଶ 2017 ମସିହାରେ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ। ସେ 2018 ମସିହାରେ ମେଘାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାର ଅଖିଲେଶଙ୍କ ଶବଙ୍କୁ ଅପେକ୍ଷା କରି ବସିଛନ୍ତି।