Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ କମିଶନରେଟରେ ତତ୍ପରତା, ଅମାନିଆ ବ୍ୟବସାୟୀଙ୍କୁ ସାବାଡ

ଭୁବନେଶ୍ବର, କଟକ ଭୁବନେଶ୍ବରରେ କୋଭିଡ19 ନିୟମ ଉଲ୍ଲଂଘନ ହେଉଛି। ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ କଟକ ଭୁବନେଶ୍ବର କମିଶନରେଟ ପୋଲିସ ବେଶ ତତ୍ପରତା ପ୍ରକାଶ କରିଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରି କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିଛି।
ସେହି ଅନୁସାରେ ଆଜି ପୋଲିସ ଭୁବନେଶ୍ବରର ବିଭିନ୍ନ ଦୋକାନ ବଜାର ଏପରିକି ଉଠା ଦୋକାନ ଉପରେ ମଧ୍ୟ ଚଢାଉ କରିଛି। ଆଜି ପୋଲିସ ପ୍ରାୟ 34ଟି ବ୍ୟବସାୟୀକ ସଂସ୍ଥା ଉପରେ ଏହି ଚଢାଉ କରାଯାଇ ଥିଲା। ଏଥିରେ ସାମାଜିକ ଦୂରତା ବଜାଇ ନ ରଖିଥିବାରୁ 7 ହଜାର 9 ଶହ 57 ଜଣଙ୍କ ନାମରେ ମାମଲା ରୁଜ କରାଯାଇଛି।