Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ୟୁକ୍ରେନ ଉପରେ ଋଷର ବଡ ଆକ୍ରମଣ, କ୍ଷେପଣାସ୍ତ୍ର ମାଡରେ ୧୭ ମୃତ, ୪୦ ଆହତ

ନୂଆଦିଲ୍ଲୀ: ଗତକାଲି ରାତିରେ ଜାପୋରିଜିଆର ଆବାସିକ ଅଞ୍ଚଳରେ ଋଷିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ହେବାର ଖବର ରହିଛି। ଖବର ଅନୁଯାୟୀ, ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ଜାପୋରିଜିଆର ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଜାପୋରିଜିଆର ଏକ ବହୁ ମହଲା କୋଠା ଉପରେ ଦଶଟି ଋଷିଆ କ୍ଷେପଣାସ୍ତ୍ର ପଡିଛି।

ଋଷର କ୍ଷେପଣାସ୍ତ୍ର ଆକ୍ରମଣ କ୍ରିମିଆର ଏକ ବ୍ରିଜ ଉପରେ ବୋମା ବିସ୍ଫୋରଣ ସହ ଜଡିତ ଥିବା ଦେଖାଯାଉଛି। ଋଷର ମୁଖ୍ୟଭୂମି ଏବଂ ଏହାର ଅଧିକୃତ କ୍ରିମିଆ ପ୍ରାୟଦ୍ୱୀପକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଅଟକି ରହିଥିବା ଏକ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ବାହନରେ ବିସ୍ଫୋରଣ ହୋଇଥିଲା। ଏହା ପରେ ନିଆଁ ଲାଗିଯାଇଥିଲା ଏବଂ ବ୍ରିଜର ଏକ ଅଂଶ ଭୁଶୁଡି ପଡିଥିଲା। ଏହା ୟୁକ୍ରେନର ଦକ୍ଷିଣ ଭାଗରେ ଯୁଦ୍ଧ କରୁଥିବା ଋଷ ସୈନ୍ୟମାନଙ୍କୁ ଯୋଗାଣ ବ୍ୟବସ୍ଥାକୁ ଅବରୋଧ କରିଥିଲା।