Categories
ଆଜିର ଖବର ରାଜ୍ୟ ଖବର

କଟକ ସହରରୁ ଆଜି 74 ପଜିଟିଭ୍‌ ଚିହ୍ନଟ

କଟକ : କଟକ ସହରରେ ଆଜି 74 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 46 ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ 28 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି ।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ ସରକାରୀ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ତିନି କରୋନା ଯୋଦ୍ଧା ରହିଛନ୍ତି । ହୋମ୍‌  କ୍ବାରେଣ୍ଟାଇନ୍‌ରୁ ମାଳିସାହିରୁ ସର୍ବାଧିକ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଣିକ ଘୋଷ ବଜାରରୁ11 ଜଣ, ସିଡିଏରୁ 3 ଜଣ, ବମ୍ଫକୁଦରୁ ଜଣେ ଚିହ୍ନଟ ହୋଇଛନ୍ତି ।

Image

ନୂତନ 74ଜଣ ଚିହ୍ନଟ ପରେ କଟକ ସହରରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 190ରେ ପହଞ୍ଚିଛି । କଟକ ସହରରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 22 ଜଣ । ଏବେ ସୁଦ୍ଧ କଟକ ସହରରେ 166ଟି ସକ୍ରିୟ ମାମଲା ରହିଛି ।