Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଫେରିବେ କି ଅମରିନ୍ଦର ସିଂ?: ସୋନିଆ ଗାନ୍ଧୀଙ୍କୁ ଭେଟିବା ଦାବି ଉପରେ କଣ କହିଲେ କ୍ୟାପଟେନ୍

ନୂଆଦିଲ୍ଲୀ: କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବାକୁ ଯାଉଛନ୍ତି କି? କ୍ୟାପଟେନ ଅମରିନ୍ଦର ସିଂ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବେ କି? ଏଭଳି ଚର୍ଚ୍ଚା ସେତେବେଳ ହୋଇଛି, ଯେତେବେଳେ ଚାନ୍ନି ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରିଥିଲେ। କିନ୍ତୁ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ପଛକୁ ଚାହିଁବାର ପ୍ରଶ୍ନ ନାହିଁ। ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ କଳ୍ପନାଜଳ୍ପନା, ଯାହା ଅତ୍ୟନ୍ତ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। କ୍ୟାପଟେନ ଅମରିନ୍ଦର ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ଆସନ୍ତା ନିର୍ବାଚନ ‘ପଞ୍ଜାବ ଲୋକ କଂଗ୍ରେସ’ ବ୍ୟାନରରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।