Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତୀୟ ରେଳବାଇର କ୍ୟାପେକ୍ସ ବୃଦ୍ଧି ପାଇଁ ପୂର୍ବତଟ ରେଳପଥର ଯୋଗଦାନ ମହତ୍ଵପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବୃହତ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଯାହାର ବାର୍ଷିକ କ୍ୟାପେକ୍ସ ଲକ୍ଷ୍ୟ 100 କୋଟି ଏବଂ ତା’ଠାରୁ ଅଧିକ ପୁଞ୍ଜି ବ୍ୟୟ (CAPEX) ଏହି ଆର୍ଥିକ ବର୍ଷରେ ପ୍ରାୟ 7.33 ଟ୍ରିଲିୟନ୍ ଟଙ୍କା ବାର୍ଷିକ ଲକ୍ଷ୍ୟର 42.5 ପ୍ରତିଶତରେ ପହଞ୍ଚିଛି।

ଚଳିତ ଆର୍ଥିକ ବର୍ଷ FY24 ର ପ୍ରଥମ ପାଞ୍ଚ ମାସରେ ଭାରତୀୟ ରେଳବାଇ, ଡେଡିକେଟ୍ ଫ୍ରାଇଟ୍ କରିଡର କର୍ପୋରେସନ୍ ଅଫ୍ ଇଣ୍ଡିଆ ଏବଂ କୋଲକାତା ମେଟ୍ରୋ ରେଳ ନିଗମକୁ ବାଦ ଦେଇ ପ୍ରାୟ 2.44 ଟ୍ରିଲିୟନ ଟଙ୍କା କ୍ୟାପକ୍ସ ଟାର୍ଗେଟର ପ୍ରାୟ 1.13 ଟ୍ରିଲିୟନ (46.6 ପ୍ରତିଶତ) ଖର୍ଚ୍ଚ କରିଛି। ବଜେଟ୍ ଅନୁଦାନର ସଠିକ୍ ଉପଯୋଗ ଏହି ଅଞ୍ଚଳର ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିପାରିବ ବିଶେଷକରି ପୁଞ୍ଜି ବିନିଯୋଗ ପାଇଁ ହେଉଥିବା ବ୍ୟୟ ଏକ ସଂଗଠନର ଭିତ୍ତିଭୂମି ଅଭିବୃଦ୍ଧିକୁ ସୂଚାଇଥାଏ ଏବଂ ଆଞ୍ଚଳିକ ତଥା ଜାତୀୟ ଅଭିବୃଦ୍ଧିକୁ ସିଧାସଳଖ ଲାଭ କରିଥାଏ।

ଚଳିତ ଆର୍ଥିକ ବର୍ଷର ଆଜିର ତାରିଖ ଅର୍ଥାତ୍ 1 ଏପ୍ରିଲରୁ 12 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥ ପ୍ରାୟ 5611 ଟଙ୍କା ଖର୍ଚ୍ଚ କରିଛି ଯାହାକି ଗତ ଆର୍ଥିକ ବର୍ଷର ସମାନ ସମୟ ଅବଧି 2755 କୋଟି ଟଙ୍କା ଖର୍ଚ୍ଚ କରିଥିଲା। ପୂର୍ବ ତଟ ରେଳପଥ ଦ୍ୱାରା ପଞ୍ଜିକୃତ ବର୍ତ୍ତମାନର ଆର୍ଥିକ ପୁଞ୍ଜି ବିନିଯୋଗ ପ୍ରାୟ 46.51% ଅଟେ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି। ଏହି ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଶ୍ରୀ ବୈଷ୍ଣବ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କ୍ରମାଗତ ଭାବରେ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ଏବଂ ପୂର୍ବ ତଟ ରେଳପଥ ଅଧୀନରେ ଚାଲିଥିବା ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି।