Categories
ଆଜିର ଖବର ଜାତୀୟ ଖବର

ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ମଞ୍ଚପଡା ଠାରେ ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନ୍ ଅନୁମୋଦନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନ ମଧ୍ୟରେ ମଞ୍ଚପଡା ଠାରେ ଏକ ନୂତନ ଷ୍ଟେସନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦୀର୍ଘ ଦିନ ଧରି ଚାହିଦା ରହିଆସିଛି।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ୧୩ ଜାନୁୟାରୀ ୨୦୨୪ରେ ଏହି ଅଞ୍ଚଳ ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ସେମାନଙ୍କର ଯାତାୟାତ ସୁବିଧାପାଇଁ ମଞ୍ଚପଡା ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଦାବି କରିଥିଲାବେଳେ ଏହି ସମସ୍ୟା ଦୂର ସହିତ ଏଠାରେ ପାସେଞ୍ଜର ହଲ୍ଟ ନିର୍ମାଣ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ବୈଷ୍ଣବ ତାଙ୍କ ସ୍ୱତନ୍ତ୍ର ପଦକ୍ଷେପ ସହିତ ଖଡ଼ଗପୁର ରେଳ ମଣ୍ଡଳର ରୁପସା-ବାଙ୍ଗିରିପୋଷି ରେଳ ସେକ୍ସନର ଜୁଗପୁରା ଏବଂ ଠାକୁରତୋଟା ଷ୍ଟେସନ ମଧ୍ୟରେ ମଞ୍ଚପଡା ଠାରେ ଏକ ପାସେଞ୍ଜର ହଲ୍ଟ ଷ୍ଟେସନ୍ ନିର୍ମାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହା ଫଳରେ ଏହା ରେଳ ବୋର୍ଡରୁ ମଧ୍ୟ ଅନୁମତି ପାଇଛି।

ଭାରତୀୟ ରେଳବାଇ ବର୍ତ୍ତମାନ ସୁବିଧା ପ୍ରଦାନ କରୁଥିବା ଯାତ୍ରୀ ପରିଷେବା ଗୁଡିକର ନବୀକରଣ କରୁଛି ଏବଂ ନିୟମିତ ଭାବେ ଅଧିକ ଯାତ୍ରୀ ସୁବିଧା ଯୋଗାଉଛି। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ରେଳମନ୍ତ୍ରୀ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ମଞ୍ଚପଡା ଠାରେ ଏକ ନୂତନ ଷ୍ଟେସନ ଯୋଗାଇଦେବା ତାଙ୍କ ଗସ୍ତ ସମୟରେ ଦେଇଥିବା ପ୍ରତିଶ୍ରୁତିର ଦୁଇ ସପ୍ତାହ ମଧ୍ୟରେ ପୂରଣ କରିଛନ୍ତି।

ଫଳସ୍ୱରୂପ, ସ୍ଥାନୀୟ ବାସିନ୍ଦାମାନେ ବହୁ ଉପକୃତ ହେବେ। ନୂତନ ଷ୍ଟେସନ ଛାତ୍ର, କ୍ଷୁଦ୍ର ବ୍ୟବସାୟୀ, ଶ୍ରମିକ, ଦୈନିକ ଯାତ୍ରୀ ମାନଙ୍କ ପାଇଁ ଦ୍ରୁତ ଯୋଗାଯୋଗକୁ ସୁଗମ କରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶାଲିମାର ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାବିତ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳର ଖଡ଼ଗପୁର ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା ନିକଟବର୍ତ୍ତୀ ଶାଲିମାର ରେଳ ଷ୍ଟେସନ ୟାର୍ଡର ପୁନଃ ନିର୍ମାଣ ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଶାଲିମାର ଷ୍ଟେସନରେ ଟ୍ରେନ ଚଳାଚଳ ପାଇଁ ଆଂଶିକ ପ୍ରତିବନ୍ଧକୁ ଅନୁମତି ଦିଆଯାଇଛି। ୟାର୍ଡ଼ ପୁନଃ ନିର୍ମାଣ କାର୍ଯ୍ୟରେ ନନ-ଇଣ୍ଟର ଲକିଂ ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ସିଗନାଲ୍ ସିଷ୍ଟମର ସ୍ଥାପନ ଅନ୍ତର୍ଭୁକ୍ତ ଅଟେ।  ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୁରୀ ଏବଂ ସମ୍ବଲପୁରରୁ ଉତ୍ପନ୍ନ କିଛି ଟ୍ରେନ୍ କୁ ସାମୟିକ ବାତିଲ୍ କରାଯାଉଥିବାବେଳେ କିଛି ଟ୍ରେନ କୁ ସନ୍ତ୍ରାଗାଛି ଓ ଶାଲିମର ମଧ୍ୟରେ ନିମ୍ନ ମତେ ବାତିଲ କରାଯାଉଅଛି …

ବାତିଲ୍ ହେଉଥିବା ଟ୍ରେନ୍:

12888 / 12887 ପୁରୀ-ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ପୁରୀରୁ 15 ଜାନୁୟାରୀ 2023 ରେ ଏବଂ ଶାଲିମାରରୁ 16 ଜାନୁୟାରୀ 2023 ଦିନ ବାତିଲ ହୋଇ ରହିବ।

20832 / 20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ସୁପରଫାଷ୍ଟ ଏକ୍ସପ୍ରେସ 12 ଏବଂ 15 ଜାନୁୟାରୀ 2023 ରେ ସମ୍ବଲପୁରରୁ ଏବଂ 13 ଏବଂ 16 ଜାନୁୟାରୀ 2023 ରେ ଶାଲିମାରରୁ ବାତିଲ ହୋଇ ରହିବ।

12896/12895 ପୁରୀ-ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ 12 ଜାନୁଆରୀ 2023 ରେ ପୁରୀରୁ ଏବଂ 13 ଜାନୁଆରୀ 2023 ରେ ଶାଲିମାରରୁ ବାତିଲ ରହିବ।

22804 / 22803 ସମ୍ବଲପୁର-ଶାଲିମାର-ସମ୍ବଲପୁର ସୁପରଫାଷ୍ଟ ଏକ୍ସପ୍ରେସ 13 ଜାନୁଆରୀ 2023 ରେ ସମ୍ବଲପୁରରୁ ଏବଂ 14 ଜାନୁଆରୀ 2023 ରେ ଶାଲିମାରରୁ ବାତିଲ ହୋଇ ରହିବ।

ଆଂଶିକ ବାତିଲ୍ ହେବାକୁଥିବା ଟ୍ରେନ୍:

A. 18410 ପୁରୀ – ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ 12 ରୁ 15 ଜାନୁୟାରୀ 2023 ମଧ୍ୟରେ ସାନ୍ତ୍ରାଗଛି ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ସାନ୍ତ୍ରାଗଛିରୁ ଶାଲିମାର ପର୍ଯ୍ୟନ୍ତ ବାତିଲ ରହିବ।

B.12822 / 12821 ପୁରୀ-ଶାଲିମାର-ପୁରୀ ଧଉଳୀ ଏକ୍ସପ୍ରେସ 13 ରୁ 16 ଜାନୁୟାରୀ 2023 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ପୁରୀ ଏବଂ ସାନ୍ତ୍ରାଗଛି ମଧ୍ୟରେ ଚଳାଚଳ କରିବ ଏବଂ ସାନ୍ତ୍ରାଗଛି ଓ ଶାଲିମାର ମଧ୍ୟରେ ବାତିଲ ରହିବ।