Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ ଖରା ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ: ମାତ୍ର ୧୦ ଦିନ ସ୍କୁଲ ରହିବ ବନ୍ଦ

ଭୁବନେଶ୍ବର: ସ୍କୁଲଗୁଡିକରେ ଖରା ଛୁଟି ତାରିଖ ଧାର୍ଯ୍ୟ କରାଯାଇଛି। ବିଗତ ଦୁଇ ବର୍ଷ ଧରି ସ୍କୁଲରେ ପାଠ ପଢା ବ୍ୟାଘାତ ହୋଇଥିବାରୁ ଚଳିତ ବର୍ଷ ଖରା ଛୁଟି ଉପରେ କାଣ୍ଟଛାଣ୍ଟ କରାଯାଇଛି। ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ଖରା ଛୁଟି ହେବ। ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ।

ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି। ଯାହାକୁ ସକାଳୁଆ କ୍ଲାସରେ କାର୍ଯ୍ୟକାରୀ କରାଯିବ। ସକାଳୁଆ କ୍ଲାସ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲିବ ବୋଲି ଗଣଶିକ୍ଷା ବିଭାଗ କହିଛି।

ତେବେ ମେ’ ପହିଲାରୁ ଜୁନ୍ ୫ ତାରିଖ ଯାଏଁ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲରେ ପାଠ ପଢା ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଆସନ୍ତା ଏପ୍ରିଲ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ନୂଆ ନାମ ଲେଖା କିମ୍ବା ପୁନଃ ନାମ ଲେଖା ହେବ। ପିଲାମାନଙ୍କୁ ସ୍କୁଲରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ହୋଇଛି।