Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ-୨୦୨୧ ଲାଗି ଖେଳାଳି ନିଲାମୀ ପ୍ରକ୍ରିୟା: ଭାଙ୍ଗିବ କି ଯୁବରାଜ ସିଂହଙ୍କ ରେକର୍ଡ

ଚେନ୍ନାଇ:  ଆଇପିଏଲ-୨୦୨୧ ଲାଗି ଆଜି ଖେଳାଳି ନିଲାମୀ ପ୍ରକ୍ରିୟା ଚେନ୍ନାଇରେ ଆରମ୍ଭ ହେବ। ଆଇପିଏଲର ଫ୍ରାଞ୍ଚାଇଜ ୬୧ ଟି ସ୍ଥାନଙ୍କୁ ପୂରଣ ପାଇଁ ନିଲାମ ଡ଼ାକିବେ। ନିଲାମୀ ତାଲିକାରେ ବର୍ତ୍ତମାନ ୧୬୪ ଜଣ ଭାରତୀୟ ଖେଳାଳି, ୧୨୪ ଜଣ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି। ନିଲାମୀ ପ୍ରକ୍ରିୟା ଆଜି ଅପରାହ୍ନ ୩ ଟା ସମୟରେ ଆରମ୍ଭ ହେବ। ଇଂଲଣ୍ଡର ଦ୍ରୁତଗାମୀ ବୋଲର ମାର୍କ ଉଡ଼ ନିଲାମୀ ତାଲିକାରୁ ନିଜ ନାମକୁ ଫେରାଇ ନେଇଛନ୍ତି।

ତେବେ ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଯୁବରାଜ ସିଂହଙ୍କ ନାମ ତାଲିକାର ଆଗରେ ରହିଛି। ହେଲେ ଚଳିତ ଆଇପିଏଲରେ ଏହି ରେକର୍ଡ ଭାଙ୍ଗିବ କି ନାହିଁ, ଦେଖିବା ବାକି ରହିଲା।

ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି:

୧- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା

୨- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୫.୫ କୋଟି ଟଙ୍କା

୩- ବେନ ଷ୍ଟୋକ୍ସ- ୨୦୧୭ ମସିହା- ରାଇଜିଙ୍ଗ ପୁନେ ସୁପରଜିଆଣ୍ଟସ- ୧୪.୫ କୋଟି

୪- ଯୁବରାଜ ସିଂହ- ୨୦୧୪ ମସିହା- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ- ୧୪ କୋଟି

୫- ବେନ ଷ୍ଟୋକ୍ସ- ୨୦୧୮ ମସିହା- ରାଜସ୍ଥାନ ରୟାଲ୍ସ- ୧୨.୫ କୋଟି

୬- ଦିନେଶ କାର୍ତ୍ତିକ- ୨୦୧୪ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୨.୫ କୋଟି

୭- ଜୟଦେବ ଉନାଦକଟ- ୨୦୧୮- ରାଜସ୍ଥାନ ରୟାଲ୍ସ- ୧୧.୫ କୋଟି

୮- ଗୌତମ ଗମ୍ଭୀର- ୨୦୧୧ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୧.୪ କୋଟି

୯- ଲୋକେଶ ରାହୁଲ- ୨୦୧୮ ମସିହା- କିଙ୍ଗସ ଇଲେଭେନ ପଞ୍ଜାବ- ୧୧ କୋଟି

୧୦- ମନୀଷ ପାଣ୍ଡେ- ୨୦୧୮ ମସିହା- ସନରାଇଜର୍ସ ହାଇଦ୍ରାବାଦ- ୧୧ କୋଟି।