Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୭ ଦୁର୍ଦାନ୍ତ ଡକାୟତ ଗିରଫ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ମିଳିଛି ସଫଳତା। ଡକାୟତ ଯୋଜନା ପଣ୍ଡ କରି ୭ ଦୁର୍ଦାନ୍ତ ଅପରାଧୀ ଙ୍କୁ ବାନ୍ଧିଲା ପୋଲିସ। ଖବର ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ଗୋଶାଳା ପଡିଆ ନିକଟରେ କିଛି ଦୁର୍ବୁତ୍ତ ଏକ ବଡ ଡକାୟତି ଯୋଜନା କରୁଥିବାର ସୂଚନା ପାଇଥିଲା ପୋଲିସ ।

ବିଳମ୍ବ ନକରି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦ ଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆବଶ୍ୟକୀୟ ଫୋର୍ସ ସହ ଉକ୍ତ ସ୍ଥାନରେ ରାତି ଅଧିଆ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ବେଳେ ପୋଲିସ ୭ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁହା ରଡ଼, ପ୍ଲାଷ୍ଟିକ ପାଇପ ଓ ବାଡ଼ି ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅବଦୁଲ ମୁବାରକ(୨୧), ଶେଖ ମଜିଦ (୨୩),ଆବିଦ ଖାନ(୩୨),ସାଗର ବରାଳ(୨୫),ଶେଖ ସୁରଜ(୨୨), ଅନିଲ କୁମାର ରାୟ(୨୬) ଏବଂ ମହେଶ୍ୱର ସ୍ୱାଇଁ(୨୬) । ଉକ୍ତ ଅପରାଧୀଙ୍କ ନାମରେ ପୁର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୬୬୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯଇଥିବା ସୂଚନା ମିଳିଛି ।