Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ଵକପ ସେମିଫାଇନାଲ ପାଇଁ ଲଢେଇ: ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍ ଟାର୍ଗେଟ ଦେଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପରେ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍। ଏହି ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ତେଣୁ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା। ଖ୍ରୀଷ୍ଟଚର୍ଚରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ତିନି ଖେଳାଳି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ମ୍ୟାଚରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ପ୍ରମାଣ କରି ଭାରତୀୟ ଦଳର ଓପନର୍ ସ୍ମୃତି ମଣ୍ଡନା (୭୧) ଏବଂ ଶେଫାଲୀ ବର୍ମା (୫୩) ପ୍ରଥମ ୱିକେଟ୍ ପାଇଁ ୯୧ ରନ୍ ଭାଗିଦାରୀ କରିଥିଲେ। ଏହି ଦୁଇ ଖେଳାଳିଙ୍କ ପରେ ଅଧିନାୟକ ମିତାଲି ରାଜ (୬୮) ଏବଂ ହରମାନପ୍ରୀତ କୌର (୪୮) ମଧ୍ୟ ଚମତ୍କାର ଇନିଂସ ଖେଳିଥିଲେ। ଆଜିର ମ୍ୟାଚ୍‌ରେ ୟସ୍ତିକା ଭାଟିଆ (୨), ପୂଜା ବସ୍ତ୍ରକାର (୩) ଏବଂ ରିଚା ଘୋଷ (୩) ଭଲପ୍ରଦର୍ଶନ କରିପାରି ନଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ମସାବାତା କଲଆସ୍ ଏବଂ ଶବ୍ନିମ ଇସମାଇଲ ୨ ଟି ଲେଖାଏଁ ଏବଂ ଅୟୋବୋଙ୍ଗା ଖାକା ଏବଂ ଚୋଲେ ଟ୍ରଓନ୍ ୧ ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ମହିଳା ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିବାକୁ ଭାରତକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ବର୍ତ୍ତମାନ ଟିମ୍ ଇଣ୍ଡିଆ ୬ ଟି ମ୍ୟାଚରେ ୩ ଟି ବିଜୟ ଏବଂ ୩ ଟି ପରାଜୟ ପରେ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ୫ ନମ୍ବର ସ୍ଥାନରେ ରହିଛି। କେବଳ ଟପ୍ -୪ ଦଳ ସେମିଫାଇନାଲରେ ପ୍ରବେଶ କରିବେ। ସମସ୍ତ ଦଳର ଲିଗ୍ ମ୍ୟାଚ୍ ସମାପ୍ତ ହୋଇଛି। ଏହା ହେଉଛି ଶେଷ ଲିଗ୍ ମ୍ୟାଚ୍। ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଦଳ ଚତୁର୍ଥ ସ୍ଥାନରେ ଅଛି, ଯେଉଁଥିରେ ୭ ପଏଣ୍ଟ ରହିଛି। ଯଦି ଭାରତୀୟ ଦଳ ଏହି ମ୍ୟାଚରେ ଜିତେ, ତେବେ ଏହା ୮ ପଏଣ୍ଟ ପାଇବ ଏବଂ ଏହା ସିଧାସଳଖ ସେମିଫାଇନାଲରେ ପହଞ୍ଚିବ।