Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

Breaking News: ଏଣିକି ଶିବ ମନ୍ଦିରରେ ଗଂଜେଇ ବ୍ୟବହାର ମନା, ସଂସ୍କୃତି ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଭକ୍ତମାନେ ଶିବ ମନ୍ଦିରରେ ଗଂଜେଇ ଟାଣିପାରିବେ କି ବ୍ୟବହାର କରିପାରିବେ ନାହିଁ। ଯଦି କିଏ ଏମିତି କାମ କରେ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ। ଏ ନେଇ ଆଜି ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠି କରିଛି। ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଦସ୍ତଖତରେ ସବୁ ଜିଲ୍ଲାପାଳ, ଏସପିଙ୍କୁ ଏହି ଚିଠି କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଶୈବ୍ୟପିଠରେ ଗଂଜେଇ ବ୍ୟବହାର ନିଷେଧ ସଂପର୍କରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏ ନେଇ ଅନ୍ତ ବଳିଆ ଟ୍ରଷ୍ଟ ତରଫରୁ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ପୂଜ୍ୟପୂଜକ ବଳିଆଙ୍କ ଅନୁରୋଧ କ୍ରମେ ସଂସ୍କତି ବିଭାଗ ମନ୍ତ୍ରୀ ଏ ନେଇ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଜିଲ୍ଲାପାଳ ଏବଂ ଏସପି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ।