Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରେ ଏକ ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ, ଜଣେ ଗିରଫ

ଚାନ୍ଦପୁର: ଆଊ ଦିନ କେଇଟା ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ କରିବା ପାଇଁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଏଥିପାଇଁ ଚାନ୍ଦପୁର ପୋଲିସ ପକ୍ଷରୁ କେରଣ୍ଡା ଟାଙ୍ଗୀ ଛକ ରେ ଯାନ ବାହନ ତନଖି କରାଯାଉଥିଲା ବେଳେ ଯାତ୍ରୀ ଵାହୀ ଅଟୋ ରିକ୍ସା ରୁ 5 କେଜି ଗଞ୍ଜେଇ ଜବତ କରିଛି ଚାନ୍ଦପୁର ପୋଲିସ।

ଏହି ଗଞ୍ଜେଇ କାରବାର ଅଭିଯୋଗ ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ର ନାମ ରମେଶ ବେହେରା ଏବଂ ତାଙ୍କର ବୟସ 35 ବର୍ଷ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଗ୍ରାମରେ ବୋଲି ଜଣା ପଡିଛି। ଅଭିଯୁକ୍ତ ଜଣକ ନୟାଗଡ଼ ରୁ ଚାନ୍ଦପୁରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା। ଜବତ ଗଞ୍ଜେଇ ର ମୂଲ୍ୟ 25 ହଜାର ଟଙ୍କା ହେବ ବୋଲି ଜଣା ପଡିଛି। ଗଞ୍ଜେଇ ସହ ଅଟୋ ରିକ୍ସା କୁ ଜବତ କରି ତଦନ୍ତ କରୁଛି ପୋଲିସ।