Categories
ଆଜିର ଖବର ରାଜ୍ୟ ଖବର

ଗଣଶିକ୍ଷା ବିଭାଗର ଗଣମାଧ୍ୟମ ବିରୋଧୀ ନିର୍ଦ୍ଦେଶନାମା ପ୍ରତ୍ୟାହାର ଦାବି

କନ୍ଦର୍ପ ବେହେରା

ରେଢାଖୋଲ: ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ବିଦ୍ୟାଳୟକୁ ପୁରାଇ ନ ଦେବାକୁ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ସାମ୍ବାଦିକ ମାନେ ଏହାର ଘୋର ବିରୋଧ କରୁଛନ୍ତି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁୁ ଓୟୁଜେ ରେଢାଖୋଲ ଶାଖା ତରଫରୁ ପ୍ରଦାନ କରାଯାଇଛି।

ଓୟୁଜେ ରେଢାଖୋଲ ୟୁନିଟ୍ ର ସଭାପତି ଶରତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ସଂଘର ସଦସ୍ୟ ମାନେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସରକାରଙ୍କ ଗଣଶିକ୍ଷାବିଭାଗ ଏଭଳି ଅଗଣତାନ୍ତ୍ରୀକ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଓୟୁଜେ ରେଢାଖୋଲ ଶାଖା ଦାବୀ କରିଛି।

ଗଣମାଧ୍ୟମ ପ୍ରତି ଶିକ୍ଷା ବିଭାଗ ଏଭଳି ଏକ ଚରମ ନିଷ୍ପତ୍ତି ନେଇ ନିର୍ଦ୍ଦେଶନାମା ଜାରି କରିଥିବାରୁ ରେଢାଖୋଲ ୟୁନିଟ୍ ଏହାର ଏକ ଦୃଢ ନିନ୍ଦା କରିବା ସହ ଆଗାମୀ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କୌଣସି କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ଯିବେ ନାହିଁ ବୋଲି ରେଢାଖୋଲ ୟୁନିଟ୍ ପ୍ରକାଶ କରିଛି।

ଆଗାମୀ ଦିନରେ ଏହି ଆନ୍ଦୋଳନ ଓୟୁଜେ ରାଜ୍ୟବ୍ୟାପି କରିବ ବୋଲି ରେଢାଖୋଲ ୟୁନିଟ୍ ପ୍ରକାଶ କରିଛି। ଆଜିର ଏହି ଦାବୀପତ୍ର ପ୍ରଦାନରେ ସଂଘର ସଂପାଦକ ଶଙ୍କର ପୃଷ୍ଟି, ରମାକାନ୍ତ ମହାନନ୍ଦ, ତପନ କୁମାର ବିଶ୍ୱାଳ, ସୁଶାନ୍ତ ନାଗ୍, ପ୍ରଶନ୍ନ ପ୍ରଧାନ, ସରୋଜ କୁମାର ସାହୁ, ଅନୀଲ୍ କୁମାର ପୃଷ୍ଟି ପ୍ରମୁଖ ସାମିଲ୍ ହୋଇଥିଲେ।