Categories
ଆଜିର ଖବର ରାଜ୍ୟ ଖବର

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ଵାରା ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଭୁବନେଶ୍ବର: ରାଜ୍ୟସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ନାମକ ଏକ ଟେଷ୍ଟ ପେପର ମାଗଣାରେ ବଣ୍ଟାଯିବା ନେଇ ଘୋଷଣା ହୋଇଥିଲା। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ବହିକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଜଣ ପରୀକ୍ଷାର୍ଥୀଙ୍କୁ ‘ପରୀକ୍ଷା ଦର୍ପଣ’ ମାଗଣାରେ ପ୍ରଦାନ କରାଯିବ। ପରୀକ୍ଷାରେ ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହୋଇଛି। ମୋଟ ୭୦୦ ପୃଷ୍ଠା ଦ୍ଵାରା ଏହି ବହିକୁ ପ୍ରସ୍ତୁତ କରାଯାଇଛି।

ତେବେ ଏହି ବହିକୁ ପେବୃୟାରୀ ୧୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖକୁ ପହଞ୍ଚବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫେବୃୟାରୀ ୧୨ ତାରିଖ ସୁଦ୍ଧା ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଏହି ବହି ପହଞ୍ଚିବ।