Categories
ଆଜିର ଖବର ରାଜ୍ୟ ଖବର

ଗଛରେ ପିଟିଲା କାର୍: ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ

କନ୍ଦର୍ପ ବେହେରା

ରେଢାଖୋଲ: ନାକଟିଦେଉଳ ଥାନା ହିଞାମୁରା ନିକଟସ୍ଥ ଏକ ବୁଲାଣି ନିକଟରେ ଆଜି ଅପରାହ୍ନରେ ଏକ କାର୍ ଗଛରେ ପିଟିହୋଇ ସମ୍ମୁଖ ଭାଗ ଚୁର୍ ମାର୍ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ଅନୁଯାୟୀ, ନାକଟିଦେଉଳ ବାଟଗାଁ ଗ୍ରାମର ଦିଲ୍ଲିପ କୁମାର ଅଗ୍ରଓାଲା ଆଜି ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ନିଜ ବଲେନୋ (ଓଡି ୧୯ ଟି-୨୦୫୪) କାର୍‌ରେ ନାକଟିଦେଉଳକୁ କୌଣସି କାମରେ  ଯାଉଥିଲେ। ବାଟଗାଁ ହିଞାମୁରା ସିରିଗିଡା ନାଳ ନିକଟସ୍ଥ ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା। ହେଲେ ଗାଡି ମାଲିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣା ପଡିଛି। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରୁଛି।