Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୋଲିସ୍‌କୁ ଦେଖି ଗାଡି ଛାଡି ପଳାଇଲେ ଦୁର୍ବୃତ୍ତ: ଗାଡି ଚୋରିକୁ ନେଇ ସୃଷ୍ଟି ହେଲା ସନ୍ଦେହ !

ରଞ୍ଜିତ୍‌ କୁମାର ପଣ୍ଡା

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳଠାରେ ଦୁର୍ବୃତ୍ତମାନେ ଛାଡି ପଳାଇଥିବା ଏକ ଆଇ ଟ୍ବେଣ୍ଟି କାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଥାନା ଅନ୍ତର୍ଗତ ଗରେଇ ପଞ୍ଚାୟତ କୋଠମୁଳ ରାସ୍ତା ପାର୍ଶ୍ବରେ ପୋଲିସ୍‌ ପାଟ୍ରୋଲିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଏହି ଗାଡିଟିକୁ ଛାଡି ପଳାୟନ କରିଛନ୍ତି। ତେବେ ଏହି ଗାଡିଟିକୁ ଜଙ୍ଗଲିଆ ରାସ୍ତାରେ ଛାଡି ଦୁର୍ବୃତ୍ତମାନେ ପଳାୟନ କରିଥିବାବେଳେ ଅପରପକ୍ଷରେ ଜନୈକ ବ୍ୟକ୍ତି ଏହି ଗାଡିଟି ତାଙ୍କର ବୋଲି ଦାବି କରିଛନ୍ତି। ଗାଡି ଚୋରି ହୋଇଥିବାର ନେଇ ସେ ଦୁଇ  ଦିନ ଆଗରୁ  କୁଜଙ୍ଗ ଥାନାରେ ଅଭିଯୋଗ କରିଥିବାର କହିଛନ୍ତି। କିନ୍ତୁ ଗାଡି ଚୋରି ନେଇ କୁଜଙ୍ଗ ଥାନାରେ କୌଣସି ଲିଖିତ ପ୍ରମାଣ ନଥିବାବେଳେ ଗାଡି ଚୋରିକୁ ନେଇ ଫୋନ୍ ଯୋଗେ ଅଭିଯୋଗ କରିଥିବାର କହିଛନ୍ତି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ।

OD31 B 8055 ନମ୍ବରର ଗାଡିଟି ସୋନପୁରର ସୌମ୍ୟରଞ୍ଜନ ମହାପାତ୍ରଙ୍କ ନାମରେ ପଞ୍ଜିକୃତ ରହିଛି ।  ଅପରପକ୍ଷରେ ଏହି ଗାଡିଟିରେ ଏମସ୍‌ ମେଡିକାଲ୍ ରୁ ତିର୍ତ୍ତୋଲ୍‌ର ଏକ ପାସ୍‌ ମଧ୍ୟ ଗାଡ଼ି ଆଗରେ ମରାଯାଇଛି। ପୁନଶ୍ଚ ଏହି ଗାଡିଟି ଗଞ୍ଜେଇର ଫେଣ୍ଠସ୍ଥଳ ରହିଥିବା ସୋନପୁର ଅଞ୍ଚଳର ହୋଇଥିବାବେଳେ  ଗାଡି ଚୋରି କୌଣସି ଲିଖିତ ଅଭିଯୋଗ ନଥିବାରୁ ଏହାକୁ ନେଇ ସନ୍ଦେହ ଘନୀଭୂତ ହେଉଛି । ଏହି ଗାଡିଟିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସନ୍ଦେହ କରାଯାଉଛି । ଗାଡିଟିର ଚୋରି ତଥା ଗାଡି ସମ୍ପର୍କରେ ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ଗାଡି ଚୋରିକୁ ନେଇ ଦୁଇ ଥାନା ମଧ୍ୟରେ ତଥ୍ୟରେ ମଧ୍ୟ ତାଳମେଳ ନାହିଁ । ତେବେ ଏହି ଗାଡିଟି ଏପର୍ଯନ୍ତ ରାସ୍ତା କଡରେ ରହିଥିବାବେଳେ ପ୍ରକୃତରେ ଏହି ଗାଡିର ମାଲିକ କିଏ ଓ କେଉଁ କାର୍ଯ୍ୟରେ ଏହି ଗାଡିଟି ଉପଯୋଗ ହେଉଥିଲା, ତାହାର ତୁରନ୍ତ ତଦନ୍ତ ହେବା ଉଚିତ୍‌ ।