Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିରଳ ପ୍ରଜାତିର ପେଚା ସହ ୨ ମୃତ ପକ୍ଷୀ ଜବତ, ୨ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦପୁର ରେଞ୍ଜର ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ବିରଳ ପ୍ରଜାତିର ୨ ଟି ମୃତ ପକ୍ଷୀ ସହ ୨ ଜଣ ଶୀକାରୀକୁ ଗିରଫ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗିରିଶ୍ଚନ୍ଦ୍ରପୁର ରେଞ୍ଜର ଶଙ୍ଖାଭାଙ୍ଗୁଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦୁଇଜଣ ଯୁବକ ପକ୍ଷୀ ଶିକାର କରୁଥିବା ସମୟରେ ବନବିଭାଗ ହାବୁଡରେ ପଡ଼ିଯାଇଥିଲେ। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବ୍ରଜ ନାଏକ ଓ ଅନାମ ଅଢ଼ା।  ସେମାନଙ୍କ ପାଖରୁ ୨ ଟି ବାଟୁଳିଖଡ଼ା, ୨୦ ମାଟି ଗୋଳି, ୨ ମୃତ ପକ୍ଷୀକୁ ବନବିଭାଗ ଜବତ କରିବା ସହ ଆଜି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।

ଭାରତରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ମୃତ ପେଚାକୁ ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଚଢ଼ଉରେ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର ସାହୁ, ଫରେଷ୍ଟ ପ୍ରବୀଣ କୁମାର ସାହୁ ତଥା ବନ ବିଭାଗର ଅନ୍ୟକର୍ମଚାରୀ ମାନେ ସହଯୋଗ କରିଥିଲେ।