Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର କଲା ଗୋଳନ୍ଥରା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମ ମୁଖ୍ୟ ରାସ୍ତା ପୁରୁଣା ଆନ୍ତଃ ରାଜ୍ୟ ତନଖି ଫାଟକ ନିକଟ ଏକ ପରିତ୍ୟକ୍ତ ଘରୁ ଗୋଳନ୍ଥରା ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାମ  ଲିଙ୍ଗରାଜ ପାଣିଗ୍ରାହୀ (୭୦) ବୋଲି ଜଣାପଡିଛି।

ସୁଚନା ଯୋଗ୍ୟ ଯେ, ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଅଞ୍ଚଳରେ ମୃତ ଲିଙ୍ଗରାଜଙ୍କ ଘର। ସେ ଏଠି ଏଣେ ତେଣେ ବୁଲୁଥିଲେ ଓ ଉକ୍ତ ପରିତ୍ୟକ୍ତ ଘରେ ବିଶ୍ରାମ ନେବା ଅବସରରେ ତାଙ୍କର ବିୟୋଗ ଘଟିଛି। ଉକ୍ତ ପରିତ୍ୟକ୍ତ ଘରଟି ପୁର୍ବରୁ ଭାରୀ ଯାନ ଓଜନ ଯନ୍ତ୍ର କାର୍ଯ୍ୟାଳୟ ଚାଲୁଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ୨୪/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।