Categories
ଆଜିର ଖବର ଜାତୀୟ ଖବର

ସ୍ମୃତି ଭ୍ୟାନ ଉଦଘାଟନୀ ଦିବସକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୦୧ ଗୁଜରାଟ ଭୂକମ୍ପରେ ନିଖୋଜଙ୍କ ଉଦ୍ଦେଶ୍ୟରେ ସ୍ମୃତି ଭ୍ୟାନ୍ ଉଦଘାଟନୀ ଦିବସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସ୍ମରଣ କରିଛନ୍ତି।

ଶ୍ରୀ ମୋଦୀ ଗତବର୍ଷ ଉଦଘାଟନ କରିଥିବା ବେଳର କିଛି ଝଲକ ସେୟାର କରିଛନ୍ତି।

ଏଥିସହ ସେ କୁଚରେ ସ୍ମୃତି ଭ୍ୟାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ‘୨୦୦୧ ମସିହା ଗୁଜରାଟ ଭୂକମ୍ପରେ ଆମେ ନିଖୋଜ ହୋଇଯାଇଥିôବା ଲୋକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାର ବର୍ଷେ ବିତିଗଲାଣି। ଏହା ଏକ ସ୍ମାରକ ଯାହା କି ସ୍ଥିରତା ଏବଂ ସ୍ମୃତିର ପ୍ରତୀକ। ଗତବର୍ଷର କିଛି ଝଲକ ସେୟାର କରୁଛି ଏବଂ ମୁଁ ଆପଣ ସମସ୍ତଙ୍କୁ କୁଚରେ ସ୍ମୃତି ଭ୍ୟାନ୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି।’