Categories
ଆଜିର ଖବର ରାଜ୍ୟ ଖବର

ପୁଣି ଥରେ ରାଜଧାନୀର ସମସ୍ତ ଧର୍ମ ଅନୁଷ୍ଠାନ ହେବ ବନ୍ଦ, ଜାଣନ୍ତୁ କେବେ, କେତେ ଦିନ

ଭୁବନେଶ୍ବର: ଓମିକ୍ରନ ଭୟରେ ରାଜଧାନୀର ସମସ୍ତ ଧର୍ମ ଅନୁଷ୍ଠାନ ତିନିଦିନ ପାଇଁ ବନ୍ଦ ରହିବ। ଏହା କେବଳ ସର୍ବ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏ ନେଇ ଆଜି ବିଏମସି ତରଫରୁ ଏକ ନିର୍ଦ୍ଦେଶାନାମା ଜାରୀ କରାଯାଇଛି। ସେହି ଅନୁସାରେ ରାଜଧାନୀରେ ଥିବା ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ସର୍ବସାଧାରଣ ଦର୍ଶନ ହୋଇପାରିବ ନାହିଁ।

ବିଏମସି ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲିଠାରୁ ତିନିଦିନ ପାଇଁ ଏହି ବନ୍ଦ ଲାଗୁ ହେବ। ଡିସେମ୍ବର 31 ତାରିଖରୁ ଏହା ଲାଗୁ ହୋଇ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଫଳରେ ନୂଆ ବର୍ଷରେ ଭକ୍ତମାନେ 3 ତାରିଖରେ ଠାକୁର ଦର୍ଶନ କରିବେ। ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ବିଶେଷ କରି ଓମିକ୍ରମ ସଂକ୍ରାମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।