Categories
ଆଞ୍ଚଳିକ

ଜବରଦଖଲକାରୀଙ୍କ ନିକଟରୁ ଗୋଚର ଜମି ଉଚ୍ଛେଦ କଲା ଚିଲିକା ତହସିଲ ପ୍ରଶାସନ

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତ ସାମନ୍ତସିଂହାରପୁର ମୌଜାରେ ୧୭ ଏକର ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ବ୍ୟକ୍ତି ଦୀର୍ଘବର୍ଷ ଧରି ଅକ୍ତିଆର କରି ବେଆଇନ ଭାବେ ଚାଷବାସ କରିବା ସହ ଜନସାଧାରଣଙ୍କ ଯାତାୟାତ ବନ୍ଦ କରିଦେଇଥିଲେ। ଉକ୍ତ ଜାଗା ଗାଈ ଗୋରୁଙ୍କ ଚରାଭୁଇଁ ଥିବାବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ସେହି ଜାଗାକୁ ଅକ୍ତିଆର କରି ନିଜ କବଜାରେ ରଖିଥିଲେ।

ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଉକ୍ତ ଜାଗାକୁ ଉଚ୍ଛେଦ କରିବା ପାଇଁ ଚିଲିକା ତହସିଲଦାର ଓ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ମାନେ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ନିରାଶ ହୋଇଥିଲେ। ମାତ୍ର ଚିଲିକା ତହସିଲିଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆଜି ୭ ଏକର ଜାଗାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି।

ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ବାଲୁଗାଁ ଆରଆଇ ନିକୁଞ୍ଜ ପ୍ରଧାନ, ବାଲୁଗାଁ ପୋଲିସ ଏବଂ ନିର୍ବାଚିତ ସ୍ଥାନୀୟ ଜନପ୍ରତିନିଧି ଆଦି ସହଯୋଗ କରିଥିଲେ।