Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉଗ୍ରବାଦୀ ଆକ୍ରମଣରେ କମାଣ୍ଡାଣ୍ଟଙ୍କ ସମେତ ୫ ଯବାନ ସହିଦ: ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ: ଆସାମ ରାଇଫଲ୍ସର ଏକ ବାଟାଲିୟନର କମାଣ୍ଡିଂ ଅଫିସର (ସିଓ) ଙ୍କ ସମେତ ୫ ଜଣ ଯବାନଙ୍କୁ ଆଜି ମଣିପୁରରେ ଗୁଳିମାଡ଼ରେ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଏବଂ ତାଙ୍କ ପୁଅ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଦୁଃଖ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ରାଜନାଥ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, “ମଣିପୁରର ଚୁରାଚାନ୍ଦପୁରରେ ଆସାମ ରାଇଫଲ୍ସ ଗାଡି ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ନିନ୍ଦନୀୟ। ଦେଶ ସିଓ ୪୬ ଏଆର ସମେତ ପାଞ୍ଚଜଣ ସାହସୀ ଯବାନ ଏବଂ ଦୁଇ ପରିବାର ସଦସ୍ୟଙ୍କୁ ହରାଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା।” ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମିଆଁମାର ସୀମାନ୍ତରେ ଥିବା ଚୁରଚାନ୍ଦପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଏପର୍ଯ୍ୟନ୍ତ କୌଣସି ସନ୍ତ୍ରାସବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଖବର ମୁତାବକ, ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିଉପକୁ ଆକ୍ରମଣ କରିଥିଲେ।