Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପରିବାରରେ ୪ ଜଣଙ୍କୁ ଆକ୍ରମଣ କରି ଯୁବକ ଫେରାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗୋଡିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଗୋଟିଏ ପରିବାରର ବାପା, ମାଁ, ଭଉଣୀ ଓ ଭାଇ ବୋହୂକୁ ଘରର ବଡ ପୁଅ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଛି। ଏବଂ ଆକ୍ରମଣ ପରେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଆକ୍ରମଣକାରୀ ଯୁବକ ପାଣ୍ଡବ ରେଡ୍ଡୀ, ପିତା ହରେକୃଷ୍ଣ ରେଡ୍ଡୀ, ମାଁ ପ୍ରମିଳା ରେଡ୍ଡୀ, ଭଉଣୀ ଦୁଃଖିୟା ରେଡ୍ଡୀ ଓ ଭାଇ ବୋହୂ ମାମା ରେଡ୍ଡୀକୁ ଆକ୍ରମଣ କରିଛି।

କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ତଥାପି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଘରେ ତାଲା ପଡିଛି। ପାଖ ପଡେ଼ାଶୀଙ୍କ ସୂତ୍ରରୁ ଯାହା ଖବର ମିଳିଛି, ତାକୁ ନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି।